ଶ୍ରେଷ୍ଠ ୧୦୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୧୨।୬(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ‘ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ’ (ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ଏଥର ମଧ୍ୟ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ରହିଛି। ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ଏଥର ବି ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଆଗରେ ରହିଥିବା ବେଳେ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୩୮ରୁ ୩୨ତମ ସ୍ଥାନରେ ପହଞ୍ଚତ୍ଛି। ସେହିଭଳି ଗତବର୍ଷ ୪୧ତମ ସ୍ଥାନରେ ରହିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏଥର ୩ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ରହିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ମଧ୍ୟ ଭଲ ପ୍ରଦର୍ଶନ କରି ଚଳିତବର୍ଷ ୫୦ରୁ ୪୪ତମ ସ୍ଥାନକୁ ଉନ୍ନୀତ ହୋଇଛି। କିନ୍ତୁ ଆଇଆଇଟି ଭୁବନେଶ୍ବର ଏଥର ୬ଟି ସ୍ଥାନ ତଳକୁ ଖସିଛି। ଗତବର୍ଷ ୪୬ତମ ସ୍ଥାନରେ ଥିବା ଏହି ଅନୁଷ୍ଠାନ ଏଥର ୫୬ତମ ସ୍ଥାନରେ ରହିଛି। ଉପରୋକ୍ତ ୪ଟି ଶିକ୍ଷାନୁଷ୍ଠାନ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇନାହାନ୍ତି।
ଅନ୍ୟପକ୍ଷରେ ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ପ୍ରସ୍ତୁତ ହୋଇଥିବା ‘ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ’ ତାଲିକାରେ ଓଡ଼ିଶାରୁ ୩ଟି ବିଶ୍ୱବିଦ୍ୟାଳୟ ରହିଛି। ଶିକ୍ଷା ଓ ଅନୁସନ୍ଧାନ ଏଥର ୨୦ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୨୪ତମ ସ୍ଥାନରେ ରହିଛି। ଏହି ଦୁଇ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଥିବା ବେଳେ ପ୍ରଥମଥର ପାଇଁ ଓଡ଼ିଶାର ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ-୧୦୦ ତାଲିକାର ୯୬ତମ ସ୍ଥାନରେ ରହିଛି। ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟି ଏହି ତାଲିକାରେ ୧୦୧ରୁ ୧୫୦ତମ ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ର଼୍ୟାଙ୍କ ମଧ୍ୟରେ ରହିଛନ୍ତି। ଇଞ୍ଜିନିୟରିଂ ବର୍ଗରେ ଦେଶର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାରୁ ୫ଟି ଶିକ୍ଷାନୁଷ୍ଠାନ ରହିଛି। ଏନ୍‌ଆଇଟି ରାଉରକେଲା ୧୬ତମ ସ୍ଥାନ ବଜାୟ ରଖିଥିବା ବେଳେ ଆଇଆଇଟି ଭୁବନେଶ୍ବର ୨୨, ସୋଆ ୨୪, କିଟ୍‌ ୪୨, ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂ ୯୩ତମ ସ୍ଥାନରେ ରହିଛି। ଭିଏସ୍‌ଏସ୍‌ୟୁଟି ୧୧୯ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ୧୭୯ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟ ବିଭାଗରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ୧୦୦ ତାଲିକାରେ ରହିଛନ୍ତି। ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍‌ବି ୩୧ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୩୨, ଆଇଏମ୍‌ଆଇ ଭୁବନେଶ୍ୱର ୬୩, ଆଇଆଇଏମ୍‌ ସମ୍ବଲପୁର ୭୬ରୁ ୧୦୦ ର଼୍ୟାଙ୍କ ମଧ୍ୟରେ ରହିଛି। ସେହିପରି ମେଡିକାଲ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ ୨୩ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୩୨ତମ ସ୍ଥାନରେ ରହିଛି। ଡେଣ୍ଟାଲ ବିଭାଗରେ ଦେଶର ଶ୍ରେଷ୍ଠ ୩୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୧୨ ଓ କିଟ୍‌ ୧୭ତମ ସ୍ଥାନରେ ରହିଛି। ଲ’ ତଥା ଆଇନ୍‌ ଶିକ୍ଷାକ୍ଷେତ୍ରରେ କିଟ୍‌ ବିଶ୍ବବିଦ୍ୟାଳୟ ପୂର୍ବବର୍ଷ ଭଳି ଏଥର ମଧ୍ୟ ଦ୍ୱାଦଶ ସ୍ଥାନରେ ରହିଛି। ଫାର୍ମାସୀ ଓ ଆର୍କିଟେକ୍‌ ବିଭାଗରେ ଓଡ଼ିଶାରୁ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ରେ ସ୍ଥାନ ପାଇନାହାନ୍ତି।
ସର୍ବଭାରତୀୟ ସ୍ତରରେ ଆଇଆଇଟି ମାଡ୍ରାସ ପୁଣିଥରେ ସବୁବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଓଭରଅଲ୍‌ ର଼୍ୟାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଆଇଆଇଟି ଦିଲ୍ଲୀ ଓ ତୃତୀୟରେ ଆଇଆଇଟି ବମ୍ବେ ରହିଛି। ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ସ୍ଥାନରେ ଆଇଆଇଏସ୍‌ସି ବେଙ୍ଗାଲୁରୁ ରହିଥିବା ବେଳେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଦ୍ୱିତୀୟ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୩ୟ ସ୍ଥାନରେ ରହିଛି। ଶ୍ରେଷ୍ଠ ମହାବିଦ୍ୟାଳୟ ର଼୍ୟାଙ୍କିଙ୍ଗର ପ୍ରଥମ ୩ଟି ଯାକ ସ୍ଥାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।...

ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍‌ଡାଉନ୍‌ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା...

ଦୁର୍ଘଟଣାରେ ଗଲା ୨ ଭାଇଙ୍କ ଜୀବନ

ନୂଆପଡ଼ା ଅଫିସ,୧୨।୭: ନୂଆପଡ଼ା ଜିଲା କୋମନା ଥାନା ଜଡାମୁଣ୍ଡା ୩୫୩ ନଂ. ଜାତୀୟ ରାଜପଥରେ ସୋମବାର ବୋଲେରୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ...

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୪ା୧୦(ବ୍ୟୁରୋ.): ଆସନ୍ତା ୯ ତାରିଖରୁ ଉତ୍ତର ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଆନ୍ଧ୍ର ଓ...

‘ୟାସ୍‌’ ମୁକାବିଲା ସମୀକ୍ଷା କଲେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ ଏବଂ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଭିଡିଓ...

ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀଙ୍କୁ ପଦୋନ୍ନତି ମିଳିଛି।...

ମାରଣାସ୍ତ୍ର ଦେଖାଇ ଯୁବକଙ୍କୁ ଅପହରଣ : ପୂର୍ବ ଶତ୍ରୁତା ସନ୍ଦେହ

ପୁରୀ ଅଫିସ, ୨୬।୭: ପୁରୀ ସଦର ଥାନା ଅଧୀନ ଗଡଭିଙ୍ଗୁରା ଛକରୁ ବୁଧବାର ଜଣେ ଯୁବକଙ୍କୁ ଅପହରଣ କରି ନିଆଯାଇଛି। ସେ ହେଲେ ନୂଆଗାଁର ଅଜୟ...

ଓସିଏ ନିର୍ବାଚନ: ପଙ୍କଜ ସଭାପତି, ସଞ୍ଜୟ ହେଲେ ସମ୍ପାଦକ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଶେଷ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର କର୍ମକର୍ତ୍ତା ନିର୍ବାଚନ। ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ...

Advertisement
Archives

Model This Week