ସଚେତନତା ବାର୍ତ୍ତା ନେଇ ପୋଲିସ୍‌ ଏଏସ୍‌ଆଇଙ୍କ ସାଇକେଲ ଯାତ୍ରା

ଜଳେଶ୍ୱର, ୩୧।୧୨(ସ୍ବ.ପ୍ର.)-ନାରୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଜଣେ ସରକାରୀ କର୍ମଚାରୀ ଛୁଟି ନେଇ ‘ବେଟି ବଚାଓ ଓ ବେଟି ପଢାଓ’ ସ୍ଲୋଗାନ ନେଇ ସାଇକେଲରେ ଦେଶସାରା ଭ୍ରମଣ କରି ସଚେତନତା ସୃଷ୍ଟି କରୁଛନ୍ତି ା ଦେଶରେ ବାଳିକାମାନଙ୍କ ସ୍ବାକ୍ଷରତା ଓ ଜନ୍ମହାର କମୁଥିବାରୁ ଏଥିପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ମହାରାଷ୍ଟ୍ରର ପୁନେ ଜିଲା ବାରାମତି ଥାନାର ଜଣେ ପୋଲିସ୍‌ ଏଏସ୍‌ଆଇ ଏକ୍‌ନାଥ ଜନାର୍ଦ୍ଦନ ଦେଶମଣୀ (୪୮) ଗତ ନଭେମ୍ବର ୧୪ ତାରିଖରୁ ନିଜ ଗ୍ରାମରୁ ବାହାରିଛନ୍ତି। ସେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ସମେତ ସମଗ୍ର ଦେଶ ଭ୍ରମଣ କରିବା ପରେ ପଡ଼ୋଶୀ ଦେଶ ନେପାଳ ଭ୍ରମଣ କରିବେ ବୋଲି ସୂଚନା ଦେଇଛନ୍ତି।
ସୋମବାର ମଧ୍ୟାହ୍ନରେ ସେ ଜଳେଶ୍ୱର ଥାନାରେ ପହଞ୍ଚତ୍ବା ପରେ ତାଙ୍କୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ଧନେଶ୍ୱର ସାହୁ ଓ ପୂର୍ବତନ ଆଇଆଇସି ପ୍ରଦୀପ କୁମାର ମାଝି ସ୍ବାଗତ କରିଥିଲେ। ସେ ନିଜର ଯାତ୍ରା ସମ୍ପର୍କରେ ଉପସ୍ଥିତ ଖବରଦାତାମାନଙ୍କୁ ସୂଚନା ଦେବା ସହିତ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ଜଳ ସଂରକ୍ଷଣ, ବିଦ୍ୟୁତ୍‌ ସଂରକ୍ଷଣ, ପ୍ଲାଷ୍ଟିକ୍‌ ବ୍ୟବହାର ନିଷେଧ ଆଦି ସଚେତନତା ସୃଷ୍ଟି କରି ଆସନ୍ତା ଫେବୃୟାରୀ ୪ତାରିଖରେ ନିଜ ସହରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଥିଲେ। ପରେ ସେ ଏଠାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗର ଖଡ଼ଗପୁର ଦେଇ ଉତ୍ତରପୂର୍ବ ରାଜ୍ୟ ଯଥା ଆସାମ, ଅରୁଣାଚଳପ୍ରଦେଶ, ମିଜୋରାମ, ମେଘାଳୟ ହୋଇ ନେପାଳ ଯିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ବିଷ ପିଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ...

ପ୍ରସ୍ତାବରେ ରହିଗଲା ଲୋକକଳା ଏକାଡେମୀ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ)ଲୋକକଳା ଆମ ରାଜ୍ୟର ପରିଚୟ। ଆମ ପରମ୍ପରା, ସଂସ୍କୃତିର ପ୍ରତୀକ। ବର୍ତ୍ତମାନର ସମାଜ ପାଶ୍ଚାତ୍ୟ ମୁହାଁ ହେଉଥିବାବେଳେ ଲୋକକଳାକୁ ବଞ୍ଚାଇ ରଖିବା ଆମ ପାଇଁ...

ଏଥର ଖାଲି ପରିଚୟପତ୍ର ଦେଖାଇଲେ ବି ଛାଡ଼ିବନି ପୋଲିସ

ଭୁବନେଶ୍ୱର,୮।୫(ବ୍ୟୁରୋ): ଶନିବାରଠାରୁ ଭୁବନେଶ୍ୱର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିଚୟପତ୍ର ଦେଖାଇ ବାହାନା ମାରି ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ...

ମା’ଙ୍କ ପାଇଁ ମଣିଷ ହୋଇପାରିଛ

ଦେଢ଼ବର୍ଷର ହୋଇଥିବା ବେଳେ ବାପା ଚାଲିଗଲେ ଆରପାରିକୁ। ଗଁ। ଗଁ।ରେ ଚାଉଳ ବିକି ମା’ ହିଁ ମଣିଷ କରିଛି ଆମ ୫ ଭଉଣୀ ଭାଇଙ୍କୁ। ପିଲାବେଳେ...

କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ...

ଟୁଇଟ୍‌ କରି ସହଯୋଗର ହାତ ବଢ଼ାଇଲେ ୩ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପ୍ରକୋପରୁ ଓଡ଼ିଶା ବର୍ତ୍ତି ଯାଇଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୀକ୍ଷା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପକ୍ଷାଘାତରେ ଚାନ୍ଦି ମେଢ଼ର ଅନନ୍ୟ ବିନ୍ଧାଣି

କଟକ ଅଫିସ,୧୯।୩: ତାରକସୀ କାର୍ଯ୍ୟ ପାଇଁ ସାରା ଦେଶରେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ହେଲେ ଏହାକୁ ନିର୍ମାଣ କରୁଥିବା ବିନ୍ଧାଣୀଙ୍କୁ କ୍ୱଚିତ ଜାଣିଥାନ୍ତି।...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ‘କରୋନା ଯୋଦ୍ଧା ଆମର ହିରୋ’ ପେଣ୍ଟିଂ ପ୍ରତିଯୋଗିତା, ଭାଗନେଇ ଜିତିପାରିବେ ଆର୍ଥିକ ପୁରସ୍କାର

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମରେ ଲକ୍‌ ଡାଉନ୍‌ ଓ ଆଂଶିକ ସଟ୍‌ ଡାଉନ୍‌ ଜାରି ରହିଛି। ଏହାକୁ ନେଇ...

Advertisement
Archives

Model This Week