ସନ୍ଥ ଓ ମହାମୂର୍ଖ

ଶ୍ରୀ ସନ୍ନ୍ୟାସୀ
ସନ୍ଥଙ୍କ ଆଶ୍ରମରେ ସକାଳେ ପହଞ୍ଚତ୍ବା ବେଳକୁ ମହାରାଜ ମୋବାଇଲ ଧରି ସେଥିରୁ କ’ଣ କିଛି ଦେଖିବାରେ ଗଭୀର ମଗ୍ନ ଥିଲେ। ଓଳଗିି ହୋଇ ପାଖରେ ପଡ଼ିଥିବା ଆସନରେ ବସିଲି। ମୋବାଇଲ ଦେଖୁଥିବା ଅବସ୍ଥାରେ ସନ୍ଥ ପଚାରିଲେ- ଘରୁ କେତେବେଳେ ବାହାରିଲ? – ଖୁବ୍‌ ଭୋରରୁ ଆଜ୍ଞା। କିଛି ସମୟ ବିତିଗଲା। ପୁଣି ପଦିଏ ପ୍ରଶ୍ନ- ଆଉ ସବୁ ଭଲ ତ? ମୁହଁ କିନ୍ତୁ ମୋବାଇଲ ଉପରେ ସେମିତି ଥାଏ। – ଆଜ୍ଞା, ଆପଣଙ୍କ କୃପାରୁ ସବୁ ଭଲ। ପାଖାପାଖି ପନ୍ଦର ମିନିଟ୍‌ କାଳ ମୋବାଇଲ ଉପରେ ସେମିତି ଦୃଷ୍ଟି ନିବଦ୍ଧ କରି ପୁନଶ୍ଚ ପ୍ରଶ୍ନ କଲେ- କଲେଜ ଖବର କ’ଣ? ‘ସବୁ କିଛି ଭଲ ଆଜ୍ଞା’। ଉତ୍ତର ଦେଲି। ପୁଣି କିଛି ସମୟ ନୀରବତା। ପାଖରେ ଜପାମାଳିଟା ଥୁଆ ହୋଇଥାଏ। ଏ ସମୟରେ ସନ୍ଥ ଜଣକ ପ୍ରାୟତଃ ଜପ କରୁଥିବାର ଦେଖାଯାଇଥାଏ। ହେଲେ ଗତ ପଚିଶ ମିନିଟରୁ ଊର୍ଦ୍ଧ୍ୱ ସମୟ ହେବ ମୋବାଇଲରେ ହ୍ବାଟ୍ସଆପ୍‌ ଦେଖା ଚାଲିଛି। ସେଥିରେ ପୁଣି ଏମିତି ମଗ୍ନ ଯେ କିଏ ଆଇଲା କିଏ ଗଲା- ମୁଣ୍ଡଟେକି ଦେଖିବାକୁ ବି ତର ନାହିଁ ତାଙ୍କର। କି ନିଶା ୟେ ମୋବାଇଲ୍‌ର! ମୁଁ ମନେ ମନେ ବସି ଭାବୁଥାଏ- କି ମାୟା ନ ଲଗେଇଛି ଏଇ ଜିନିଷଟି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଏଥିରେ ବାଇ। ଘଣ୍ଟାଘଣ୍ଟା ସମୟ ବିତୁଛି ଏଥିରେ। କିଏ ଗେମ୍‌ ଖେଳୁଛି ତ କିଏ ଫେସବୁକ୍‌, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌ ବା ନେଟ୍‌ରେ ସମୟ କାଟୁଛି। କେବଳ ସାଂସାରୀ ଲୋକ ନୁହନ୍ତି, ସାଧୁସନ୍ଥମାନଙ୍କୁ ବି ନିଜ ଜାଲରେ ପକାଇସାରିଲାଣି ୟେ।
ଭାବରାଜ୍ୟରେ ଏମିତି କିଛି ଭାବନା ରାଜୁତି କରୁଥିବାବେଳେ ସନ୍ଥ ଜଣକ ହୋ ହୋ ହୋଇ ହସିଉଠିଲେ। ମନେମନେ ଆତଙ୍କିତ ହେଲି। ମୁଁ ଭାବୁଥିବା କଥାକୁ ସନ୍ଥ ଜାଣିପାରିଲେ କି ଆଉ। ନା, ସେମିତି କିଛି ହେଲାନି। ମୋବାଇଲଟିକୁ ନିକଟରେ ଥିବା ଖଟ ଉପରେ ଥିର କିନା ଫୋପାଡି ଦେଇ ମନକୁ ମନ ସନ୍ଥ କହିଲେ- ମହାମୂର୍ଖଟିଏ ମୁଁ।
