ସକାଳେ ସ୍ବାଭାବିକ, ସନ୍ଧ୍ୟାରେ ଖାଁ ଖାଁ

ଭୁବନେଶ୍ୱର,୨।୬(ବ୍ୟୁରୋ): ଦୁଇମାସର ଲକ୍‌ଡାଉନ୍‌ ପରେ ସୋମବାର ଥିଲା ଅନ୍‌ଲକ୍‌-୧.୦ର ପ୍ରଥମ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ସବୁକିଛି ପୂର୍ବଭଳି ନ ହେଲେ ବି ପ୍ରାୟତଃ ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ସକାଳ ହେବାକ୍ଷଣି ରାଜ୍ୟ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିଲା। ବଜାର ଓ ଅଫିସ୍‌ ଯିବାପାଇଁ ଲୋକେ ଘରୁ ବାହାରିଥିଲେ। ରାଜଧାନୀର ଟ୍ରାଫିକ୍‌ ପୁଣି ପୂର୍ବ ଅବସ୍ଥାକୁ ଫେରିବା ଭଳି ମନେହୋଇଥିଲା। ଦୋକାନ, ବଜାର ସବୁକିଛି ଖୋଲା ଥିବାବେଳେ ଲୋକେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିଲେ। ପୁଣିଥରେ ସବୁକିଛି ଠିକ୍‌ ହୋଇଯିବ ଭାବି ଲୋକେ ବେଶ୍‌ ଖୁସି ଥିଲେ। ହେଲେ ଅପରାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଖବରଦାତା ସମ୍ମିଳନୀ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଶନିବାର ଓ ରବିବାର ୧୧ଟି ଜିଲା ଶଟ୍‌ଡାଉନ୍‌ ସହ ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦେଇଥିଲେ। ତେବେ ଏହି ନିଷ୍ପତ୍ତିକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଆର୍ଥିକ କ୍ଷତି ସହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ପୁଣିଥରେ ରାତିରେ ବେପାର କରି ନ ପାରି ନିରାଶ ହୋଇ ଘରକୁ ଫେରିଥିଲେ। ଏନେଇ ରାଜମହଲ ଛକର ଜଣେ ମିଠା ବ୍ୟବସାୟୀ ଦେବପ୍ରସାଦ ସାହୁ କହିଛନ୍ତି, ଭଲ ବେପାର ହେବ ଭାବି ପୂର୍ବରୁ ବରାପାଇଁ ବିରିବାଟଣଠାରୁ ଆରମ୍ଭକରି ମିଠା ତିଆରି ପାଇଁ ଅଧିକ ଛେନା ମଗାଇଥିଲୁ। ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯୋଗୁ ସବୁକିଛି ନଷ୍ଟ ହୋଇଗଲା। ଅଧା ବେପାର ବି ହୋଇପାରିଲାନି। ୭ଟା ନ ହେଉଣୁ ପୋଲିସ ଭୟରେ ସବୁକିଛି ବନ୍ଦକରି ଏବେ ଘରକୁ ଯାଉଛୁ। ଫଳ ବ୍ୟବସାୟୀ ରଘୁନନ୍ଦନ ମହାପାତ୍ର କହିଛନ୍ତି, ରାତ୍ରି କର୍ଫ୍ୟୁକୁ ଆମେ ସ୍ବାଗତ କରୁଛୁ। ହେଲେ ଶନିବାର ଓ ଶଟ୍‌ଡାଉନ୍‌ ହେଲେ ବ୍ୟବସାୟ ବହୁଳଭାବେ ପ୍ରଭାବିତ ହେବ। ଏମିତି ବି ପରିବାର ଚଳାଇବା ବହୁ କଷ୍ଟକର ହୋଇପଡ଼ୁଛି। ଏବେ ସପ୍ତାହକୁ ଦୁଇଦିନ ବେପାର ବନ୍ଦ ହେଲେ ଆମକୁ କିଏ କ୍ଷତିପୂରଣ ଦେବ ବୋଲି ସେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କରୋନା ନେଲା ୬ ଜୀବନ

ଭୁବନେଶ୍ୱର,୧୩।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୦୪...

ନନ୍ଦନକାନନରେ ୨ ଆନାକୋଣ୍ଡା ମୃତ, ୩ ଅସୁସ୍ଥ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ନନ୍ଦନକାନନ ଆସିଥିବା ହଳଦିଆ ଆନାକୋଣ୍ଡାଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଏକ ଆଖି...

୧୩ ଆଇଏଏସ୍‌ ଅଧିକାରୀଙ୍କୁ ମେଡିକାଲ କଲେଜ,ହସ୍ପିଟାଲ ସଂଯୋଜନା ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ...

ବ୍ୟବସାୟର ଢଙ୍ଗ ବଦଳିଛି, ମିଳୁନି ଆତ୍ମସନ୍ତୋଷ

ଭଦ୍ରକ ଅଫିସ, ୨୩ । ୬-ଠେଲାଗାଡି ବ୍ୟବସାୟୀଙ୍କ ଦାନାପାଣି ଛଡାଇ ନେଇଛି ମହାମାରୀ କରୋନା। ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅନୁମତି ମିଳି ନ ଥିବାରୁ ସେମାନେ...

ଜୁନ୍‌ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଜୁନ୍‌ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଅଡିଟୋରିୟମ୍‌(ସୂଚନାଭବନର ଦ୍ୱିତୀୟ ଅଡିଟୋରିୟମ୍‌)ରେ ପରୀକ୍ଷା...

ଜୋର୍‌ସୋରରେ ଚାଲିଛି ପୋଟଳ କାମ

ପୁରୀ ଅଫିସ, ୨୯ା୬: ଜୁଲାଇ ୪ରେ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥକାମ। ଗୁରୁବାର ତୃତୀୟ ଭୂଇଁ କାଠ ଉଠି ବଡ଼ ଥାଳି...

ମାନସିକ ନିର୍ଯାତନାର ଶିକାର ହୋଇ ଦେଶ ଛାଡିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ର ପରବର୍ତ୍ତୀ ସୁପରଷ୍ଟାର କୁହାଯାଉଥିବା ଉନ୍ମୁକ୍ତ ଚାନ୍ଦ ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହିଚନ୍ତି। ୧୩ ଅଗଷ୍ଟରେ ଭାରତୀୟ କ୍ରିକେଟରୁ...

ଆଧାର ନ ଥିବାରୁ ଚାଉଳ ବନ୍ଦ

କେନ୍ଦୁଝର, ୪।୫ (ସ୍ବ.ପ୍ର.)-ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଗୋନାସିକା ଗ୍ରାମରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ୩ ବର୍ଷ ହେଲା ସରକାରଙ୍କ...

Advertisement


Archives

Model This Week