ସଚେତନ ନାଗରିକ ଫୋରମର ଦାବି: ପ୍ରକଳ୍ପ ପାଇଁ ସଙ୍କୁଚିତ ନ ହେଉ ଭାଗୀରଥି ସାଗର

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳବାସୀଙ୍କ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତି ସହିତ ଜଡ଼ିତ ଭାଗୀରଥି ସାଗର ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛି ସଚେତନ ନାଗରିକ ଫୋରମ୍‌। ରକ୍ଷଣାବେକ୍ଷଣ ଅଭାବରୁ ଦେଢ଼ଶହ ବର୍ଷର ଏହି ଜଳାଶୟର ଜଳଧାରଣ କ୍ଷମତା କମିବାରେ ଲାଗିଛି। ଏବେ ପୌର ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଏହାର ଚତୁଃପାର୍ଶ୍ୱରେ ପ୍ରକଳ୍ପ ନିର୍ମାଣ କରାଯିବାକୁ ଯୋଜନା  କରାଯାଉଛି। ଏହା କାର୍ଯ୍ୟକାରୀ ହେଲେ ଭାଗୀରଥି ସାଗର ସଙ୍କୁଚିତ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ସହରର ସଚେତନ ନାଗରିକ ବିରୋଧ କରିବା ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୬ ଏକର ବିଶିଷ୍ଟ ଉକ୍ତ ବୃହତ୍‌ ଜଳାଶୟ ଉପରେ ହଜାର ହଜାର ପରିବାର ନିର୍ଭରଶୀଳ। ନିକଟରେ ଏହାର ସୌନ୍ଦର୍ଯ୍ୟକରଣ ଲାଗି ଜଳାଶୟ ଚାରିପଟେ ଏକ ପ୍ରକଳ୍ପ ଆରମ୍ଭ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଫଳରେ ପୋଖରୀ ଆହୁରି ସଙ୍କୁଚିତ ହୋଇଯିବ ବୋଲି ସଚେତନ ନାଗରିକ ଫୋରମ୍‌ ପକ୍ଷରୁ କୁହାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ପୋଖରୀ ଜଳ ଧାରଣ କ୍ଷମତା ବଢ଼ାଇବା ପାଇଁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ  ଫୋରମ୍‌ ସଦସ୍ୟମାନେ ଶୁକ୍ରବାର  ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଜଳାଶୟରୁ ପଙ୍କ ଉଦ୍ଧାର କରିବା, ହୁଡ଼ାକୁ ପଥରବନ୍ଧ ଦ୍ୱାରା ସୁଦୃଢ଼ କରିବାକୁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

ସଭାପତି ପ୍ରଦ୍ୟୁମ୍ନ ରଥ, ସମ୍ପାଦକ ଭରତ କୁମାର ଦାସ, ପଙ୍କଜ କୁମାର ନାୟକ, ସୁରେନ୍ଦ୍ର କୁମାର ସ୍ବାଇଁ, ଜ୍ଞାନରଞ୍ଜନ ଶତପଥୀ, ରୁଦ୍ରପ୍ରସାଦ ଶରଣ, ଉଦୟନାଥ ବେହେରା, ଦୀପକ ପ୍ରସାଦ ପଟ୍ଟନାୟକ, ଶୁଭଲକ୍ଷ୍ମୀ ସାହୁ, ରବିନାରାୟଣ ସେନଙ୍କ ସମେତ ବହୁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ନୌରେ ଫସି ରହିଛନ୍ତି ୫ ଯୁବକ

ସମ୍ବଲପୁର, ୨୬।୩ (ବ୍ୟୁରୋ) କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫଶି ରହିଛନ୍ତି। ଲକ୍ଷ୍ମୌରେ ସମ୍ବଲପୁର...

ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା

ଖୋର୍ଦ୍ଧା ଅଫିସ,୬ା୭: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଆସିବାକୁ ମନା ହୋଇଛି। ଏ ନେଇ କାର୍ଯ୍ୟାଳୟ ଆଗରେ ନୋଟିସ ଲାଗିଛି। କୋଭିଡ-୧୯ ସଂକ୍ରମଣକୁ ଏଡାଇବା...

ସରକାରୀ ବାସଭବନରେ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ପାରଳାଖେମୁଣ୍ଡି,୧୭ା୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଆରମ୍ଭ...

ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ, ବନ୍ଧାହେଲେ ଯୁବକ

ସୋର, ୧୧ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳର ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରି ଅପହରଣ ଅଭିଯୋଗରେ ଖୋର୍ଦ୍ଧା ଜିଲା ଆୟତପୁର ଗ୍ରାମର ଜଣେ ଯୁବକଙ୍କୁ...

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ରାଉରକେଲା ଅଫିସ,୧୩।୧୧: ରାଉରକେଲା ସେକ୍ଟର-୩ ଥାନା ଅଧୀନ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମ୍ମୁଖରେ ରବିବାର ଭାରସାମ୍ୟ ହରାଇ ଏକ ବାଇକ୍‌ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା।...

ବାଇକ ମୁହାଁମୁହିଁ: ୨ ମୃତ, ୨ ଗୁରୁତର

ପାରଳାଖେମୁଣ୍ଡି,୧୨।୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋସାଣି ବ୍ଲକର ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ...

ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା...

ଅଙ୍ଗନୱାଡି ଶିଶୁଙ୍କ ସେବାରେ ଦିବ୍ୟାଙ୍ଗ ଝୁମୁକଲାଲ୍‌:ଟ୍ରାଇ ସାକେଲରେ ପିଲାଙ୍କୁ କରୁଛନ୍ତି ନବା ଆଣିବା

ଚନ୍ଦାହାଣ୍ଡି,୧୪।୩(ଡି.ଏନ.ଏ.) ଝୁମୁକଲାଲ୍‌ ମାଝି। ଟ୍ରାଇସାଇକେଲ୍‌ ବିନା କୌଣସି ସ୍ଥାନକୁ ଯାଇପାରନ୍ତିନି। ହେଲେ ଶିଶୁମାନଙ୍କ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ତେଣୁ ଦିବ୍ୟାଙ୍ଗ ହୋଇ ମଧ୍ୟ...

Advertisement
Archives

Model This Week