ଶ୍ୱଶୁରଙ୍କୁ ଆକ୍ରମଣ ମାମଲା, ବୋହୂ ଗଲେ ଜେଲ

ଦିଗପହଣ୍ଡି,୨୩ା୧୦(ଡି.ଏନ.ଏ.): ଶ୍ୱଶୁରଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁରର ରୀନା କୁମାରୀ ସାହୁଙ୍କୁ ବୁଧବାର କେ.ନୂଆଗାଁ ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସନ୍ଧ୍ୟାରେ ରୀନାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇଯାଇଛି। ଏ ନେଇ ନଂ. ୧୯୯/୧୯ରେ ମାମଲା ରୁଜୁ ହୋଇଛି।
ତଦନ୍ତକାରୀ ପୋଲିସ ଅଧିକାରୀ ଏଏସ୍‌ଆଇ କ୍ଷୀରୋଦ କୁମାର ବେହେରାଙ୍କ ସୂଚନା ପ୍ରକାରେ, ଗତ ୧୦ ତାରିଖରେ ରିନାଙ୍କ ଶ୍ୱଶୁର ଗାଣ୍ଡୁ ସାହୁ ଘର ବାରଣ୍ଡାରେ ବସିଥିବା ବେଳେ ରୀନା ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଶ୍ୱଶୁରଙ୍କୁ ଧକ୍କା ମାରିଥିଲେ। ଫଳରେ ତାଙ୍କ ଚଷମା ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ କପାଳରେ ଆଘାତ ଲାଗିଥିଲା। ପାଟି ଶୁଣି ସମସ୍ତ ପୁଅ ଓ ପଡ଼ୋଶୀ ଆସିବାରୁ ରୀନା ସେମାନଙ୍କୁ ଧମକ ଦେଇଥିଲେ। ଗାଣ୍ଡୁ କେ.ନୂଆଗାଁ ଥାନାରେ ପହଞ୍ଚତ୍ ବୋହୁଙ୍କ ବିରୋଧରେ ଏତଲା ଦେଇଥିଲେ। ଗାଁ ଭଦ୍ର ଲୋକ ପାରିବାରିକ ବିବାଦର ସମାଧାନ ପାଇଁ ସଭା କରିଥିଲେ ମଧ୍ୟ ଉଭୟପକ୍ଷ ନିଜ ନିଜ ଜିଦରେ ଅଟଳ ରହିବାରୁ କୌଣସି ନିଷ୍ପତ୍ତି ହୋଇପାରିନଥିଲା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତାଙ୍କୁ ୨ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଶୁକ୍ରବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ବିଭାଗର କାର୍ଯ୍ୟାଳୟଠାରେ ଢେଙ୍କାନାଳ ଜିଲାର...

ଦୁରାରୋଗ୍ୟରେ ସୁକାନ୍ତ: ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ବରୀ,୨।୧୧(ଡି.ଏନ.ଏ.): ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନା କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଯାହାର...

ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୫।୪(ବ୍ୟୁରୋ): ୨୦୨୧-୨୨ ବର୍ଷ ପାଇଁ ସମସ୍ତ ବର୍ଗର ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି...

ସରକାରଙ୍କ ଖାମଖିଆଲ ନୀତି: ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କଣାସ, ୨୯ା୧୨(ସ୍ବ.ପ୍ର.): ଚାଷୀଙ୍କର ପ୍ରଗତି ପାଇଁ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଯୋଗୁ କଣାସ ବ୍ଲକର ଚାଷୀ ଚିନାବାଦାମ...

ପଶ୍ଚିମବଙ୍ଗ ଲକ୍‌ଡାଉନ୍‌ ଯୋଗୁ ରେଳସେବା ପ୍ରଭାବିତ

ଭୁବନେଶ୍ୱର,୩।୮(ବ୍ୟୁରୋ): ପଶ୍ଚିମବଙ୍ଗରେ ଲକ୍‌ଡାଉନ ଯୋଗୁ ପୂର୍ବତଟ ରେଳପଥର ଟ୍ରେନ ସେବା ପ୍ରଭାବିତ ହୋଇଛି। ଚଳିତ ମାସରେ ଆଉକିଛି ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଉଥିବାରୁ ଟ୍ରେନ ସେବା...

ନିର୍ଯାତନା ଅଭିଯୋଗ: ଉଦ୍ଧାର ହେଲେ ୭ ଫେରାର ଯୁବତୀ

ଖୋର୍ଦ୍ଧା ଅଫିସ,୩୧।୧: ଖୋର୍ଦ୍ଧା ପୌର ପରିଷଦର ସାମନ୍ତରାପୁରସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନର ଉଜାଲା ଗୃହରେ ରହୁଥିବା ୭ ଜଣ ଅସହାୟ ଯୁବତୀ ଗୁରୁବାର ସନ୍ଧ୍ୟାରେ ଫେରାର ହୋଇଯାଇଥିଲେ।...

କେନ୍ଦ୍ର ସରକାରଙ୍କ ପୋଷ୍ଟର, ବ୍ୟାନର ହଟାଯାଉ: ବିଜେଡି

ଭୁବନେଶ୍ୱର,୧୯।୧(ବ୍ୟୁରୋ): ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡ଼, ରେଳ ଷ୍ଟେଶନ, ବିମାନବନ୍ଦର ସମେତ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ବ୍ୟାନରକୁ ହଟାଇବାକୁ...

ମହିମା ସେତୁ ନାମରେ ନାମିତ ହେଲା ବ୍ରାହ୍ମଣୀ ଉପରେ ନିର୍ମିତ ସେତୁ

ଢେଙ୍କାନାଳ ଅଫିସ,୨୯ା୫: ସୋମବାର ମଧ୍ୟାହ୍ନରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଯୋରନ୍ଦା ମହିମା ପୀଠରେ ପହଞ୍ଚିଥିଲେ। ହେଲିକପ୍ଟର ଯୋଗେ ଯୋରନ୍ଦା ହାଇ ସ୍କୁଲ ପଡ଼ିଆରେ ଅବତରଣ...

Advertisement
Archives

Model This Week