ସକାଳୁଆ ଆସୁନାହାନ୍ତି କର୍ମଚାରୀ

ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ ନ ଥିବା ଦେଖିବାକୁ ମିଳୁଛି। କର୍ମଚାରୀ ମାନେ ସକାଳ ୭ଟାରେ ଅଫିସ ଆସିବା କଥା। କିନ୍ତୁ କେହି କେହି ଦିନ ୯ଟାରେ ଆସୁଥିବା ବେଳେ ଆଉ କିଏ ଦିନ ୧୦ଟାରେ ଆସୁଥିବା ଦେଖାଯାଇଛି। ହାଟଡିହୀ ତହସିଲରେ ଏପରି ଉଦାହରଣ ଏବେ ନଜରକୁ ଆସିଛି। ସକାଳୁ କେବଳ ଅଫିସ ତାଲା ଖୋଲାଯାଇଥିବା ବେଳେ କୌଣସି କର୍ମଚାରୀଙ୍କୁ ଦେଖାମିଳି ନ ଥାଏ। ଚେୟାର ଟେବୁଲ ଫାଙ୍କା ପଡ଼ିଥାଏ। ମାତ୍ର ଦୁଇ ତିନି ଜଣ ତଳ ଶ୍ରେଣୀର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ ଅନ୍ୟ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି। ସେହିପରି ହାଟଡିହୀ ବ୍ଲକକୁ ଲକ୍ଷ୍ୟ କଲେ ବିଡିଓ ଓ ଅନ୍ୟ ୩ ରୁ ଚାରି କର୍ମଚାରୀଙ୍କୁ ସକାଳୁଆ ଅଫିସରେ ଦେଖିବାକୁ ମିଳୁଛି। ଅନ୍ୟ ସରକାରୀ କର୍ମଚାରୀ ମାନଙ୍କର ଦେଖାନଥାଏ। ମନ ଇଚ୍ଛା କର୍ମଚାରୀମାନେ ବହୁ ବିଳମ୍ବରେ ଆସିଥାନ୍ତି। କର୍ମଚାରୀମାନେ ବିଳମ୍ବରେ ଆସିବାକୁ ନେଇ ବ୍ଲକ ବିଡିଓ ସୁଶାନ୍ତ ବାରିକ ଏକାଧିକ ଥର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କର୍ମଚାରୀମାନଙ୍କୁ ଠିକ ସମୟରେ ଆସିବା ପାଇଁ ତାଗିଦ ମଧ୍ୟ କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲକ, ତହସିଲ କର୍ମଚାରୀ ମାନେ ଅଫିସକୁ ଆସୁଛନ୍ତି କି ନାହିଁ ସେ ନେଇ ଏକ ଇ-ଉପସ୍ଥାନ ମେଶିିନ ଲଗାଯାଇଛି। କର୍ମଚାରୀମାନେ ଅଫିସକୁ ଆସିଲେ ପ୍ରଥମେ ନିଜର ଆଙ୍ଗୁଳି ଟିପ ଚିହ୍ନ ଏହି ମେଶିନରେ ଛୁଇଁବେ। ଫଳରେ କର୍ମଚାରୀମାନେ ଅଫିସରେ ଉପସ୍ଥିତ ଅଛନ୍ତି ବୋଲି ସ୍ପଷ୍ଟ ହୁଏ। ଯାହା ଦ୍ୱାରା କି କର୍ମଚାରୀମାନେ ଆଉ ଅନୁପସ୍ଥିତ ରହିବା ମହଙ୍ଗା ହୋଇଥାଏ। କିନ୍ତୁ ବ୍ଲକ ଓ ତହସିଲରେ ଲାଗିଥିବା ଇ-ଉପସ୍ଥାନ ମେଶିନ ଏବେ ଅକାମୀ। ବ୍ଲକ ତହସିଲ କାନ୍ଥରେ ଇ-ଉପସ୍ଥାନ ମେଶିନର ଖୋଳ ଝୁଲୁଛି। କିନ୍ତୁ ଖୋଳ ଭିତରେ ମେଶିିନ ନାହିଁ। ଏପରି ପରିସ୍ଥିତି ଯୋଗୁ କର୍ମଚାରୀ ମାନେ ମନମୁଖୀ ଶାସନରେ ଅଫିସକୁ ଯିବା ଆସିବା କରୁଥିବା ସହଜ ହେଉଛି। ଜିଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri