ସଚେତନତା ଅଭାବରୁ ବଢ଼ୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୯।୬(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସଚେତନତା ଅଭାବ ଓ ଯାତ୍ରୀ ପରିବହନରେ ଅବ୍ୟବସ୍ଥା ଯୋଗୁ ଦୁର୍ଘଟଣା ବଢ଼ୁଛି। କେଉଁଠି ବସ୍‌ରେ ଆବଶ୍ୟକତା ଠାରୁ ଅଧିକା ଯାତ୍ରୀ ବୋହି ନେବାକୁ ପଡ଼ୁଛି ତ ଆଉ କେଉଁଠି ଅଟୋରେ ଯାତ୍ରୀ ଓ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କୁ ନିଆଯାଉଥିବା ଦେଖିବାକୁ ମିଳୁଛି । ସେହିପରି ଶ୍ରମିକ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାର ଗାଡ଼ି ଯଥା ଟ୍ରାକ୍ଟର, ଜେସିବି ମେଶିନରେ ଆଦିରେ ଅତି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ପ୍ରତିଦିନ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଅନେକ ସମୟରେ ଯୁବପୀଢ଼ି ବାଇକ୍‌ରେ ଷ୍ଟଣ୍ଟ ପ୍ରଦର୍ଶନ କରି ଦୁର୍ଘଟଣାର ଶିକାର ହେଉଛନ୍ତି। ଯାତ୍ରୀବାହି ଗାଡ଼ିଗୁଡ଼ିକ ପ୍ରତିଦ୍ୱନ୍ଦିତା କରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ସମୟରେ ଟ୍ରାଫିକ ସମସ୍ୟାକୁ ନେଇ ଆଲୋଚନା କରାଯାଉଛି। ହେଲେ ଫଳ ଶୁନ । ବିପର୍ଯ୍ୟସ୍ଥ ପରିବହନକୁ ସୁଧାରିବା ପାଇଁ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ଆବଶ୍ୟକ ହେଉଛି ବୋଲି ଦାରିଙ୍ଗବାଡ଼ିର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସେହିପରି ଉକ୍ତ ଅଞ୍ଚଳରେ ଦିନକୁ ଦିନ ଯାନବାହାନ ବୃଦ୍ଧି ପାଉଛି । ଦାରିଙ୍ଗବାଡ଼ି ଦେଇ ୫୯ନଂ ଜାତୀୟରାଜପଥ ଯାଇଥିବାରୁ ଦୈନିକ ଶହଶହ ଗାଡ଼ିମୋଟର ଭାରିଯାନ ଯାତାୟତ କରୁଛି । ଟ୍ରାକ୍ଟର, ହାଇୱା ଗୁଡ଼ିକରେ ଗୋଡି, ପଥର ବାଲି ଆଦି ବୋଝେଇ ହୋଇ ଯାଉଛି। ଆବଶ୍ୟକଠାରୁ ଅଧିକ ଲୋଡ଼ ହେଉଥିବାରୁ ସେଗୁଡ଼ିକ ରାସ୍ତାରେ ପଡ଼ି ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥି ପ୍ରତି ଦୃଷ୍ଟି ଦେବା ସହ ଟ୍ରାଫିକ ସମସ୍ୟା ଦୁର କରିବାକୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ ବୋଲି ସାମାଜିକ କର୍ମୀ ସୁରେଶ ବଳିଆର ସିଂ, ବାବୁଲା ଦିଗାଳ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଦାରିଙ୍ଗବାଡ଼ି ଥାନାର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଯାନବାହନ ଯାଞ୍ଚ କରୁଥିବା ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା କହିଛନ୍ତି, ଯାଞ୍ଚ ବେଳେ ମଦ୍ୟପ ଗାଡ଼ିଚାଳକ ସମେତ ଦ୍ରୁତ ଗତି ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରାଯାଉଛି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ନେଉଥିବା ଅଟୋରୁ ଜରିମାନା ଆଦାୟ କରାଯାଉଛି। ଚଳିତ ମାସରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଥିବା ସେ କହିଛନ୍ତି। ଲୋକେ ସଚେତନ ହେଲେ ଦୁର୍ଘଟଣା ହେବନି ବୋଲି ସେ କହିଛନ୍ତି।
(((ଫଟୋ ))) ସିମନବାଡ଼ି ଅଞ୍ଚଳରେ ଏକ ଜେସିବିରେ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ରାଜନୈତିକ କ୍ୟାରିୟର, ଗଞ୍ଜାମରୁ ଆରମ୍ଭ….

ବ୍ରହ୍ମପୁର ଅଫିସ,୨ା୬: ଗଞ୍ଜାମ ଜିଲାରୁ ନବୀନ ପଟ୍ଟନାୟକ ରାଜନୀତି ଆରମ୍ଭ କରିବାର ୨୫ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ସେ ୩ ଲୋକ ସଭା...

ପ୍ରବାସୀଙ୍କୁ ଓଡ଼ିଆଙ୍କୁ ନେଇ ବ୍ରହ୍ମପୁର ଫେରିଲା ୪ ଟ୍ରେନ

ବ୍ରହ୍ମପୁର ଅଫିସ,୨୪।୫-ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ରବିବାର ଅପରାହ୍ନ ସୁଦ୍ଧା ପହଞ୍ଚିଲା ୪ଟି ଟ୍ରେନ। ପ୍ରଥମ ଟ୍ରେନଟି ତାମିଲନାଡୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ...

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଛତ୍ରପୁର,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା...

କୁକୁଡ଼ାଖଣ୍ଡି ବ୍ଲକ: ସିଲ ହେଲା ମାଟିଆସାହି

କୁକୁଡାଖଣ୍ଡି,୫।୪(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆସାହିକୁ ସିଲ କରିଛି ଜିଲା ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ତ୍ରେୟ ଭାଉ ସାହେବ।...

କୋଭିଡ୍‌ ନିୟମ ନମାନି ଭୋଜି, ସଙ୍ଗରୋଧ କେନ୍ଦ୍ରରେ ବଣ୍ଟାହେଲା ଖାଦ୍ୟ

ଦିଗପହଣ୍ଡି,୧ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧଖଣ୍ଡି ଗ୍ରାମରେ ମଙ୍ଗଳବାର ସରକାରଙ୍କ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଚାଲିଥିବାବେଳେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌...

ମନମୋହିଲା ‘ବଡି ବିଲ୍ଡିଂ ଶୋ’ର ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ,୩୦ା୧-ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଚାଲିଥିବା ୭ମ ମହାନଗର ମହୋତ୍ସବର ବୁଧବାର ଥିଲା ତୃତୀୟ ସନ୍ଧ୍ୟା ା ଏହାକୁ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି...

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ...

ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ...

Advertisement
Archives

Model This Week