ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୨୮।୪(ଡି.ଏନ୍‌.ଏ.)- ଭଞ୍ଜନଗର ଏନ୍‌ଏସି ସଫେଇ କର୍ମଚାରୀଙ୍କୁ ମଙ୍ଗଳବାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ କହିଥିଲେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଅନ୍ୟ ରାଜ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ଲକ୍‌ଡ଼ାଉନ ଯୋଗୁ ଅନେକ ନିଜ ଭିଟାମାଟିକୁ ଫେରିବାକୁ ଚାହଁୁଛନ୍ତି। ଏନେଇ ପଦକ୍ଷେପ ନିଆଯାଇଛି। ସଫେଇ କର୍ମଚାରୀମାନେ ଏତେବଡ଼ ବିପତ୍ତି ସମୟରେ ସହରବାସୀଙ୍କୁ ନିରବିଚ୍ଛନ୍ନ ସେବା ଯୋଗାଇ ଆସୁଛନ୍ତି ବୋଲି ମନ୍ତ୍ରୀ ଆରୁଖ କହିଥିଲେ। ଏଥିସହ ସମସ୍ତ ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଉଁଶଲୁଣ୍ଡିସ୍ଥିତ ବିଜୁ ସ୍ମୃତି ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ ହୋଇଥିଲା। ଏହି ଅବସରରେ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ସ୍ମୃତି ସଂସଦର କର୍ମକର୍ତ୍ତା ରାଜେନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ଇଂ. ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶୁଳପାଣି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
((((ଫଟୋ୨୮ଏ-ମନ୍ତ୍ରୀ ଶ୍ରୀ ଆରୁଖ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ କରି ଏସ୍‌ପିଙ୍କ ତନାଘନା

ବରଗଡ ଅଫିସ,୨୪।୧୨: ବରଗଡ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର...

ସ୍ବାମୀଙ୍କ ଶେଷ ଦର୍ଶନ ପାଇଁ ସୁଯୋଗ ଦେଲେନି ଶାଶୁଘର ଲୋକେ, ଏସ୍‌ପିଙ୍କୁ ଗୁହାରି ଜଣାଇ ହତ୍ୟାକାରୀଙ୍କୁ ଗିରଫ ଦାବି କଲେ ସ୍ତ୍ରୀ

ଭବାନୀପାଟଣା,୭।୯(ଡି.ଏନ୍‌.ଏ.): ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା। ଏସ୍‌ପି ମହିଳାଙ୍କ ଅଭିଯୋଗ ଶୁଣି...

ଖୋଳା ବନ୍ଦ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗୋପ,୨୫ା୫(ଡି.ଏନ୍‌.ଏ.): ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର କେତେକ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ମାଛ ପୋଖରୀ ଖୋଳିବା ନେଇ ଅଭିଯୋଗ ହୋଇଥିଲା। ଏହି...

ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟା: ନୟାଗଡ଼ରୁ ଅଭିଯୁକ୍ତ ପ୍ରେମିକ ଗିରଫ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ବନ୍ଦ ଘରୁ ଗତ ୭ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ...

ଅଦିନିଆ ବର୍ଷା ଉଜାଡ଼ିଲା ଫସଲ

ବାଙ୍ଗିରିପୋଷି,୨୨।୧୧(ଡି.ଏନ.ଏ.)- ଅଦିନିଆ ବର୍ଷାରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଫସଲ ଉଜୁଡ଼ି ଯାଇଛି। ଶୁକ୍ରବାର ଅପରାହ୍ନରେ ଓ ଶନିବାର ସକାଳେ ବର୍ଷା ଲାଗି ରହିଥିଲା।...

ରକ୍ଷିତା ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ୨ ଅଟକ

ପୁରୁଷୋତ୍ତମପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ରକ୍ଷିତା ଭାବେ ରଖିଥିବା ଯୁବକ ଅନ୍ୟ ଜଣେ ପୁରୁଷଙ୍କ ସହ...

ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ...

ଭୀମପାହାଡରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ,୧୭ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମପାହାଡ ପାଦଦେଶରେ ସୋମବାର ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଛି ା ମୁଖ୍ୟ ଅତିଥିଭାବେ ଓଟିଡିସି...

Advertisement
Archives

Model This Week