ସଫା ହେଲାନି ମୂର୍ତ୍ତି ବିସର୍ଜନ ପୋଖରୀ

ଚମ୍ପୁଆ,୨୬। ୮(ଡି.ଏନ.ଏ.)-ଆସୁଛି ପାର୍ବଣ ଋତୁ। ଆଗକୁ ବିଭିନ୍ନ ପୂଜା ପରେ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରଯିବ। ସେଥିପାଇଁ ପ୍ରଶାସନ ପୂର୍ବରୁ ସଜାଗ ରହିବା ଦରକାର। କିନ୍ତୁ ଚମ୍ପୁଆ ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ସରକାରଙ୍କ ପକ୍ଷରୁ ମୂର୍ତ୍ତି ବିସର୍ଜନ ଫଳରେ ପ୍ରଦୂଷିତ ହେଉଥିବା ନଦୀ ନାଳ ଗୁଡିକରେ ମୁର୍ତ୍ତି ବିସର୍ଜନ ନ କରିବାକୁ ଏକ ପ୍ରକାର ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ନିୟମ ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଚମ୍ପୁଆ ଏନଏସିରେ ୨ ନଂ ୱାର୍ଡ ପାଞ୍ଚପୋଖରୀଆଠାରେ ନିର୍ମାଣ କରାଯାଇଥିବା ମୁର୍ତ୍ତି ବିସର୍ଜନ କୃତ୍ରିମ ପୋଖରୀରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଚମ୍ପୁଆ ଏନ.ଏ.ସି ଗଠନ ହେବାପରେ ସହରାଞ୍ଚଳ ପାଇଁ ଥିବା ନିୟମ ଲାଗୁ କରାଯାଇଥିଲା। ଚମ୍ପୁଆ ଅଞ୍ଚଳରେ କରାଯାଉଥିବା ଦୁର୍ଗା ପୂଜା, କାଳି ପୂଜା, ଲକ୍ଷ୍ମୀ ପୂଜା, ଗଣେଷ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ଆଦିରେ ମୃଣ୍ମୟ ମୁର୍ତ୍ତି ଗୁଡିକ ଦିର୍ଘ ଦିନରୁ ବୈତରଣୀ ନଦୀରେ ବିସର୍ଜନ କରାଯାଉଥିଲା। ମାତ୍ର ଏନଏସି ହେବା ଦିନଠାରୁ ଏଥିପାଇଁ କଡା ନିୟମ କରାଯାଇ ପ୍ରଥମେ ବୈତରଣୀ ନଦୀ କୂଳ ଘାଗରାଘାଠ ଠାରେ କୃତ୍ରିମ ପୋଖରୀ କରାଯାଇ ମୁର୍ତ୍ତି ବିସର୍ଜନ କରାଯାଇଥିଲା। ମାତ୍ର ପରେ ଦୀର୍ଘ ୨ ବର୍ଷ ହେବ ଏହା ପାଞ୍ଚପୋଖରୀଆ ୟୁ.ଜି ଏମ.ଇ ସ୍କୁଲ ନିକଟ ବନ୍ଧ ନିକଟରେ ନିର୍ମାଣ କରାଯାଇ ମୁର୍ତ୍ତି ବିସର୍ଜନ କରାଯାଉଛି। ମୁର୍ତ୍ତି ବିସର୍ଜନ ପରେ ଏନ.ଏ.ସି ପକ୍ଷରୁ ଉକ୍ତ ମୁର୍ତ୍ତି ଗୁଡିକରେ ବ୍ୟବହୃତ କରାଯାଇଥିବା ଆନୁସାଙ୍ଗିକ ଜିନିଷକୁ ଉଦ୍ଧାର କରି ନଷ୍ଟ କରିବା ସହିତ ଉକ୍ତ ପୋଖରୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ବ୍ୟବସ୍ଥା କରିବା କଥା। ହେଲେ ଉକ୍ତ ପୋଖରୀକୁ ଉଦ୍ଧାର କରାଯାଇନଥିବାରୁ ବର୍ତ୍ତମାନ ସୁଦ୍ଧା ମୁର୍ତ୍ତିରେ ବ୍ୟବହୃତ ଛାଞ୍ଚ ଓ ଆବଶ୍ୟକ ଜିନିଷ ପତ୍ର ଗୁଡିକ ଭାସୁଥିବା ଦେଖିବାକୁ ମିଳିଛି। ଏହି ପୋଖରୀ ଆକାର ଛୋଟିଆ ହୋଇଥିବାରୁ ବର୍ଷା ଦିନେ ଏହା ମଧ୍ୟରୁ ଆବର୍ଜନା ଗୁଡ଼ିକ ବାହାରି ନିକଟ ବନ୍ଧରେ ପଡୁଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଏନଏସି ନିର୍ବାହୀ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ତୁରନ୍ତ ଉକ୍ତ ପୋଖରୀକୁ ସଫା କରିବା ସହିତ ଆବଶ୍ୟକ ବ୍ଲିଚିଙ୍ଗ ପକାଇ ପ୍ରଦୂଷଣ ମୁକ୍ତ କରାଯିବ। ଏତଦବ୍ୟତୀତ ପ୍ରଦୂଷଣ ବୋର୍ଡ ପକ୍ଷରୁ ଆସିଥିବା ନୂଆ ନିୟମ ଅନୁଯାୟୀ ମୁର୍ତ୍ତି ବିସର୍ଜନ ପାଇଁ ଏକ ସ୍ବତନ୍ତ୍ର ପୋଖରୀ ଖୋଳା ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri