Posted inଜାତୀୟ

ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍‌ ପଡ଼ିଲେ ୨ଭାଜପା ନେତା

ନୂଆଦିଲ୍ଲୀ,୨୯।୧: ଆକ୍ସନ ମୁଡ୍‌ରେ ଦିଲ୍ଲୀ ନିର୍ବାଚନ କମିଶନ। ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ଭାଜପା ଏମ୍‌ପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମ୍‌ପି ପ୍ରବେଶ ସିଂହ ବର୍ମା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭାଜପାର ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍‌ ଦେବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ଏହି ଦୁଇ ନେତା ଆଉ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିପାରିବେ ନାହିଁ। ସୂଚନାଯୋଗ୍ୟ, ଅନୁରାଗ ଓ ପ୍ରବେଶ ସୋମବାର ନିର୍ବାଚନ ପ୍ରଚାର ସମୟରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ନିର୍ବାଚନ କମିଶନ ସମ୍ପୃକ୍ତ ୨ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ନୋଟିସ୍‌ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ହେବ ଟାୟାର ପାର୍କ

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ...

ନିଜ ସ୍ବାମୀଙ୍କ ଫଟୋ ଶେୟାର କରି ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୪।୬:କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ଅଭିନେତ୍ରୀ ସ୍ମୃତି ଇରାନୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶେୟାର ହୋଇଥିବା ଫଟୋରେ ସ୍ବାମୀ ଜୁବିନ ଇରାନୀ ଓ...

ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ...

ମାଡ଼ିଆସୁଛି ବାତ୍ୟା ‘ମହା’

ଚେନ୍ନାଇ, ୧।୧୧(ପି.ଟି.):ଆରବସାଗରରେ ମାଡ଼ିଆସୁଛି ବାତ୍ୟା‘ମହା’। ଏହା ଲାକ୍ଷାଦ୍ୱୀପ ମୁହାଁ ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିବ ବୋଲି ଭାରତୀୟ...

ହିଲ୍‌ ଷ୍ଟେଶନରେ ବଢ଼ିଲା କରୋନା ଭୟ: କେମ୍ପଟି ଫଲ୍‌ରେ ଲାଗୁ ହେଲା କଡ଼ା ନିୟମ

ମସୁରୀ,୯।୭: କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣ ଆସିବା ମାତ୍ରେ ହିଁ କିଛି ଲୋକ ଛୁଟି କାଟିବାକୁ ହିଲ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ସେଠାରେ ଲଗାତର ଲୋକଙ୍କ ଭିଡ଼...

କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଲେ

ହାଇଦ୍ରାବାଦ,୧୨।୯: ହାଇଦ୍ରାବାଦ୍‌ର ଚାର୍‌ମିନାର୍‌ରେ ଜଣେ ପୋଲିସ୍‌ କନଷ୍ଟେବଳ ନିଜ ପାଇଁ କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଇଛନ୍ତି। କନଷ୍ଟେବଳ ଚାକିରି ଯୋଗୁ ତାଙ୍କୁ ଝିଅ...

ଅପରେଶନ୍‌ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍‌ଏସ୍‌ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ

ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ...

Advertisement


Archives

Model This Week

Why Dharitri