Posted inଖେଳ

ସବିତା ଖେଳିଲେ ୨୦୦ତମ ମ୍ୟାଚ୍‌

ମାର୍ଲୋ(ୟୁକେ),୪।୧୦(ପି.ଟି.)- ଇଂଲଣ୍ଡ ଗସ୍ତର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ମହିଳା ହକି ମ୍ୟାଚରେ ଭାରତୀୟ ଗୋଲକିପର ସବିତା କ୍ୟାରିୟରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ମ୍ୟାଚ ପୂର୍ବରୁ କୋଚ୍‌ ଜୋର୍ଡ ମାରିଜନେ ତାଙ୍କୁ ୨୦୦ ନମ୍ବର ଲେଖାଥିବା ଜର୍ସି ପ୍ରଦାନ କରିଥିଲେ। ସବିତା ୨୦ ବର୍ଷର ହୋଇଥିବାବେଳେ ୨୦୦୯ରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ସିନିୟର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଗତ କିଛିବର୍ଷ ଧରି ଟପ୍‌-କ୍ୱାଲିଟି ପ୍ରଦର୍ଶନ ଯୋଗୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟା ପାଲଟି ଯାଇଛନ୍ତି। ବର୍ତ୍ତମାନ ୨୯ ବର୍ଷରେ ପହଞ୍ଚତ୍ଥିବା ସବିତା ୨୦୧୩ରେ ମାଲେସିଆରେ ଅନୁଷ୍ଠିତ ମହିଳା ଏସିଆ କପ୍‌ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ। ୨୦୧୭ରେ କାନାଡାରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ ରାଉଣ୍ଡ-୨ରେ ଗୋଲକିପର ଅଫ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ୨୦୧୬ରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜେତା ଦଳର ସଦସ୍ୟା ମଧ୍ୟ ଥିଲେ। ଏହି ହରିୟାଣା ଯୁବତୀ ୨୦୧୭ ମହିଳା ଏସିଆ କପ୍‌ରେ ଭାରତକୁ ସ୍ବର୍ଣ୍ଣ ପଦକ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେଠାରେ ସେ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ। ୨୦୧୮ରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଏବଂ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଦଳର ସେ ସଦସ୍ୟା ଥିଲେ। ନିଜ ୧୦ ବର୍ଷର କ୍ୟାରିୟର ମଧ୍ୟରେ ସେ ୨୦୧୬ ରିଓ ଅଲିମ୍ପିକ୍ସ ଏବଂ ୨୦୧୮ ମହିଳା ବିଶ୍ୱକପରେ ଭାରତୀୟ ଦଳର ପ୍ରତନିଧିତ୍ୱ କରିଥିଲେ। ୨୦୧୮ରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧ବର୍ଷ ତଳେ ପଡିଆରେ ଚାପୁଡା ମାରି କନ୍ଦାଇଥିଲେ, ଏବେ ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୧ବର୍ଷ ତଳେ ଅର୍ଥାତ୍‌ ୨୦୦୮ରେ ଆଇପିଏଲର ଏକ ମ୍ୟାଚ୍‌ରେ ପ୍ରତିପକ୍ଷ ବୋଲର ଏସ୍‌.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ।...

ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ପକେଟ ଭତ୍ତା

ନୂଆଦିଲ୍ଲୀ, ୨୫ା୫ (ପି.ଟି.)-ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ) ୨୭୪୯ଜଣ ଖେଲୋ ଇଣ୍ଡିଆ ଆଥଲେଟ୍‌ଙ୍କ ପକେଟ ଭତ୍ତା ବାବଦରେ ମୋଟ ୮.୨୫କୋଟି ଟଙ୍କା ମଞ୍ଜୁର କରିଛି।...

ପ୍ରଥମ ଟେଷ୍ଟ: ପଦାର୍ପଣରେ ମେୟର୍ସଙ୍କ ଅପରାଜିତ ଦ୍ୱିଶତକ, ଓ୍ବେଷ୍ଟଇଣ୍ଡିଜର ଚମତ୍କାର ବିଜୟ

ଚଟ୍ଟୋଗ୍ରାମ, ୮।୨: ଓ୍ବେଷ୍ଟଇଣ୍ଡିଜ ମିଡ୍‌ଲଅର୍ଡର ବ୍ୟାଟ୍ସମ୍ୟାନ କାଇଲ ମେୟର୍ସ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ଦ୍ୱିଶତକ ହାସଲ କରି...

ମନୀଷାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି...

କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଖେଳିବେ ଶ୍ରୀସନ୍ଥ୍‌

କୋଚି : ଭାରତର ପୂର୍ବତନ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥ୍‌ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ...

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୮୦…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ବ୍ରିସବେନରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ...

ବୋଲିଂରେ ରବି ବ୍ୟାଟିଂରେ ସୂର୍ଯ୍ୟ ଚମକିଲେ

କୋଲକାତା,୧୬।୨: ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜକୁ ୧୫୭/୭ରେ ରୋକି ଦେଇଥିଲା ଟିମ୍‌ ଇଣ୍ଡିଆ। ତା’ ପରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର...

ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ରୋଚ୍‌ ଆଗ୍ରହୀ

ଲଣ୍ଡନ, ୨୯ା୫ (ଏଏଫ୍‌ପି)-କରୋନାଭାଇରସ୍‌ ଆଶଙ୍କା ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ମୋର ଆଗ୍ରହ ରହିଛି ବୋଲି କହିଛନ୍ତି ଫାଷ୍ଟ ବୋଲର...

Advertisement
Archives

Model This Week