ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌

ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର ବିଦେଶୀ ସରଞ୍ଜାମ ରହିଛି। ୪ଜଣ ପ୍ରଶିକ୍ଷକ ଏଠାରେ ଜିମ୍‌ ମେମ୍ବରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଠାରେ ଯୁବତୀ ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି। ମହିଳାଙ୍କୁ ଜୁମ୍ବା ଓ ଏରୋବିକ୍ସ ପ୍ରଶିକ୍ଷଣ ଦିଆଯାଉଛି। ସୋମବାର ଠାରୁ ଶନିବାର ଏହା ଖୋଲା ରହେ।

ୟୁରୋ ଜିମ୍‌

କଟକ-ପୁରୀ ରୋଡରେ ୟୁରୋ ଜିମ୍‌ ରହିଛି। ଏହା ୧୯୯୦ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ ମାର୍ଶାଲ ଆର୍ଟର ଶିକ୍ଷା ପ୍ରଦାନ କରାଯାଉଛି। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ ଜିମ୍‌ ମେମ୍ବରଙ୍କୁ ୭ ଜଣ ଟ୍ରେନର ପ୍ରଶିକ୍ଷଣ ଦେଇଥାନ୍ତି। ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟାୟାମ କରିବାର ସୁଯୋଗ ରହିଛି।

ଡାଇନାମିକ ଜିମ୍‌

ମେ ଫେୟାର ରୋଡ ନିମଟସ୍ଥ ଶ୍ରୀ ଗୁରୁ କଲ୍ୟାଣ ମଣ୍ଡପ ପାର୍ଶ୍ୱରେ ରହିଛି ଡାଇନାମିକ ଜିମ୍‌। ଏଠାରେ ୬ବର୍ଷ ଧରି ଡାଇନାମିକ ଜିମ୍‌ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ବୁଟ କ୍ୟାମ୍ପର ପ୍ରଶିକ୍ଷଣ ଦିଆଯାଉଛି। ୫ଜଣ ଟ୍ରେନରଙ୍କ ପରାମର୍ଶରେ ୧୦୦ରୁ ଊର୍ଦ୍ଧ୍ୱ ମେମ୍ବରଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

ଟଲ୍‌ଓ୍ବାକର୍ସ

ଶହୀଦନଗରସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ରହିଛି ଟଲଓ୍ବାକର୍ସ ଜିମ। ୭ବର୍ଷ ଧରି ଚାଲିଥିବା ଟଲଓ୍ବାକର୍ସ ଜିମ୍‌ରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ, ରିଡ୍ୟୁସ ଓ ନିଉ ଫୋରମର ପ୍ରଶିକ୍ଷଣ ଦିଆଯାଉଛି। ଏହା ଛଡା ଷ୍ଟିମ୍‌ ବାଥ ଓ ମସାଜର ସମସ୍ତ ସୁବିଧା ଏଠାରେ ଉପଲବ୍ଧ ରହିଛି। ୨୦୦ରୁ ଊର୍ଦ୍ଧ୍ୱ ମେମ୍ବର ପ୍ରତିଦିନ ବ୍ୟାୟାମ କରିବା ପାଇଁ ଆସନ୍ତି। ୧୭ ଜଣ ଟ୍ରେନର ସେମାନଙ୍କୁ ପ୍ରତିଦନ ଶିକ୍ଷା ପ୍ରଦାନ କରିଥାନ୍ତି।

ବଡି ସଲିଡ

କଳିଙ୍ଗ ଷ୍ଟାଡିୟମ ନିକଟରେ ରହିଛି ବଡି ସଲିଡ ଜିମ୍‌। ୧୨ ବର୍ଷ ତଳେ ବଡି ସଲିଡ ଜିମ୍‌ ଆରମ୍ଭ ହୋଇଥିଲା। ଏଠାରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ ଆଦି ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଉଛି। ଷ୍ଟିମ୍‌ ବାଥ, ସୋନା ବାଥ ଓ ମସାଜର ସୁବିଧା ମଧ୍ୟ ରହିଛି।୧୦୦ରୁ ଊର୍ଦ୍ଧ୍ୱ ମେମ୍ବର ପ୍ରତି ଦିନ ଜିମ୍‌କୁ ଆସନ୍ତି। ୪ ଜଣ ଟ୍ରେନର ଶିକ୍ଷା ପ୍ରଦାନ କରୁଛନ୍ତି। ବିଭିନ୍ନ ପ୍ରକାର ବ୍ୟାୟାମ ଉପକରଣ ଏଠାରେ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ ନିକଟରେ…

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର ହସ୍ତତନ୍ତ…

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ,…

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ କୃଷି…

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5…

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି।…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ ଓ…

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri