ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ମୁନିଗୁଡା,୨୯।୧୦(ଡି.ଏନ୍‌.ଏ.): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି। ସଚିବ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଔଷଧ ବିତରଣ କେନ୍ଦ୍ର ବୁଲି ଦେଖିବା ସହ କିପରି ଔଷଧ ବିତରଣ କରାଯାଉଛି ସେନେଇ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ କେତେଜଣ ଡାକ୍ତର ଅଛନ୍ତି ଏବଂ କ’ଣ ସମସ୍ୟା ରହିଛି ସେନେଇ ମେଡିକାଲ ଅଫିସର ଡା.ସଞ୍ଜୟ କୁମାରଙ୍କୁ ପଚାରି ବୁଝିବା ସହ ଅଧିକ ଆଲୋଚନା କରିଥିଲେ। ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରୀମାନଙ୍କ ସହ ପାଠପଢ଼ା ସମ୍ବନ୍ଧରେ ଆଲୋଚନା କରିଥିଲେ। ପରେ ସଚିବ କରଡ଼ାବନ୍ଦ,ଭୁରୁସିଖୁମା, ଖୁଣ୍ଟବାଡ଼ି ଆଦି ସ୍ଥାନକୁ ପରିଦର୍ଶନରେ ଯାଇ ଅଙ୍ଗନବାଡି କେନ୍ଦ୍ର, ଉଠା ଜଳସେଚନ କେନ୍ଦ୍ର ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ l ଏହି ଗସ୍ତ ସମୟରେ ପ୍ରମୁଖ ସଚିବଙ୍କ ସହ ରାୟଗଡା ପିଡି ଡିଆର୍‌ଡିଏ ଅମୃତ ରିତୁରାଜ, ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଡିଡବ୍ଲୁଓ ନନ୍ଦଲାଲ ବିଶ୍ୱାଳ, ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକ, ଡିଏସ୍‌ଡବ୍ଲୁଓ, ମୁନିଗୁଡା ବିଡିଓ ଦିଲ୍ଲୀପ କୁମାର ବେହେରା, ସହକାରୀ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ, ଏପିଓ ମାନସୀ ପାତ୍ର, ବିଏସ୍‌ଏସ୍‌ଓ ରଞ୍ଜିତା ବେହେରାଙ୍କ ସମେତ ବହୁ ଜଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ କୃଷ୍ଣଲୀଳା ସମାପନ

ପୁରୀ ଅଫିସ,୨୯ା୮: ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି। ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ନୃସଂଶ ପୁଅ: ଘରେ ବାପାଙ୍କୁ ହାଣି ହତ୍ୟା କଲେ

ବିଷମକଟକ, ୧।୨: ପାରିବାରିକ କଳହରୁ ଅତିଷ୍ଠ ହୋଇ ଜଣେ ନାବାଳକ ଟାଙ୍ଗିଆରେ ବାପାଙ୍କୁ ହାଣି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ରାୟଗଡ଼ା ଜିଲା ବିଷମକଟକ...

ଗଞ୍ଜାମରେ ବଢୁଛି ପରିବା ଦର

ଗଞ୍ଜାମ,୨୨ା୮(ଡି.ଏନ.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି। ବିଶେଷ କରି...

ଖଇରାରେ କର୍ନାଟକ ପୋଲିସ

ଖଇରା, ୬।୧୨(ଡି.ଏନ.ଏ.)-କର୍ନାଟକ ଓ ପଶ୍ଚିମବଙ୍ଗ ସିବିଆଇର ଏକ ମିଳିତ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ଖଇରା ଥାନାରେ ପହଞ୍ଚିଛନ୍ତି। ୨ଜଣ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ଟିମ୍‌ ଖଇରାରେ ପହଞ୍ଚିବା...

ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ବିରୋଧ: ମରିଯିବୁ ପଛେ ଜାଗା ଦେବୁନି

ବଇଣ୍ଡା,୩୦।୧୧(ଡି.ଏନ୍‌.ଏ.) – ସଂସାରକୁ ଚଳାଉଥିବା ଭିଟାମାଟିକୁ ଛଡ଼ାଇ ନେଇ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଉଛି। ହେଲେ ଦାନା ଦେଉଥିବା ଜମିରୁ ଇଞ୍ଚେ...

ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର...

ରାଜ୍ୟ ପାଇଁ ଗୌରବ: ବନ୍ଧବାହାଲ ଛାତ୍ର ଚିନ୍ମୟଙ୍କୁ ଇସ୍ରୋର ନିମନ୍ତ୍ରଣ; ଚନ୍ଦ୍ରଯାନ-୨ ଅବତରଣ ଦେଖିବେ

ଲଖନପୁର,୧ା୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନ୍ଧବହାଲ ଡିଏଭି ପବ୍ଲିକ ସ୍କୁଲର ୮ମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ୱେବ୍‌ସାଇଟ୍‌ www.mygov.in ସ୍ପେସ୍‌ କୁଇଜ ୨୦୧୯ ପ୍ରତିଯୋଗିତାରେ ସର୍ବାଧିକ...

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି  ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି...

Advertisement
Archives

Model This Week