Posted inଜାତୀୟ

ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ମତଦାନ ଶାନ୍ତିପୂର୍ଣ୍ଣ ଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଡିଆର୍‌ ତିଓ୍ବାରୀ କହିଛନ୍ତି।

ଅପରାହ୍ନ ୫ଟା ସୁଦ୍ଧା ୫୩.୩୧ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ। ଯୋଗୀ ଗୋରଖପୁର ଅର୍ବାନରୁ ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଲଲ୍ଲୁ ତମକୁହି ରାଜରୁ, ସମାଜବାଦୀ ପାର୍ଟିର ସ୍ବାମୀ ପ୍ରସାଦ ମୌର୍ଯ୍ୟ ଫାଜିଲନଗରରୁ ଏବଂ ବିରୋଧୀ ଦଳ ନେତା ରାମଗୋବିନ୍ଦ ଚୌଧରୀ ବଂଶଡିହ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ, ମୌଳିକ ଶିକ୍ଷାମନ୍ତ୍ରୀ ସତୀଶ ଦ୍ୱିବେଦୀ, ବିରୋଧୀ ଦଳ ନେତା ରାମଗୋବିନ୍ଦ ଚୌଧୁରୀ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ୍‌ପ୍ରକାଶ ରାଜଭର, ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ ପ୍ରମୁଖ ସେମାନଙ୍କ ବୁଥ୍‌କୁ ଯାଇ ଭୋଟ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ଭାଜପା ଉକ୍ତ ୫୭ ଆସନରୁ ୪୬ଟିରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଡାଉନ୍ ହେଲା ଇନଷ୍ଟାଗ୍ରାମ, ଫେସବୁକ

ନୂଆଦିଲ୍ଲୀ,୯ ।୧୦: ଇନଷ୍ଟାଗ୍ରାମ, ଫେସବୁକ ଆଦି ଡାଉନ ହେବାର ଏକ ସପ୍ତାହ ମଧ୍ୟରେ ଏହା ପୁଣିଥରେ ଡାଉନ୍ ହୋଇଛି । କେତେଜଣ ୟୁଜର୍ସ ଫଟୋ ଶେୟାରିଂ...

ଗୁଲାମ ନବିଙ୍କ ଇସ୍ତଫା ପରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ପାର୍ଟି ଅଧ୍ୟକ୍ଷ ନିର୍ବାଚନକୁ ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ରବିବାର ବସିବ । ଏହି ବୈଠକରେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମକୁ ମଞ୍ଜୁରି ମିଳିବ ।...

ଏୟାର ଇଣ୍ଡିଆରେ ମହିଳାଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ୧୪ ଦିନିଆ ନ୍ୟାୟିକ ହେପାଜତରେ…

ନୂଆଦିଲ୍ଲୀ,୭।୧ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପଟିଆଲା ହାଉସ କୋର୍ଟ ୧୪...

ଅଖିଳେଶଙ୍କ ସହ ନଜର ଆସିଲେ ଉମେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୮।୨: ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାକତ ଖାନ୍‌ଙ୍କ...

ଦୋକାନର ନାମ କରୋନା ଟେକ୍ସଟାଇଲ

କୋଚି,୧୮।୩: ଦେଶରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ କେରଳର ଜଣେ କପଡ଼ା ଦୋକାନୀ ତାଙ୍କ ଦୋକାନ ନାମ କରୋନା ଟେକ୍ସଟାଇଲ ରଖିଛନ୍ତି।...

କଂଗ୍ରେସକୁ ଘାରିଛି ବାଡ଼ ଡିଆଁ ଭୟ: ୩୮ ଜିଲାରେ ପର୍ଯ୍ୟବେକ୍ଷକ

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ବାଡ଼ ଡିଆଁ ଭୟ ଘାରିଛି। ଦଳର କିଛି ନେତା ଘୋଡ଼ାବେପାରରେ ସାମିଲ ହୋଇ ଅନ୍ୟ ଦଳରେ...

‘ପ୍ରଧାନମନ୍ତ୍ରୀ ଚାହୁଁଥିଲେ ଗରିବଙ୍କୁ କେହି ସାହାଯ୍ୟ ନ କରନ୍ତୁ’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଲକଡାଉନ ଘୋଷଣା କରି ପ୍ରବାସୀ ଶ୍ରମିକଙ୍କୁ ବଶାହରା ଭାବେ ରୋଡ୍‌ ଉପରେ ଛାଡ଼ି ଦେଇଥିଲେ। ସେମାନଙ୍କ ପାଖରେ ଘର...

Advertisement
Archives

Model This Week