ସଙ୍କଟ ଟାଳିବ ସଚେତନତା: ଜିଲାପାଳ

ଢେଙ୍କାନାଳ ଅଫିସ, ୫।୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ସତର୍କତା, ସଚେତନତା, ସାମାଜିକ ଦୂରତ୍ୱ ହିଁ ଏହି ମହାମାରୀ କବଳରୁ ରକ୍ଷା କରିପାରିବ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସଚେତନତା ସୃଷ୍ଟି କରିବା ଦିଗରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ନିଷ୍ଠା, ଦଳଗତ କାର୍ଯ୍ୟ କରୋନା ବିରୋଧୀ ଲଢ଼େଇରେ କାମରେ ଆସିବ ବୋଲି କହିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲରେ ଶନିବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲାର ଏନ୍‌ଜିଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ଅବସରରେ ଜିଲାପାଳ ଏପରି ଆହ୍ବାନ ଦେଇଛନ୍ତି।
ଏପରି ସଙ୍କଟ ପରିସ୍ଥିତିରେ ପରିବେଶ ସଫାସୁତରା ରଖିବା, ଅସହାୟଙ୍କୁ ଆବଶ୍ୟକ ସହାୟତା ଯୋଗାଇବା, ସେମାନଙ୍କ ମନୋବଳ ବୃଦ୍ଧି କରିବା, ସାମାଜିକ ଦୂରତା ବଜାୟ ରଖିବା ଦିଗରେ ସଚେତନ କରାଇବା, ଫେରନ୍ତା ଶ୍ରମିକଙ୍କୁ ଚିହ୍ନଟ, ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ। ଏହାକୁ ସ୍ବେଚ୍ଛାସେବୀମାନେ ଭଲ ଭାବେ ତୁଲାଇପାରିବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଥିଲେ। କରୋନା ରୋଗୀଙ୍କ ଚିକିତ୍ସା ଲାଗି ଗ୍ରାମାଞ୍ଚଳରେ ୨୧୨ ଏବଂ ସହରାଞ୍ଚଳରେ ୭ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। କରୋନା ସନ୍ଦିଗ୍ଧ ଲଜ୍ଜାବୋଧ ନ କରି ନିଜେ ଆଗକୁ ଆସିବା ଉଚିତ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ସାମାଜିକ ଦୂରତ୍ୱ ରକ୍ଷା ନ କଲେ ସାପ୍ତାହିକ ହାଟକୁ ସ୍ଥାନାନ୍ତର କିମ୍ବା ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ(ପ୍ରଶାସନ), ଅତିରିକ୍ତ ଜିଲାପାଳ ସୌଦାମିନୀ ସେଠି(ରାଜସ୍ବ), ପିଡି ଡିଆରଡିଏ ନରୋତ୍ତମ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଞ୍ଜନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତ୍ୟୁ ସଂଖ୍ୟା: ଇଟାଲିକୁ ଟପିଲା ବ୍ରିଟେନ୍‌

ଲଣ୍ଡନ,୧୩।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ୪୨ ହଜାର ୬୮୫ରେ ପହଞ୍ଚିଛି। ସେହିପରି...

କାର ଧକ୍କାରେ ବାଇକ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପରଜଙ୍ଗ,୨୯।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥର ଦଦରାଘାଟି ଡ୍ୟାମଠାରୁ ଅଳ୍ପ ଦୂରରେ ରବିବାର ସାରେ ଏକ ଅଜଣା...

ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ...

ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍‌ଙ୍କୁ ସିମୋନାଙ୍କ ବିରୋଧ

ବୁକାରେଷ୍ଟ, ୧୯।୪: କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ...

ଦୁର୍ଗମ ଅଞ୍ଚଳ ସମସ୍ୟା ବୁଝିଲେ ଜିଲାପାଳ

କାମାକ୍ଷାନଗର, ୯ା୭(ଡି.ଏନ୍‌.ଏ.) କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଦୁର୍ଗମ ମହୁଲଡ଼ଗର ଗ୍ରାମକୁ ଶୁକ୍ରବାର ପରିଦର୍ଶନରେ ଯାଇ ସମସ୍ୟା ବୁଝିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଏହି...

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୩ ପଜିଟିଭ

ଭୁବନେଶ୍ୱର, ୬।୯ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ୪୮୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା...

ସଂକ୍ରମଣ ଭୟ ନାହିଁ, କାମରେ ବ୍ୟସ୍ତ ପୌର କର୍ମଚାରୀ

ଖୋର୍ଦ୍ଧା ଅଫିସ,୬ା୪: ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ...

ବ୍ରାହ୍ମଣୀ ନଦୀକୂଳରୁ ମିଳିଲା ୭୦୦ ବର୍ଷର ପୁରାତନ ମନ୍ଦିର

ଭୁବନେଶ୍ୱର, ୨୩।୩(ବ୍ୟୁରୋ) – ରାଜ୍ୟର ଏବେ ବି କେତେକ ସ୍ଥାନରେ ପୂର୍ବରୁ ଲୋପ ପାଇଯାଇଥିବା ଐତିହ୍ୟ କୀର୍ତ୍ତିରାଜି ଓ ମନ୍ଦିରଗୁଡ଼ିକ ଭଗ୍ନାବସ୍ଥାରେ ଲୁଚି ରହିଛି। ତେବେ...

Advertisement
Archives

Model This Week