ସଚେତନ ବାର୍ତ୍ତା ନେଇ କେନ୍ଦୁଝରରୁ ପୁରୀ ସାଇକେଲ ଯାତ୍ରା

କେନ୍ଦୁଝର,୩୦।୬(ସ୍ବ.ପ୍ର.): ସଚେତନତା ଯାତ୍ରାରେ ସଦର ବ୍ଲକ କାଉଁରୀକଳା ପଞ୍ଚାୟତ ଅନ୍ତର୍ଗତ ବଉଳମାଳ ଗ୍ରାମର ଜଣେ ଯୁବକ ସାଇକେଲରେ ପୁରୀ ବାହାରିଛନ୍ତି। ସେ ହେଲେ ତୁଳସୀ ମହାନ୍ତଙ୍କ ପୁତ୍ର ଲୋକନାଥ (୨୬)।
ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷା ତଥା ପର୍ଯ୍ୟାବରଣର ସଚେତନତା ବାର୍ତ୍ତା ନେଇ ଶୁକ୍ରବାର ସକାଳେ ଲୋକନାଥ ଘରୁ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଥିଲେ। ସେ କେନ୍ଦୁଝରର ଘଟଗାଁ, ଘସିପୁରା, ଯାଜପୁର, ପାଣିକୋଇଲି ଦେଇ କଟକଠାରେ ପହଞ୍ଚି ସେଠାରେ ରାତ୍ରିଯାପନ କରିଥିଲେ। ପରେ ରବିବାର ସକାଳୁ ପୁରୀ ଅଭିମୁଖେ ବାହାରିଥିବା ଜଣାପଡିଛି। ସେ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ସେଠାରେ ରାତ୍ରିଯାପନ କରି ପରଦିନ ସକାଳୁ ପୁଣିଥରେ ସାକେଲ ଯୋଗେ କେନ୍ଦୁଝର ଫେରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ମଦ ଚୋରାଚାଲାଣ ବେଳେ ଦୁର୍ଘଟଣା: ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ

ବାହାନଗା,୨୨।୯(ଡି.ଏନ୍‌.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ବାଲେଶ୍ବର -ବାସୁଦେବପୁରକୁ ସଂଯୋଗ କରୁଥିବା ରାସ୍ତରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛିି। ୩ଟି ବାଇକ୍‌ ଯୋଗେ...

ପାଠ ପଢିବାକୁ ଯାଇ ମନୋରଞ୍ଜନ ପଞ୍ଜାବରେ ନିଖୋଜ, ଆଶା ଆଶଙ୍କାରେ ପରିବାର

ଭଦ୍ରକ ଅଫିସ, ୧୮ା୬- ଭଦ୍ରକ ବ୍ଲକ ଜଗନ୍ନାଥପୁର ଗାଁର ତ୍ରୈଲୋକ୍ୟ ସାହୁଙ୍କ ସାନପୁଅ ମନୋରଞ୍ଜନ ସାହୁ(୨୨) ଉଚ୍ଚଶିକ୍ଷା ଲାଭ କରିବାଲାଗି ଗତବର୍ଷ ପଞ୍ଜାବକୁ ଯାଇ ଭଟିଣ୍ଡା...

ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ...

ବାରିପଦାରେ ଶୀତ ବଢ଼ୁଛି

ବାରିପଦା ଅଫିସ,୨୧ା୧୨- ମୟୂରଭଞ୍ଜ ଜିଲା ବାରିପଦାରେ ଗତ ୨ ଦିନ ହେବ ଶୀତ ପ୍ରକୋପ ବଢ଼ିଛି। ପାଣି ପାଗ ବିଭାଗ ସୂଚନା ଅନୁଯାୟୀ ବୁଧବାର ଏଠାରେ...

ଶିକ୍ଷାନୀତିର ପରିବର୍ତ୍ତନ ଜରୁରୀ: ଅନନ୍ତ

ଭୋଗରାଇ, ୫।୮(ଡି.ଏନ.ଏ.)- ଶିକ୍ଷାନୀତିର ପରିବର୍ତ୍ତନ କରାଯାଇ ସାରାଦେଶରେ ଏକକ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା...

ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା...

ମନ୍ଥର ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ : ନିମ୍ନମାନର ଅଭିଯୋଗ, ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା

ବାରିପଦା ଅଫିସ, ୧୫ା୫ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବାରିପଦା ସହର ବୁଢ଼ାବଳଙ୍ଗ ନଦୀରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।  ଗତ...

ଜଳାଶୟର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଲାଗି ନିଷ୍ପତ୍ତି

ବାଲେଶ୍ୱର ଅଫିସ, ୧୪।୧୦-ବାଲେଶ୍ୱର ସହର ନିଳିଆବାଗସ୍ଥିତ କାର୍ଯ୍ୟାଳୟରେ ‘ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ସୋମବାର ଜଳସମ୍ପଦ ଓ ପରିବେଶ ସୁରକ୍ଷା...

Advertisement
Archives

Model This Week