ସଡ଼କ ଦୁର୍ଘଟଣା: ବାପା ମୃତ, ମା’ପୁଅ ଗୁରୁତର

ନୟାଗଡ଼ ଅଫିସ୍‌, ୨୭।୧୦- ଦୀପାବଳି ପାଇଁ ଦୀପ, ବାଣ କିଣି ଗାଁକୁ ଆସୁଥିବା ବେଳେ ସଡ଼କ ଦୁର୍ଘଟଣା ଘଟି ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳରେ। ମୃତକ ହେଲେ ଖଣ୍ଡପଡ଼ା ଥାନା ତେନ୍ତୁଳିଆପଲ୍ଲି ଗ୍ରାମର ଘନଶ୍ୟାମ ନାଥ (୫୨)। ତାଙ୍କ ସ୍ତ୍ରୀ ସବିତା (୪୦) ଓ ପୁଅ ରାକେଶ (୧୨)ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ମୁତାବକ, ରବିବାର ଅପରାହ୍ନ ପ୍ରାୟ ୧ଟା ବେଳେ ଘନଶ୍ୟାମ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଏକ ସ୍କୁଟିରେ ନିଜ ଗାଁକୁ ଆସୁଥିଲେ। ଫତେଗଡ଼ ଥାନା ଅଧୀନ ଘଳାବନ୍ଧ ଗ୍ରାମଠାରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କଦମ୍ବ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଘନଶ୍ୟାମଙ୍କର ମୃତ୍ୟୁ ଘଟିଥିବା ବେଳେ ସାବିତ୍ରୀ ଓ ରାକେଶଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ରାଶନ ସାମଗ୍ରୀ ବାଣ୍ଟିଲେ ଅରିନ୍ଦମ

କଟକ ଅଫିସ,୩୦।୪: କରୋନାକୁ ନେଇ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଚଳଚ୍ଚିତ୍ର ଅଭିନେତା ତଥା ବିଜେଡି ନେତା...

ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୦।୩: ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ହୋଲି ଛୁଟିପରେ ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ...

ଗରିବ, ଅସହାୟଙ୍କୁ ମାସ୍କ

ବରଗଡ଼ ଅଫିସ୍‌,୨।୫: ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ...

ଗାଡି ଡିକି ଭାଙ୍ଗି ଲୁଟି ନେଲେ ସୁନା ଅଳଙ୍କାର

ବିଞ୍ଝାରପୁର,୪ା୧୨(ଡି,ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇନ୍ଦା ଛକରେ ସୁନା ଅଳଙ୍କାର ଦୋକାନ କରିଥିବା ଶ୍ୟାମସୁନ୍ଦର ସାହୁଙ୍କ ଗାଡି ଡିକ ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର...

ଗ୍ୟାସ ଟାଙ୍କି ଲିକ୍‌ ହୋଇ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲା ଧାମନଗର ବ୍ଲକର ରାଧାବଲ୍ଲଭପୁର ଗାଁରେ ସୋମବାର ରାତିରେ ଗ୍ୟାସ ଟାଙ୍କି ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ବଖରା...

ରିଟେଲ ପଏଣ୍ଟ ଚିହ୍ନଟକୁ ନେଇ ଅସନ୍ତୋଷ: ୪, ୭ ୮୯ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଚାଉଳ

ନାଉଗାଁ, ୧୦ା୪(ସ୍ବ.ପ୍ର.): କରୋନା ଯୋଗୁ ସ୍କୁଲ ପିଲାଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅଭିଭାବକ ପିଲାଙ୍କ ଟୋକନ ବିଦ୍ୟାଳୟରୁ...

ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା...

ସାମାଜିକ ଦୂରତ୍ୱ ନିୟମ ନ ମାନିବାରୁ ୪ ଦୋକାନ ସିଲ୍‌

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)-ରଜ ପୂର୍ବରୁ ସାମାଜିକ ଦୂରତ଼ା ଆଇନ ନ ମାନିବାରୁ ଶୁକ୍ରବାର କେନ୍ଦୁଝର ସହରର ୪ ଦୋକାନକୁ ପ୍ରଶାସନ ସିଲ୍‌ କରିଛି। ୧୪ତାରିଖଠାରୁ ରଜପର୍ବ...

Advertisement
Archives

Model This Week