ସବୁଜିମା ଉଜାଡ଼ିଲା ଫନୀ : ଛାଡ଼ିଗଲା ଆହ୍ବାନ

ବାତ୍ୟା ‘ଫନୀ’ ଚାଲି ଯାଇଛି ସତ, କିନ୍ତୁ ‘ପରିବେଶ’କୁ ନେଇ ଚିନ୍ତା ବଢ଼ିଛି। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ଶହେବର୍ଷର ପୁରୁଣା ଗଛ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଗତ ୨୦ବର୍ଷରେ ଯାହାବି ନୂଆ ଗଛ ସୃଷ୍ଟି ହେଇଥିଲା ତାହା ବି ‘ଫନୀ’ ମାଡ଼ରେ ଉଜୁଡ଼ି ଗଲା। ଫଳରେ ଏବେଠୁ ପରିବେଶ ଜନିତ ସମସ୍ୟା ଆରମ୍ଭ ହୋଇଯାଇଥିବାବେଳେ ଆଗକୁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ। ଏପରିସ୍ଥିତିରେ ‘ଫନୀ’ର କ୍ଷତ ଆମ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।
ତଥ୍ୟ ଅନୁସାରେ, ନୂଆକରି ରୋପଣ କରାଯାଇଥିବା ଚାରା ଓ ୨୦ଟି ଜଙ୍ଗଲର ଭିତ୍ତିଭୂମି ସମେତ ବନ୍ୟପ୍ରାଣୀ ଡିଭିଜନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ୯ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ଏସବୁର ମୂଲ୍ୟ ୨୭୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ଜଙ୍ଗଲ ଭିତରେ ନୁହେଁ, ବାହାର ଅଞ୍ଚଳରେ ୧୫୦ କୋଟି ମୂଲ୍ୟର ୫ଲକ୍ଷ ଗଛ ଉପୁଡ଼ିଯାଇଛି। ସେହିପରି ବନୀକରଣ ନିମନ୍ତେ ରହିଥିବା ୮ଲକ୍ଷ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହାର ମୂଲ୍ୟ ୩୯କୋଟି ୫୦ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛିି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମୋଟ କ୍ଷୟକ୍ଷତିର ପରିମାଣ ୫୩୭.୮୦କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
‘ବାୟୁ ପ୍ରଦୂଷଣ’ ବଡ଼ ଚ୍ୟାଲେଞ୍ଜ
ଗଛ ବିନା ତାପମାତ୍ରା ବୃଦ୍ଧିକୁ ଅନୁଭବ କଲେଣି ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକେ। ବାତ୍ୟା ପରଠାରୁ ଲୋକେ ଗରମରେ ଛଟପଟ ହେଉଥିବାବେଳେ ମୁଣ୍ଡଗୁଞ୍ଜିବାକୁ ଗଛ ନାହିଁ। ଛାଇ ବି ସ୍ବପ୍ନ ପାଲଟିଛି। ସେହିପରି ଗଛ ନ ଥିବାରୁ ବାୟୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ଗଛ ରୋକିଥାଏ ବୋଲି ତାହା ସାଧାରଣ ଲୋକେ ସହଜରେ ଜାଣିପାରନ୍ତ ନାହିଁ। ତେଣୁ ଚଳିତ ବର୍ଷ ପରିବେଶ ଦିବସର ଥିମ୍‌ ଅଛି ‘ବାୟୁ ପ୍ରଦୂଷଣ’। ‘ଫନୀ’ ଭଳି ବାତ୍ୟା ବାୟୁ ପ୍ରଦୂଷଣକୁ ଅନେକ ଗୁଣ ବଢ଼େଇ ଦେଇଥାଏ। ଏବେ ତାହାକୁ ଲୋକେ ଅଳ୍ପବହୁତେ ଅନୁଭବ କଲେଣି। ଗଛର ପତ୍ର ବାୟୁରୁ ଧୂଳିକଣା ଓ ବିଷାକ୍ତ ଗ୍ୟାସ୍‌କୁ ଟାଣିନେଇ ପରିବେଶକୁ ସ୍ବଚ୍ଛ କରିଥାଏ। ଫଳରେ ରାସ୍ତାକଡ଼ରେ ରହିଥିବା ଗଛଗୁଡିକର ପତ୍ର ସମ୍ପୂର୍ଣ୍ଣ ସବୁଜ ଦେଖା ନ ଯାଇ ଈଷତ ଲାଲ ବା ଗେରୁଆ ରଙ୍ଗର ଦେଖାଯାଏ। କେତେ ସ୍ଥାନରେ ଈଷତ କଳା ବା ମାଟିଆ ରଙ୍ଗ ମଧ୍ୟ ଦେଖାଯାଏ। ଅନ୍ୟପକ୍ଷରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ନିର୍ଦ୍ଧାରିତ ବାୟୁ ପ୍ରଦୂଷଣମାନ ବଜାୟ ରଖିବାରେ ସାରା ଦେଶରେ ୧୨୦ଟି ସହର ବିଫଳ ହୋଇଛନ୍ତି। ଏଥିମଧ୍ୟରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ତାଳଚେର ଆଦି ୬ ସହର ରହିଛି। କଟକ, ଭୁବନେଶ୍ୱର ହେଉଛି ବାତ୍ୟା ପ୍ରଭାବିତ। ତେଣୁ ବାତ୍ୟାରେ ଗଛଗୁଡିକ ନଷ୍ଟ ହୋଇଯାଇଥିବାରୁ ଆଗକୁ ‘ବାୟୁ ପ୍ରଦୂଷଣ’ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଡବ୍ଲ୍ୟୁଏଚ୍‌ଓ ଷ୍ଟାଣ୍ଡାର୍ଡ ଉପରେ ଗୁରୁତ୍ୱ
ଜାତୀୟ ବ୍ୟାପକ ବାୟୁ ପ୍ରଦୂଷଣ ମାନକ ଅନୁଯାୟୀ, ବାୟୁରେ ଭାସମାନ କଣିକା ୧୦୦ରୁ ଉଦ୍ଧର୍‌ବ ରହିଲେ ଏହାକୁ ଗୁରୁତର ବୋଲି ଗ୍ରହଣ କରାଯାଇଥାଏ। ଏଥିଯୋଗୁ ଫୁସ୍‌ଫୁସ୍‌ ଏବଂ ହୃଦ୍‌ଜନିତ ରୋଗ ହୋଇଥାଏ। ଓଡ଼ିଶା ପରିପ୍ରେକ୍ଷୀରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ୨୦୧୮ ନଭେମ୍ବର ୧୦ରେ କହିଥିଲେ, ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଯାନବାହନରୁ ନିର୍ଗତ ଧୂଆଁ, ରାସ୍ତାରେ ଥିବା ଧୂଳିକଣା, କଳକାରଖାନାରୁ ସୃଷ୍ଟି ହେଉଥିବା ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଓ ଭଙ୍ଗାରୁଜାରୁ ହେଉଥିବା ପ୍ରଦୂଷଣ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସ ଅନୁସାରେ, ଯଦି ରାଜ୍ୟ ସରକାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡ ରଖନ୍ତେ, ତେବେ କଟକ ଓ ଭୁବନେଶ୍ୱରରେ ଲୋକମାନେ ୨. ୭ ବର୍ଷ ଅଧିକ ବଞ୍ଚତ୍ପାରନ୍ତେ।
୧୦ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ: ପରିବେଶବିତ୍‌
ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଗଛ ବାୟୁକୁ ବିଶୁଦ୍ଧ କରିଥାଏ। ଜଳବାୟୁର ଭାରସାମ୍ୟ ରକ୍ଷା କରିବା ସହିତ ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ବର୍ତ୍ତମାନ ‘ଫନୀ’ରେ ଯେତିକି ଗଛ ନଷ୍ଟ ହୋଇଛି ସେସବୁ ଫେରିବା ପାଇଁ ଅତିକମ୍‌ରେ ୧୦ବର୍ଷ ଲାଗିଯିବ। ତେଣୁ ବିଭିନ୍ନ ପ୍ରକାରର ଅସୁବିଧା ସାମ୍ନା କରିବାକୁ ପଡ଼ିବ। ସହରୀକରଣ ଓ ଶିଳ୍ପାୟନ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ। ଏଥିଯୋଗୁ ବିଶ୍ୱରେ ବିଭିନ୍ନ ରୋଗରେ ୭ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ଭାରତରେ ଦେଢ଼ ନିୟୁତ ଲୋକଙ୍କର ମୃତ୍ୟୁ ହେଉଛି। ବିଶ୍ୱର ୫୦ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଛନ୍ତି। ୨୦୫୦ରେ ୬୮ ପ୍ରତିଶତ ଲୋକ ସହରରେ ରହିବେ ବୋଲି ଆକଳନ କରାଯାଉଛି। ତେଣୁ ପ୍ରଦୂଷଣ ଉତ୍ସ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ସେଥିପାଇଁ ଏ ଦିଗରେ ପୂର୍ବରୁ ପ୍ରସ୍ତୁତ ହେବା ଆବଶ୍ୟକ।
-ଅସମାପିକା ସାହୁ,ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୯୩କୁ ବୃଦ୍ଧି

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ରଞ୍ଜନ କୁମାର ଦାସ ସଂସ୍କୃତି ବିଭାଗ ଭାରପ୍ରାପ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ...

ପିଜି ଚତୁର୍ଥ ପର୍ଯ୍ୟାୟ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୧।୯(ଅସମାପିକା ସାହୁ) : ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଚତୁର୍ଥ ପର୍ଯ୍ୟାୟ ପିଜି ନାମଲେଖା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ମନୋନୀତ ଛାତ୍ରୀଛାତ୍ର...

ନିଶାଦ୍ରବ୍ୟ ଚାଲାଣର ସୁରକ୍ଷିତ ମାଧ୍ୟମ: ନାଇଟ୍‌ କୋଚ୍‌ ବସ୍‌, ଲେଡି ଏଜେଣ୍ଟ

ବେଆଇନ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଗଲାଣି ଓଡ଼ିଶା। ବ୍ରାଉନସୁଗାର, ହିରୋଇନ୍‌, ଚରସ ଆଦି ନିଶାଦ୍ରବ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବାବେଳେ ଏଠାରୁ ଗଞ୍ଜେଇ ଓ ଅଫିମ...

୪ ଦିନ ଯାଏ ଖରାରେ ସିଝିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀ ଖରାରେ ସିଝିବେ। ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ। ୧୬ ସହରର ତାପମାତ୍ରା ରବିବାର ୩୭...

ଆଜିଠାରୁ ସକାଳୁଆ ବ୍ୟାଙ୍କ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ସରକାରୀ ଅଫିସ ଏବଂ ବ୍ୟାଙ୍କଗୁଡିକ ଚଳାଇବା ନେଇ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ...

୧୩ରେ ବାଚସ୍ପତିଙ୍କ ପୁଣେ ଗସ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଡିସେମ୍ବର ୧୩ରେ ପୁନେ ଅଭିମୁଖେ ଯାତ୍ରା କରିବେ। ସେଠାରେ ପାତ୍ର ଏମ୍‌ଆଇଟି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟଠାରେ...

ଝାରପଡ଼ା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ଏସ୍‌ସିବି ସ୍ଥାନାନ୍ତର

ଭୁବନେଶ୍ୱର/କଟକରୋଡ,୨୨।୧(ବ୍ୟୁରୋ/ ଡି.ଏନ୍‌.ଏ.): ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ। ସେ ଶୌଚାଳୟରେ ଇନଭର୍ଟର...

Advertisement
Archives

Model This Week