![](https://www.dharitri.com/wp-content/uploads/2020/04/phto-patna-udhar-hoithibaa-harina.jpg)
ପାଟଣା, ୧୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଅସ୍ତଯୋଡି ଗ୍ରାମର ହରିହର ମହାନ୍ତଙ୍କ ଘର ବାଡ଼ି ମଧ୍ୟକୁ ଗୁରୁବାର ଏକ ହରିଣ ପଶି ଆସିଥିଲା। ଖବର ପାଇ ସାହାରପଡା ବନପାଳ ସୁକୁମାର ଜେନା ପହଞ୍ଚି ହରିଣକୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପରେ ମୟୂରଭଞ୍ଜ ଜିଲା ବିଶିପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ହରିଣ ଶିମିଳିପାଳ ଅଭୟାରଣ୍ୟରୁ ଗାଁ ଭିତରକୁ ଚାଲି ଆସିଥିବା ବନବିଭାଗ ଅନୁମାନ କରିଛି।