ଧାନ ଏମ୍‌ଏସ୍‌ପି ୧୮୬୮ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୨ା୬(ପି.ଟି.): କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଧାନ ଏମ୍‌ଏସ୍‌ପି ୧,୮୬୮ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଖାଦ୍ୟଶସ୍ୟ, ଡାଲି ଓ ତୈଳବୀଜ ଆଦି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିସକ୍ରମେ ବିଭିନ୍ନ ଫସଲର ଏମ୍‌ଏସ୍‌ପି ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାଦ୍ୱାରା କୃଷକମାନେ ବ୍ୟୟ ତୁଳନାରେ ୫୦ରୁ ୮୩ ପ୍ରତିଶତ ଅଧିକ ମୂଲ୍ୟ ପାଇପାରିବେ
ଧାନ ଏମ୍‌ଏସ୍‌ପି ୧,୮୬୮ ଟଙ୍କାକୁ ବୃଦ୍ଧି ହୋଇଥିବାରୁ ଚାଷୀଙ୍କୁ କୃଷିକାର୍ଯ୍ୟରେ ବ୍ୟୟ ତୁଳନାରେ ୫୦ ପ୍ରତିଶତ ଅଧିକ ମୂଲ୍ୟ ମିଳିବ। ଗ୍ର୍ରେଡ୍‌ ଏ ଧାନର ଏମ୍‌ଏସ୍‌ପି ଗତବର୍ଷ ୧,୮୩୫ ଟଙ୍କା ଥିବାବେଳେ ଚଳିତ ବର୍ଷ ଏହାକୁ ୧,୮୮୮ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କପା ଏମ୍‌ଏସ୍‌ପି ୨୬୦ ଟଙ୍କା ବୃଦ୍ଧି କରାଯାଇ ୫,୫୧୫ ଟଙ୍କା କରାଯାଇଛି। ଗତବର୍ଷ ଏହା ୫,୨୫୫ ଟଙ୍କା ଥିଲା। ସେହିପରି ଲମ୍ବା ଖୋସାଯୁକ୍ତ କପା ଦାମ୍‌ ୫,୫୫୦ରୁ ୫,୮୨୫ ଟଙ୍କାକୁ ବୃଦ୍ଧି ହୋଇଛି। ଜଅ କୁଇଣ୍ଟାଲ ପ୍ରତି ଏମ୍‌ଏସ୍‌ପି ୭୦ ଟଙ୍କା ବୃଦ୍ଧି ପାଇ ୨,୬୨୦ ଟଙ୍କା ହୋଇଥିବାବେଳେ ବାଜରା ୧୫୦ ଟଙ୍କା ବୃଦ୍ଧି ପାଇ ୨,୧୫୦ ଟଙ୍କା ହୋଇଛି। ହରଡ଼ ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧି ପାଇ ୬,୦୦୦ ଟଙ୍କା ହୋଇଥିବାବେଳେ ମୁଗ ଡାଲି ୧୪୬ ଟଙ୍କା ବୃଦ୍ଧି ପାଇ ୭,୧୯୬ ଟଙ୍କା, ବିରି ୩୦୦ ଟଙ୍କା ବୃଦ୍ଧି ପାଇ ୬,୦୦୦ ଟଙ୍କା,ଚିନାବାଦାମ ୧୮୫ ଟଙ୍କା ବୃଦ୍ଧି ପାଇ ୫,୨୭୫ ଟଙ୍କା ହୋଇଛି। ସେହିପରି ସୂର୍ଯ୍ୟମୁଖି ମଞ୍ଜି କୁଇଣ୍ଟାଲ ୨୩୫ ଟଙ୍କା ବୃଦ୍ଧି ପାଇ ୫,୮୮୫ ଟଙ୍କା ଏବଂ ସୋୟାବିନ ୧୭୦ ଟଙ୍କା ବଢ଼ି ୩,୮୮୦ ଟଙ୍କା ହୋଇଛି। ଏହାବ୍ୟତୀତ କୃଷକମାନେ ନେଇଥିବା ଋଣ ପରିଶୋଧ ପାଇଁ ଅଧିକ ସମୟ ପାଇବେ। ଏଥିପାଇଁ ଅଗଷ୍ଟକୁ ନୂଆ ସମୟସୀମା ଧାର୍ଯ୍ୟ କରାଯାଇଛି। କିଷାନ କ୍ରେଡିଟ୍‌ କାର୍ଡରେ ସେମାନେ ସାନି ଋଣ ନେଇପାରିବେ ଏବଂ ନିଜର ଉତ୍ପାଦିତ ଶସ୍ୟକୁ ସେମାନେ ଯେକୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ରାସ୍ତାପାର୍ଶ୍ୱ ଦୋକାନୀଙ୍କ ପାଇଁ ମଧ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ଗାଁ, ଗରିବ ଓ କୃଷକଙ୍କୁ ପ୍ରାଥମିକତା ଦେଉଛନ୍ତି। କ୍ୟାବିନେଟ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନୀତିନ ଗଡ଼କରୀ ଓ ତୋମାର କହିଥିଲେ, ବ୍ୟବସାୟ ବଢ଼ାଇବା ସହ ଅଧିକ ପୁଞ୍ଜି ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ବ୍ୟବସାୟ ସରଳୀକରଣରେ ସହାୟକ ହେବ। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ଘୋଷଣା ପରେ ଏମ୍‌ଏସ୍‌ଏମ୍‌ଇର ସଂଜ୍ଞାରେ ପୁନର୍ବାର ପରିବର୍ତ୍ତନ କରାଯାଇ ମଧ୍ୟମ ଉଦ୍ୟୋଗଗୁଡ଼ିକ ଲାଗି କାରବାର ସୀମାକୁ ୧୦୦ କୋଟିରୁ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଉକ୍ତ ଉଦ୍ୟୋଗରେ ନିବେଶ ସୀମାକୁ ୫୦ କୋଟିକୁ ବୃଦ୍ଧି କରାଯାଇଥିବା ଜାଭଡେକର କହିଛନ୍ତି। କ୍ଷତିର ସମ୍ମୁଖୀନ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ପାଇଁ ୨୦ ହଜାର କୋଟି ସହାୟତା ପ୍ୟାକେଜ ଏବଂ ୫୦ ହଜାର କୋଟିର ଇକ୍ୟୁଟି ଇନ୍‌ଫ୍ୟୁଜନ ପ୍ୟାକେଜ୍‌କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆର୍ଥିକ ସୁଦୃଢ଼ କରିବା ସହ ସେମାନେ ଷ୍ଟକ୍‌ ଏକ୍ସଚେଞ୍ଜ ତାଲିକାଭୁକ୍ତ ହେବାରେ ସକ୍ଷମ ହୋଇପାରିବେ। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ଏମ୍‌ଏସ୍‌ଏମ୍‌ଇକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ଜାଭେଡକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri