ସଚ୍ଚୋଟତା ଉତ୍ତର ଜୀବନର ଆଧାର

ସୋନପୁର, ୩।୧୧(ନି.ପ୍ର.)
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର କଲେଜ ପରିସରରେ ସଚ୍ଚୋଟତା ଜୀବନର ଏକ ଶୈଳୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଜିଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବକେନ୍ଦ୍ର ସୁବର୍ଣ୍ଣପୁର ପକ୍ଷରୁ ଏହି କାଯର୍ର୍‌ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କଲେଜ ଅଧ୍ୟକ୍ଷ ତରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ ସଚେତନ ହେଲେ ଦୁର୍ନୀତି ହ୍ରାସ ପାଇବ ବୋଲି କହିଥିଲେ। ସୁବର୍ଣ୍ଣପୁର ଦୁର୍ନୀତି ବିଭାଗ ଡିଏସପି କାଦମ୍ବିନୀ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ କଲେଜର ଛାତ୍ରୀଛାତ୍ର, ଅଧ୍ୟାପକ, ଦୁର୍ନୀତି ନିବାରଣ ବିଭାଗର କର୍ମକର୍ତ୍ତା, ନେହେରୁ ଯୁବ କେନ୍ଦ୍ରର ସଦସ୍ୟମାନେ ସମୂହ ଶପଥ ପାଠୋତ୍ସବରେ ଯୋଗଦେଇଥିଲେ। ମହାବିଦ୍ୟାଳୟର ୧୦ଜଣ ଛାତ୍ରୀଛାତ୍ର ଦୁର୍ନୀତି ନିବାରଣରେ ସଚ୍ଚୋଟତାର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଆ ଭାଷା ସାହିତ୍ୟର ଅଧ୍ୟାପିକା ଡ. ଇତିଶ୍ରୀ ଦାସ ସଚ୍ଚୋଟତା ଉତ୍ତର ଜୀବନର ଆଧାର ବୋଲି ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି...

ପରିଣତ ବୟସରେ ଆବାସ ଯୋଜନାରୁ ବଞ୍ଚିତ କଳାକାର, ଘର ଖଣ୍ଡିଏ ପାଇଁ ଗୁହାରି ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି

କେନ୍ଦୁଝର,୨୪।୧୨(ସ୍ବ.ପ୍ର.): ସରକାର ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲାଗି ଆବାସ ଯୋଜନା କରିଛନ୍ତି। ହେଲେ ଆଜି ବି ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ...

୯୦ ଏକର ଜମିରେ ହେବ ‘ଆନନ୍ଦବନ’

ଭୁବନେଶ୍ୱର,୧୩।୧ (ବ୍ୟୁରୋ): ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ...

ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଓଡିଶାକୁ ୫୦୦ କୋଟି: ମୋଦି

ଭୁବନେଶ୍ୱର,୨୨।୫(ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ...

ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ମିଳୁନି

ଜଗତ୍‌ସିଂହପୁର ଅଫିସ, ୨୧ା୧୧: କେନ୍ଦ୍ର ହେଉ କି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ ଏସବୁ ଯୋଜନା ବାଟବଣା ହେଉଛି। ପ୍ରକୃତ...

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ...

ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ...

ଭାଜପା ନେତା ଟଙ୍କା ବାଣ୍ଟୁଥିଲେ: ବିଜେଡି

ଭୁବନେଶ୍ୱର,୬।୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ନିଶ୍ଚିତ ଜାଣି ଦଳୀୟ ନେତାମାନେ ହତାଶ ହୋଇ ପଡ଼ିଛନ୍ତି। ସୋମବାର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା...

Advertisement
Archives

Model This Week