ସନ୍ଥ ଥିଲେ ଖୁବ୍‌ ଉଚ୍ଚଶିକ୍ଷିତ। ହେଲେ ନିଜକୁ ମହାମୂର୍ଖ କହିଲେ କାହିଁକି? ବିନୀତ ଜିଜ୍ଞାସା କରିବାରୁ ସେ ଏଣିକି ମୋତେ ଚାହିଁ କହିବା ଆରମ୍ଭ କଲେ-
କେଜାଣି କାହିଁକି ଏଇ କିଛିଦିନ ହେବ ମୋ ଜପାମାଳାର ସ୍ଥାନ ଅକ୍ତିଆର କରିସାରିଲାଣି ଏଇ ମୋବାଇଲଟା। ଦିନକୁ ଯେତେ କଲ୍‌ ଆସୁଛି, ସେଗୁଡ଼ିକର ଉତ୍ତର ଦେବା ସମୟକୁ ମିଶାଇଲେ ପାଖାପାଖି ୩ ଘଣ୍ଟା ହେବ। ଶିଷ୍ୟମାନଙ୍କ ସାଙ୍ଗରେ ପଦେ ଦି ପଦ ଭଲକରି କଥା ନ ହେଲେ ସେମାନଙ୍କ ମନ ଊଣା ହେଉଛି। ତା’ ବାଦ୍‌ ମୋର ପ୍ରବଚନ ତଥା ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ଭକ୍ତମାନେ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ ପୋଷ୍ଟ କରିଦେଉଛନ୍ତି। ତେଣୁ କିଏ କ’ଣ ମତାମତ ଦେଲେ ଦେଖିବାକୁ ମନଟା ଉଚ୍ଚାଟ ହେଉଛି। ମୁଁ ଜାଣିଛି ଏହାକୁ ନ ଦେଖିଲେ ମୋର କିଛି ଅସୁବିଧା ହେବାର ନାହିଁ। ତଥାପି ମନଟା ଦୌଡୁଛି। ଏହା ଯୋଗୁ ସାଧନ, ଭଜନ, ଜପ ସବୁଥିରେ ବ୍ୟାଘାତ। ଆଜିଠୁ ସଂକଳ୍ପ କଲି ମୋବାଇଲ୍‌ ଛୁଇଁବିନି କି ‘ମହାମୂର୍ଖ’ ଉପାଧିରେ ଭୂଷିତ ହେବିନି।
ସନ୍ଥ ‘ମହାମୂର୍ଖ’ ଉପାଧିରେ ଗଣତି ହେବା କଥାଟା ଟିକେ ଅସ୍ପଷ୍ଟ ହେବାରୁ ପୁଣି ପଚାରିଲି ଏହାର ରହସ୍ୟ। କିଛି ସମୟ ପରେ ସନ୍ଥ କହିଲେ- ‘ଏଇ ସାଙ୍ଗେ ସାଙ୍ଗେ ଜପ କରିବା ଆରମ୍ଭ କରୁଥିଲି। ଅନ୍ୟ ଏକ ଆଶ୍ରମର ଯୁବ ମହନ୍ତ ଏକ ହ୍ବାଟ୍ସଆପ୍‌ ମେସେଜ୍‌ ପଠାଇଲେ। କିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିବରଣୀ ଥିବ ଭାବି ଖୋଲି ଦେଖିବା ବେଳକୁ ‘ଆକବର-ବୀରବଲ’ଙ୍କ ସମ୍ବନ୍ଧୀୟ ଏଇ ଗପଟି।
ଦିନେ ଆକବର ୫ଟି ମହାମୂର୍ଖଙ୍କୁ ଆଣି ଭେଟି ଦେବା ପାଇଁ ବୀରବଲଙ୍କୁ ନିର୍ଦ୍ଦେଶ ଦେଲେ। ୪ ଦିନ ପରେ ଦୁଇଜଣ ମୂର୍ଖକୁ ଆଣି ବୀରବଲ ରାଜଦରବାରରେ ପହଞ୍ଚତ୍ଲେ। ରାଜା ପଚାରିଲେ- ଆଉ ତିନି କୁଆଡ଼େ ଗଲେ? ‘ସେମାନେ ସମସ୍ତେ ଏଇଠି ଅଛନ୍ତି’ କହି ପ୍ରଥମ ମୂର୍ଖ ଆଡକୁ ହାତ ଦେଖାଇ ବୀରବଲ କହିଲେ- ଇୟେ ଆଜ୍ଞା ଗୋଟିଏ ଘୋଡ଼ା ଗାଡ଼ିରେ ବସି ଯାଉଥିଲା। କିନ୍ତୁ ଘୋଡ଼ା ଉପରେ ଅଧିକ ଭାର ପଡ଼ିବ ଭାବି ନିଜ ଗଣ୍ଠିଲିକୁ ମୁଣ୍ଡରେ ମୁଣ୍ଡାଇଥିଲା। ଦ୍ୱିତୀୟ ମୂର୍ଖ ଆଡକୁ ଚାହିଁ ବୀରବଲ କହିଲେ- ମଣିମା! ଘର ଛାତ ଉପରେ କିଛି ଘାସ ଉଠିଥିବାରୁ ତାହାକୁ ଚରିବା ପାଇଁ ଏ ଲୋକଟି ନିଜ ବଳଦକୁ ଏକ ଶିଡି ଦ୍ୱାରା ଛାତ ଉପରକୁ ଉଠାଇବାର ପ୍ରୟାସ କରୁଥିଲା। ତେବେ ଆଉ ତିନି? ରାଜା ଚଢ଼ା ଗଳାରେ ପଚାରିଲେ। ଆଉ ଦୁଇ ମହାମୂର୍ଖ ହେଲେ ଆପଣ ଆଉ ମୁଁ। ରାଜ୍ୟ ସାରା କେତେ କେତେ ସମସ୍ୟା ଏବଂ ପ୍ରଜା ମଙ୍ଗଳ କାର୍ଯ୍ୟ କରିବାକୁ ବାକି ଥିବାବେଳେ ଆପଣ ମୋତେ ମୂର୍ଖ ଖୋଜିବା ପାଇଁ ପଠାଇବା ଏବଂ ଏହି ନିରର୍ଥକ କାମରେ ମୁଁ ଲାଗିରହିବାଟା ଆମ୍ଭ ଦୁହିଁଙ୍କ ମୂର୍ଖାମି ନୁହେଁ କି? ନିଜେ ମୂର୍ଖ ବୋଲି ଜଣେ ମନ୍ତ୍ରୀ ଭରା ରାଜସଭାରେ କରିଥିବା ଘୋଷଣାକୁ ଶୁଣି ଅସ୍ବସ୍ତି ଲାଗୁଥିଲେ ବି ବୀରବଲଙ୍କୁ ବହୁତ ଭଲପାଉଥିବା ଯୋଗୁ ରାଜା ନୀରବ ରହିଲେ ଓ କହିଲେ ଏବେ କୁହ ପଞ୍ଚମ ମୂର୍ଖ କିଏ? ନିଜର ସବୁ ଗୁରୁତ୍ୱପୂର୍ଣ୍ଣ କାମକୁ ଛାଡ଼ି ଯେଉଁ ବ୍ୟକ୍ତି ଏଇ ମେସେଜ୍‌କୁ ନିରିଖେଇ ପଢ଼ୁଛି, ସିଏ ହେଉଛି ପଞ୍ଚମ ମହାମୂର୍ଖ।
ଗପଟି ଏଇଠି ସରିଲା। କିନ୍ତୁ ଏଇ କିଛିଦିନ ହେଲା ଏଇ ପଞ୍ଚମ ମୂର୍ଖମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ପିଅନଠାରୁ ପ୍ରିନ୍ସିପାଲଙ୍କ ପର୍ଯ୍ୟନ୍ତ, ସିକ୍ୟୁରିଟି ଗାର୍ଡଠୁ ସିନିୟର ଅଫିସରଙ୍କ ପର୍ଯ୍ୟନ୍ତ, କି ଚାକିରିଆ କି ବେକାରିଆ ସଭିଏଁ ଏଥିରେ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି। ଫଳରେ କର୍ମ ସଂସ୍କୃତିରେ ମନ୍ଥରତା ଆସୁଛି। ‘ଫାଇଭ୍‌-ଜି’ର ବଜାର ପ୍ରବେଶ ଦ୍ୱାରା ଭବିଷ୍ୟତରେ ଏ ସମସ୍ୟାଟା ଯେ ଆହୁରି ଉତ୍କଟ ହେବ, ଏହା ଏବେଠୁ ଜଳ ଜଳ ହୋଇ ଦେଖାଗଲାଣି।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ, ମୋ-୯୪୩୮୦୫୨୬୧୧


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri