ଶ୍ରେଷ୍ଠ ପାଞ୍ଚ ସଂଗ୍ରହାଳୟ

ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ

ରିଜିଓନାଲ ମ୍ୟୁଜିୟମ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ)। ଭୁବନେଶ୍ୱରର ସଚିବାଳୟ ମାର୍ଗରେ ଆଚାର୍ଯ୍ୟ ବିହାର ଛକ ନିକଟରେ ଅବସ୍ଥିତ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସଂଗ୍ରହାଳୟରେ ଗଛ ଲତା, ଜୀବଜନ୍ତୁ, ଓଡ଼ିଶା ତଥା ଭାରତର ପୂର୍ବାଞ୍ଚଳର ଭୌଗୋଳିକ ଦୃଶ୍ୟ ଆଦି ସ୍ଥାନ ପାଇଛି। ସଂଗ୍ରହାଳୟର ଗ୍ୟାଲେରିରେ ଥିବା ପ୍ରତ୍ୟେକ କୋଣ ପ୍ରକୃତି ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଉପରେ ବାର୍ତ୍ତା ଦେଉଛି। ଏଠାରେ ଛାତ୍ରୀଛାତ୍ରଙ୍କୁ ପ୍ରକୃତି ଓ ଜୀବଜନ୍ତୁଙ୍କ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରାଯାଇଥାଏ। ଏଠାରେ ପ୍ରଦର୍ଶିତ ହେଉଥିବା ବାଲିନ ପ୍ରଜାତିର ତିମିର କଙ୍କାଳ ଭାରତରେ ପ୍ରଦର୍ଶିତ ହେଉଥିବା ସମସ୍ତ ସଂଗ୍ରହାଳୟଠାରୁ ସବୁଠାରୁ ବଡ଼ ଅଟେ। ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସବୁଦିନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହେ।

ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ

ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଗାଥା କହେ ଜୋବ୍ରାସ୍ଥିତ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଏପ୍ରିଲ ୧ରେ ସଂଗ୍ରହାଳୟକୁ ଉଦ୍‌ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ସଂଗ୍ରହାଳୟ ପରିସରରେ ୧୫୦୦ ବର୍ଗଫୁଟ ଜାଗାରେ ନିର୍ମିତ ଆକ୍ବାରିୟମ୍‌ ଏବଂ ୪୮ ଆସନ ବିଶିଷ୍ଟ ୩ଡି ସିନେମା ହଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏଠାରେ ମୋଟ ୧୩ଟି ଗ୍ୟାଲେରି ରହିଛି । ଓଡ଼ିଶାର ନୌବାଣିଜ୍ୟର ବିଭିନ୍ନ ସାମଗ୍ରୀଗୁଡ଼ିକୁ ଏଥିରେ ପ୍ରଦର୍ଶିତ କରାଯାଇଛି। ସପ୍ତାହରେ ସୋମବାର ବ୍ୟତିତ ଅନ୍ୟ ଦିନଗୁଡ଼ିକରେ ଦର୍ଶକଙ୍କୁ ସଂଗ୍ରହାଳୟ ମଧ୍ୟରେ ଟିକେଟ କାଟି ବୁଲିବାର ସୁଯୋଗ ଦିଆଯାଏ । ଇଂରେଜମାନେ ୧୮୬୯ରେ ଏହିଠାରେ ଆରମ୍ଭ କରିଥିଲେ ଜାହାଜ ତିଆରି କାରଖାନା । ସେତେବେଳେ କଟକରୁ ଚାନ୍ଦବାଲି ଦେଇ କଲିକତାକୁ ଜାହାଜ ଯାତାୟାତ କରୁଥିଲା ।

ଆଦିବାସୀ ସଂଗ୍ରହାଳୟ

କୋରାପୁଟଠାରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ ୧୯୯୨ ଜାନୁୟାରୀ ୨୬ତାରିଖରେ ଉଦ୍‌ଘାଟିତ ହୋଇଥିଲା। ଏଠାରେ ପଥର କାରୁକାର୍ଯ୍ୟ, ଲୌହମୂର୍ତ୍ତି, ଲୌହ ସାମଗ୍ରୀ, ସ୍ବର୍ଣ୍ଣ ଅଳଙ୍କାର, ଟେରାକୋଟା, କାଠ ତିଆରି ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଆଦିବାସୀଙ୍କ ଚଳଣି, ବେଶଭୂଷା, ସମ୍ବନ୍ଧୀୟ ବହୁ ଜିନିଷ ସାଇତି କରି ରଖାଯାଇଛି। ଏହାସହ ମାନବ ସଭ୍ୟତାର କ୍ରମ ବିକାଶଧାରାକୁ ଫଟୋ ଜରିଆରେ ପ୍ରଦର୍ଶିତ କରାଯାଇଛି। ବିଶେଷକରି ଆଦିବାସୀ ଜନଜୀବନ, ଚାଲିଚଳଣ ଓ ସଂସ୍କୃତିକୁ ନେଇ ଏହି ସଂଗ୍ରହାଳୟ ନିର୍ମାଣ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ଆଦିବାସୀ ପରମ୍ପରା ଓ ଚଳଣି ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଥାନ୍ତି। ଏହି ସଂଗ୍ରହାଳୟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହେଉଛି।

ପୁରାତତ୍ତ୍ୱ ସର୍ବେକ୍ଷଣ ସଂଗ୍ରହାଳୟ

କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ପ୍ରାୟ ୪୦୦ମିଟର ଦୂରରେ ରହିଛି କୋଣାର୍କ ପୁରାତତ୍ତ୍ୱ ସର୍ବେକ୍ଷଣ ସଂଗ୍ରହାଳୟ। ଏହା ସୂର୍ଯ୍ୟମନ୍ଦିରର ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷିତ କରି ରଖିବାରେ ଗୁରୁତ୍ୱ ବହନ କରେ। ଉକ୍ତ ସଂଗ୍ରହାଳୟଟି ୧୯୬୮ ଅକ୍ଟୋବର ୩୦ତାରିଖରେ ଭାରତ ସରକାରଙ୍କ ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ତ୍ରିଗୁଣ ସେନ୍‌ଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।ଏହି ସଂଗ୍ରହାଳୟରେ ୧୭୬୦ଟି ପ୍ରାଚୀନ କୀର୍ତ୍ତିରାଜିକୁ ଶୀତତାପ ନିୟନ୍ତ୍ରଣ କୋଠରି ମଧ୍ୟରେ ସଂରକ୍ଷଣ କରି ରଖାଯାଇଛି। ପର୍ଯ୍ୟଟକ ଓ ଦର୍ଶକଙ୍କ ନିମନ୍ତେ ସପ୍ତାହର ଶୁକ୍ରବାର ବ୍ୟତୀତ ଅନ୍ୟ ସବୁଦିନ ଏହି ସଂଗ୍ରହାଳୟ ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହେ।

ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱରଠାରେ ରହିଛି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ଏହା ୧୯୩୨ରେ ପ୍ରଥମେ କଟକ ରେଭେନ୍‌ଶା କଲେଜ ପରିସରରେ ପ୍ରଥମେ ସ୍ଥାପିତ ହୋଇଥିଲା। ପରେ ୧୯୬୦ରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ନୂତନ ସୌଧ ତଥା ବର୍ତ୍ତମାନର ପରିସରକୁ ଏହା ସ୍ଥାନାନ୍ତର ହୋଇଥିଲା। ସଂଗ୍ରହାଳୟ ୧୧ଟି ଭାଗରେ ବିଭକ୍ତ। ପ୍ରତ୍ନତତ୍ତ୍ୱ, ମୁଦ୍ରାଶାସ୍ତ୍ର, ଶସ୍ତ୍ରାଗାର, ଖନନ ଓ ଭୂବିଜ୍ଞାନ, ପ୍ରାକୃତିକ ଇତିହାସ ବିଜ୍ଞାନ, କଳା ଓ ଶିଳ୍ପ, ସମକାଳୀନ କଳା, ପଟଚ୍ଚିତ୍ର, ନୃତତ୍ତ୍ୱ ଓ ତାଳପତ୍ର ପୋଥି ଆଦି ଏଠାରେ ସ୍ଥାନ ପାଇଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାର ପ୍ରଶାସନିକ ଦାୟିତ୍ୱରେ ରହିଛି। ଏହି ସଂଗ୍ରହାଳୟ ୧୯୩୨ରେ ଉଇଲିୟମ ଜୋନ୍ସ, ଘନଶ୍ୟାମ ଦାସ, ଏନ୍‌.ସି. ବାନାର୍ଜୀ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ...

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ...

ଶ୍ରେଷ୍ଠ ପାଞ୍ଚ ପୁଷ୍କରିଣୀ

ଚନ୍ଦନେଶ୍ୱର ଜୀଉଙ୍କ ନୀଳ, ମଣ୍ଡନ ଓ ହାକାଣ୍ଡ ପୋଖରୀ ବାଲେଶ୍ୱର ଜିଲା ଭୋଗରାଇରେ ଅବସ୍ଥିତ ଚନ୍ଦନେଶ୍ୱର ଜୀଉଙ୍କ ପ୍ରସିଦ୍ଧ ଶୈବପୀଠ। ମନ୍ଦିର ଇଶାନ କୋଣରେ ଅଛି...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ରସଗୋଲା

ଛପନ ଭୋଗ ବିଭିନ୍ନ ପ୍ରକାର ମିଠା ବିଶେଷକରି ବଙ୍ଗଳା ମିଠା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜୟଦେବ ବିହାର ଛକସ୍ଥିତ ଛପନ ଭୋଗ ସୁଇଟ୍ସ ବିଭିନ୍ନ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୁଳ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଶ୍ରେଷ୍ଠ ପାଞ୍ଚ କଟକ ପାଠାଗାର

ରବୀନ୍ଦ୍ର ପାଠାଗାର ତିନିକୋଣିଆ ବଗିଚା ଅଞ୍ଚଳରେ ରହିଛି ରବୀନ୍ଦ୍ର ପାଠାଗାର। ୧୯୪୯ ଏପ୍ରିଲ ୧୭ରେ ବ୍ୟବସାୟୀ ନରେନ୍ଦ୍ର କୁମାର ମିତ୍ର ତାଙ୍କ ବଡ଼ପୁଅ ରବୀନ୍ଦ୍ରଙ୍କ ସ୍ମୃତିରେ...

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ...

ଶ୍ରେଷ୍ଠ ପାଞ୍ଚ ଷ୍ଟାଡିୟମ

ଡ୍ରିମ୍ସ ଗ୍ରାଉଣ୍ଡ କଟକର ଟାଙ୍ଗୀଠାରେ ରହିଛି ଡ୍ରିମ୍‌ସ ଷ୍ଟାଡିୟମ। ଏଠାରେ ବିସିସିଆଇର ଅନେକ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯାଇଛି। ଗତ ୨୦୧୩ ମସିହାରେ ଭାରତରେ ହୋଇଥିବା...

Advertisement
Archives

Model This Week