ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ। ଇତିହାସରେ ପ୍ରଥମ ଥର ପାଇଁ ଏପରି କଟକଣା ଲାଗୁ କରାଯାଇଛି। ଫଳରେ ଏବେ ଅଟକି ଯାଇଛି ସାରା ଦେଶ। ହେଲେ କରୋନା ପ୍ରକୃତି ପାଇଁ ବରଦାନ ସାଜିଛି । ମନୁଷ୍ୟର ଅତ୍ୟଧିକ ହସ୍ତକ୍ଷେପ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପ୍ରକୃତି ନିଜକୁ ପୁଣି ଥରେ ସଜାଡ଼ିବା ଆରମ୍ଭ କରିଛି। ବାୟୁରେ କମିଗଲାଣି ପ୍ରଦୂଷଣ। ପ୍ରଦୂଷିତ ନଦୀ ଜଳରେ ଫେରିଲାଣି ସ୍ବଚ୍ଛତା। କରୋନା ପ୍ରଭାବରେ ହୋଇଥିବା ବନ୍ଦ ମଣିଷଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପ୍ରକୃତି କିନ୍ତୁ ନିଜ ରୂପକୁ ଫେରିବା ଆରମ୍ଭ କରିଛି।
ମାର୍ଚ୍ଚ ୨୪ରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଦେଶର ୧୩୦କୋଟି ଜନସାଧାରଣଙ୍କ ଜୀବନ ଘରର ଚାରିକାନ୍ଥ ଭିତରେ ସୀମିତ ହୋଇଯାଇଛି। କଳକାରଖାନା, ଦୋକାନବଜାର ସବୁ କିଛି ବନ୍ଦ ଅଛି। ଏହାର ପ୍ରଭାବରେ ଭାରତର ବୃହତ୍ତମ ନଦୀ ଗଙ୍ଗା ସ୍ବଚ୍ଛ ହେଉଛି। ବାରଣାସୀରେ ଅବିରାମ ଗତିରେ ପ୍ରବାହିତ ଗଙ୍ଗାର ନର୍ମଳ ଧାରା ପାଲଟିଛି ଏହାର ମୂକସାକ୍ଷୀ। ଯେଉଁ ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ତାହାକୁ ସଫଳ କରୁଛି ଲକ୍‌ଡାଉନ୍‌।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଗଙ୍ଗାନଦୀ କୂଳରେ ଗଢ଼ି ଉଠିଥିବା କମ୍ପାନୀର ବର୍ଜ୍ୟଜଳ ଏହାର ପାଣିକୁ ପ୍ରଦୂଷିତ କରୁଛି। ନଦୀର ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଇଥିଲା ଯେ, ତାହା ବ୍ୟବହାର ଅନୁପଯୋଗୀ ବୋଲି ବିଚାର କରାଯାଉଥିଲା। ହେଲେ ନିକଟରେ କରାଯାଇଥିବା ପରୀକ୍ଷଣରୁ ଗଙ୍ଗାନଦୀରେ ଚିହ୍ନଟ କରାଯାଇଥିବା ୩୬ସ୍ଥାନ ମଧ୍ୟରୁ ୨୭ଟିରେ ପାଣିର ଗୁଣବତ୍ତା ପୂର୍ବାପେକ୍ଷା ଯଥେଷ୍ଟ ପରିମାଣରରେ ବୃଦ୍ଧି ପାଇଛି। ଏସବୁ ସ୍ଥାନରେ ଜଳଚଳଜୀବଙ୍କ ଉପସ୍ଥିତ ମଧ୍ୟ ଦେଖିବାକୁ ମିଳିଛି, ଯାହା ମତ୍ସ୍ୟଚାଷ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ସାଧାରଣତଃ ଏପ୍ରିଲ ମାସରେ ଗଙ୍ଗାନଦୀର ଜଳସ୍ତର ହ୍ରାସ ପାଇଥାଏ। ଏହାର ସ୍ରୋତ ଅକ୍ଷେପାକୃତ କମିଯାଇଥାଏ। ହେଲେ ଲକ୍‌ଡାଉନ୍‌ ଯୋଗୁ ଏହାର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। କେବଳ ଗଙ୍ଗାନୁହେଁ ଅନ୍ୟତମ ବୃହତମ ନଦୀ ଯମୁନାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। ପୂର୍ବରୁ ମାତ୍ରାଧିକ ପ୍ରଦୂଷଣ ଯୋଗୁ ନଦୀ ଜଳରେ ଧଳାଫେଣ ସୃଷ୍ଟି ହେଉଥିଲା। ଏହା ପିଇବା ତ ଦୂରର କଥା ସ୍ନାନ କରିବାକୁ ମଧ୍ୟ ଅନୁପଯୋଗୀ ବୋଲି ବିଚାର କରାଯାଉଥିଲା। କରୋନା ପାଇଁ ହୋଇଥିଲା ଲକ୍‌ଡାଉନ ପରେ ଏଥିରେ ସୁଧାର ଆସିଥିବା ସିପିସିବି ପକ୍ଷରୁ କୁହାଯାଇଛି।
କେବଳ ଏତିକି ନୁହେଁ, ଦିଲ୍ଲୀ-ଏନ୍‌ସିଆରବାସୀଙ୍କ ପାଇଁ ଶୁଦ୍ଧବାୟୁ ସ୍ବପ୍ନ ପାଲଟିଥିଲା। ହେଲେ ଏବେ ବାୟୁରେ ଶୁଦ୍ଧତା ବଢ଼ିଛି। ଏଠାକାର ବାୟୁର ଗୁଣବତ୍ତା ଅନ୍ତର୍ଜାତୀୟ ଇଣ୍ଡେକ୍ସ ଭିତରକୁ ଆସିଛି, ଯାହା ଆଗାମୀ ଭବିଷ୍ୟତ ପାଇଁ ଶୁଭସଙ୍କେତ। ସେହିପରି ପଞ୍ଜାବର ଜଳନ୍ଧର ଆକାଶରେ ସ୍ବଚ୍ଛତା ଆସିଛି। ଜଳନ୍ଧରରୁ ବରଫାବୃତ୍ତ ହିମାଳୟ ପର୍ବତର ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି। ଏହାକୁ ସୋସିଆଲ ମିଡିଆ ୟୁଜରମାନେ ବହୁସଂଖ୍ୟାରେ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri