ସଡ଼କ ଦୁର୍ଘଟଣାରେ ଯୁବ ଚିତ୍ରଶିଳ୍ପୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ/ରେମୁଣା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର-ରେମୁଣା ରାସ୍ତାର ଗୋଲେଇ ଛକସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ (୪୨)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତା ଉପରେ ବେଆଇନ ଗାଡି ପାର୍କିଂ ବନ୍ଦ କରିବା, ହମ୍ପସ ନିର୍ମାଣ, ବିଭିନ୍ନ ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ, ସହର ଭିତରେ ଦିନବେଳା ଭାରିଯାନ ଚଳାଚଳ ବନ୍ଦ କରିବା ଭଳି ଦାବି ନେଇ ବାଲେଶ୍ୱର-ରେମୁଣା ରାସ୍ତା ଅବରୋଧ କରିଥିଲେ। ଡିଏସ୍‌ପି ଉମେଶ ପଣ୍ଡା, ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା, ସହଦେବଖୁଣ୍ଟା ଥାନାଧିକାରୀ ପରେଶ ରାଉତ, ସଦର ଥାନାଧିକାରିଣୀ ମମତା ସାହୁ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।
ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍‌ରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ସହଦେବଖୁଣ୍ଟାରୁ ରେମୁଣା ଗୋଲେଇକୁ ନିଜର ସ୍କୁଟି (ନଂ. ଓଡ଼ି୦୧କ୍ୟୁ-୯୨୪୪) ଯୋଗେ ଯାଉଥିବା ବେଳେ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଏକ ଘରୋଇ ବସ୍‌ (ନଂ. ଓଡ଼ି୦୧ଆର୍‌-୩୯୯୯) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ସ୍କୁଟିରୁ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ବସ୍‌ର ପଛଚକ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା (ନଂ. ୧୪୬/୧୯) ରୁଜୁ କରାଯାଇ ବସ୍‌ର ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା ସୂଚନା ଦେଇଛନ୍ତି। ତାଙ୍କର ମୃତଦେହକୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଅଣାଯିବା ପରେ ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇପଡିଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ସମାଜସେବୀ, ଚିତ୍ରଶିଳ୍ପୀ, ସାହିତି୍ୟକ, କବି ଓ ଲେଖକ ତଥା ବିଭିନ୍ନ ବର୍ଗର ଲୋକମାନେ ତାଙ୍କର ଶେଷଦର୍ଶନ କରିଥିଲେ। ଦେବେନ୍ଦ୍ରଙ୍କ ୨ ପୁଅ ଓ ସ୍ତ୍ରୀ ବାଙ୍ଗାଲୋରରେ ଥିବା ବେଳେ ଏପରି ଦୁଃଖଦ ଘଟଣା ଘଟିଛି। ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି।
ଚିତ୍ରଶିଳ୍ପୀ ଦେବେନ୍ଦ୍ର ଲଳିତ କଳା ଏକାଡ଼େମୀ ତରଫରୁ ୨ଥର ରାଜ୍ୟ ସରକାରଙ୍କଠାରୁ ସମ୍ମାନିତ ହୋଇଛନ୍ତି। ସେ ଏକ ସରକାରୀ ବିଦ୍ୟାଳୟରେ ଚୁକ୍ତିଭିିତ୍ତିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ମଡ଼ର୍ନ ପବ୍ଲିକ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କର ନିଖୁଣ ଚିତ୍ରକଳା ଅନ୍ୟମାନଙ୍କୁ ଆକର୍ଷିତ କରୁଥିଲା। ସେ ବାଲେଶ୍ୱର ବାହାରେ ବହୁ ଛାତ୍ରୀଛାତ୍ରଙ୍କୁ ଚିତ୍ରକଳା ଶିକ୍ଷାଦାନ ଦେଇଛନ୍ତି। ଜଣେ ଯୁବ ସଙ୍ଗଠକ ଭାବରେ ମଧ୍ୟ ବହୁ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଅକାଳ ବିୟୋଗ ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟାଦେଶ ବଣ୍ଟନ ପରେ ବି ଆରମ୍ଭ ହୋଇନି କାମ: ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବାଲେଶ୍ୱର ଅଫିସ,୪।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ମଙ୍ଗଳବାର ସଦର ବ୍ଲକକୁ ସୌଜନ୍ୟମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି।...

୨୫୮ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୩।୭(ଡି.ଏନ୍‌.ଏ.): ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ରାତିରେ ପୋଲିସ ୨୫୮ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏଥିସହ...

ସ୍ତ୍ରୀଙ୍କୁ ହତ୍ୟା ଘଟଣା: ସ୍ବାମୀ ଗିରଫ

ଯୋଡ଼ା, ୭।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଯୋଡାରେ ହୋଇଥିବା ଯୌତୁକଜନିତ ବଧୂହତ୍ୟା ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ...

ଚୋରି ସାମଗ୍ରୀ କିଣିବା ପଡ଼ିଲା ମହଙ୍ଗା: ଚୋର ସମେତ ୬ ଗିରଫ

ଭବାନୀପାଟଣା,୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ମାମଲାରେ ଥାନା ଅଞ୍ଚଳର ଲୋକଙ୍କ ଘରେ ପସି ମୋବାଇଲ, ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ...

ଅଭିଯୁକ୍ତଙ୍କ ନିକଟରେ ପୋଲିସ କର୍ମଚାରୀ ବନ୍ଧୁକ ଛାଡ଼ିିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା

ବାରିପଦା ଅଫିସ,୧୬।୯- ବାରିପଦା ବସ୍‌ଷ୍ଟାଣ୍ଡରୁ ଟାଉନ ଥାନା ପୋଲିସ ଶନିବାର ଗଞ୍ଜେଇ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ୨ ଅଣ ଓଡ଼ିଆ ଯୁବକଙ୍କୁ...

ଆଜି ଖୋଲିଲା ମା’ ତାରିଣୀଙ୍କ ମନ୍ଦିର

କେନ୍ଦୁଝର,୧୮।୧(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ପୀଠ ସୋମବାରଠାରୁ ଖୋଲିଛି। ସକାଳେ ମା’ଙ୍କ ଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ କରୋନା କଟକଣା ମଧ୍ୟରେ ଭକ୍ତଙ୍କ...

ଜିଲା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରୁରୀ ବୈଠକ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୨।୯(ଡି.ଏନ.ଏ.) ଭବାନୀପାଟଣାସ୍ଥିତ କର୍ମଚାରୀ ଭବନଠାରେ ଶନିବାର ସନ୍ଧ୍ୟାରେ ଭାବଗ୍ରାହୀ ନାୟକଙ୍କ ସଭାପତିତ୍ୱରେ ଜିଲା ୪ର୍ଥ କର୍ମଚାରୀ ସଂଘ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଦେଷ୍ଟା...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ

ରାୟଗଡ଼ା ଅଫିସ,୩୧।୧: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା...

Advertisement
Archives

Model This Week