Posted inଜାତୀୟ

ସଂସଦ କ୍ୟାଣ୍ଟିନ୍‌ରେ ଏବେ ମିଳିବନି ଖାଦ୍ୟରେ ରିହାତି: ବର୍ଷକୁ ସଞ୍ଚୟ ହେବ ୧୭ କୋଟି !

ନୂଆଦିଲ୍ଲୀ,୫।୧୨: ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଆଉ ଖାଦ୍ୟରେ ରିହାତି ମିଳିବନି। ଏଠାରେ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ଦିଆଯିବ। ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କ ଏହି ପ୍ରସ୍ତାବ ଉପରେ ବିଜ୍‌ନେସ୍‌ ଆଡ଼ଭାଇଜରୀ କମିଟି ଆଲୋଚନା କରିଥିଲେ। ଏହି ପ୍ରସ୍ତାବକୁ ବହୁ ରାଜନୈତିକ ଦଳ ସମର୍ଥନ ମଧ୍ୟ କରିଛନ୍ତି। ଏହାଦ୍ୱାରା ଏଣିକି ସରକାରଙ୍କର ବର୍ଷକୁ ୧୭ କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଜେଏନ୍‌ୟୁ ଛାତ୍ର ମାନେ ଫି ବୃଦ୍ଧି ନେଇ କରିଥିବା ବିକ୍ଷୋଭ ସମୟରେ ସଂସଦରେ ରିହାତିରେ ଖାଦ୍ୟ ମିଳିବା କେତେଦୂର ଯୁକ୍ତିଯୁକ୍ତ। ଶିକ୍ଷାକ୍ଷେତ୍ରରେ ରିହାତି ନ ମିଳୁଥିବାବେଳେ ସଂସଦ କ୍ୟାଣ୍ଟିନ୍‌ରେ ଖାଦ୍ୟରେ କାହିଁକି ରିହାତି ଦିଆଯାଉଛି ବୋଲି ସେମାନେ ଦର୍ଶାଇଥିଲେ। ଗତ ଲୋକସଭାରେ କ୍ୟାଣ୍ଟିନ୍‌ରେ ମିଳୁଥିବା ଖାଦ୍ୟରେ ରିହାତିକୁ କମ୍‌ କରାଯାଇଥିଲା। ତେବେ ଏବେ ଏହାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟଶସ୍ୟ ବ୍ୟାଙ୍କ: ଗରିବ ଲୋକଙ୍କୁ ଉଧାରରେ ଦେଉଛି ଡାଲି ଚାଉଳ

ପ୍ରୟାଗରାଜ୍‌,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜ୍‌ ଜିଲାରେ ଗରିବଙ୍କୁ ସହାୟତା ପାଇଁ ଖାଦ୍ୟଶସ୍ୟ ବ୍ୟାଙ୍କ ସ୍ଥାପନ କରାଯାଇଛି। ଏହାର ୭୦ଟି ଶାଖା ଜିଲାରେ କାର୍ଯ୍ୟକରୁଛି। କୌଣସି କାମ ଧନ୍ଦା...

କରୋନା ଆତଙ୍କ: ସୁରଟରେ ୮୦୦୦ କୋଟିର ହୀରା କାରବାର ଠପ୍‌

ସୁରଟ,୫।୨: କରୋନା ଭୁତାଣୁ ଆତଙ୍କ ଯୋଗୁ ସୁରଟର ୮୦୦୦ କୋଟି ଟଙ୍କାର ହୀରା କାରବାର ଠପ୍‌ ହୋଇଛି। ଚାଇନା ପରେ ଏବେ ହଂକଂରେ ଏହି ଭୁତାଣୁ...

ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍‌ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର

କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ...

୧୦ବର୍ଷ ପୁରୁଣା ମାମଲାର ବିଚାର ଶୀଘ୍ର କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୦।୧୧: ଦେଶର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ଶୀଘ୍ର କରିବାକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଲୋକସଭାରେ କହିଛନ୍ତି। ୧୦ ବର୍ଷ ଧରି ପଡ଼ିରହିଥିବା...

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ଏହା ନିଶ୍ଚିତ କରିଛି।...

ନଏଡାରେ ସୁସ୍ଥ ହୋଇଥିବା ୨ବ୍ୟକ୍ତି ପୁଣି କରୋନା ପଜିଟିଭ୍‌

ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ...

ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ !

ନୂଆଦିଲ୍ଲୀ,୬।୪: ଦିନକୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବାର...

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ...

Advertisement
Archives

Model This Week