ବ୍ରହ୍ମପୁର ଅଫିସ,୩ା୧୨-ବ୍ରହ୍ମପୁର ମହାନଗର ନିଗମ ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଂଗଠିତ ଗଣ୍ଡଗୋଳ ଘଟଣାରେ ବଡବଜାର ପୋଲିସ ୨ ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (ଜେଜେବି) ନିକଟରେ ହାଜର କରିଛି। ଅନ୍ୟପଟେ ଏହି ଘଟଣା ପଛରେ ଜଣେ ଶାସକ ଦଳର ନେତାଙ୍କ ହାତ ଥିବା ଅଭିଯୋଗ ପରେ ଏବେ ଏହାର ଦିଗ ବଦଳିଛି। ବିଜେଡି ନେତାଙ୍କୁ ଥାନାରେ ହାଜର ପାଇଁ ଡକାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେ ଥାନାରେ ହାଜର ହେବା ପରେ ଘଟଣା ସମ୍ପର୍କରେ ଖୋଳତାଡ ହେବ ବୋଲି ଜଣାପଡିଛି। ଏହାକୁ ନେଇ ଶାସକ ଦଳରେ ଏବେ ଏକପ୍ରକାର ହଇଚଇ ଖେଳିଯାଇଛି। ଆହତ ଜମାଦାର ଏସ୍.ଜଗନ୍ନାଥ ରାଓଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ. ୨୧୨/୧୯ରେ ଧାନମେରା ସାହିର ସନ୍ତୋଷ ବେହେରା ଓ ପ୍ରେମନଗର ଅଞ୍ଚଳର ଟୁନା ନାୟକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେହିପରି ଆହତ ଜମାଦାର ରଞ୍ଜିତ ନାୟକଙ୍କ ଭାଇ ଅଜିତ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ.୨୧୩/୧୯ରେ ଆସିକା ରୋଡ ଦଳିତ ସାହିର କୃଷ୍ଣ ମୁଖୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଏହି ଘଟଣାରେ ସାମିଲ ଥିବା ୩ ନାବାଳକଙ୍କୁ ପୋଲିସ ଜେଜେବିକୁ ପଠାଇଥିବା କହିଛି। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଚିକିଟି ଏନ୍ଏସି : ୧୯ ନାମାଙ୍କନ ପତ୍ର କାଏମ
ଚିକିଟି,୧୦ା୩(ଡି.ଏନ.ଏ.):ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ଅନୁଷ୍ଠିତ ହୋଇଥିଲା। ଚିକିଟି ପୌର ପରିଷଦର ବିଭିନ୍ନ ୱାର୍ଡରେ ୧୯ ଜଣ...

ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢାଉ: ବାହାରେ ତାଲା, ଭିତରେ ରୋଗୀ ଚିକିତ୍ସା
ଦିଗପହଣ୍ଡି,୫ା୧(ଡି.ଏନ.ଏ.)-ଦିଗପହଣ୍ଡି ବସ୍ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ସାଗର ପାଥୋଲୋଜି ଏବଂ କଲ୍ୟାଣୀ ମେଡ଼ିସିନ ଷ୍ଟୋର ଓ କ୍ଲିନିକ୍ରେ ଶନିବାର ପୁଣିଥରେ ପ୍ରଶାସନିକ ଚଢାଉ କରାଯାଇଥିଲା।...

କାଳିଆ ଯୋଜନା ନାଁରେ ମହିଳାଙ୍କୁ ଠକେଇ, ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା କରାଇ ଦେବାକୁ...

ପୋତାଗଡ଼, ଋଷିକୂଲ୍ୟା ମୁହାଁଣ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ
ଗଞ୍ଜାମ,୨୭।୧(ଡି.ଏନ୍.ଏ.): ଗଞ୍ଜାମ ଅଞ୍ଚଳରେ ଥିବା ଐତିହାସିକ ପୋତାଗଡ଼ ଓ ଋଷିକୂଲ୍ୟା ମୁହାଁଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଧୀରେନ କ୍ରିଷ୍ଣା ବୁଧବାର ପରିଦର୍ଶନ କରିଛନ୍ତି। ଏହି ସମୟରେ...

ଜାନୁୟାରୀ ଶେଷରୁ ଗଞ୍ଜାମରେ କିଣାଯିବ ଧାନ: ଜିଲାପାଳ
ଛତ୍ରପୁର,୨୯ା୮(ଡି.ଏନ୍.ଏ.): ଆସନ୍ତା ବର୍ଷ ଜାନୁୟାରୀ ଶେଷରୁ ମାର୍ଚ୍ଚ ୩୧ ମଧ୍ୟରେ ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ। ଏହାକୁ ଦୃଷ୍ଟିରେ ରଖି ଚାଷୀ...

ହୋଲି ଫିକା,କୁକୁଡ଼ା ଗୋଟେ ୪୦ ଟଙ୍କା
ଭଞ୍ଜନଗର,୧୦।୩(ଡି.ଏନ୍.ଏ): ବାର୍ଡ ଫ୍ଲୁ ଏବଂ କରୋନା ଭାଇରସ ଯୋଗୁ କୁକୁଡ଼ା ମାଂସ ବିକ୍ରି ପ୍ରାୟ କମିଯାଇଛି । ତେଣୁ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଥିବା...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଆସିକା,୧୬ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ସବ୍ଜେଲରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼...
୨ ଲୁଟେରା ଗିରଫ, ବ୍ୟାଗ ଜବତ
ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ...