ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ

ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ। ଏହି ମଠ ପ୍ରାୟ ୬୦୦ ବର୍ଷ ତଳର। ଅତୀତରେ ଯବନମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ସମୟରେ ଭାରତ ବର୍ଷର ବିଭିନ୍ନ ଆଖଡାର ନାଗା ସାଧୁ ଶ୍ରୀକ୍ଷେତ୍ରକୁ ଆସି ରଥ, ସ୍ନାନ, ଦୋଳଯାତ୍ରାକୁ ସୁରକ୍ଷା ଦେଉଥିଲେ। ଏମାନେ ସ୍ବତନ୍ତ୍ର ଭାବେ ଯୁଦ୍ଧ ବିଦ୍ୟାର ପ୍ରଶିକ୍ଷଣ ପାଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ସୁରକ୍ଷା କରିବା। ତେଣୁ ଏମାନେ ଯବନଙ୍କ ସହ ସଂଗ୍ରାମ କରୁଥିଲେ। ଏହି ନାଗା ସାଧୁ, ସନ୍ଥମାନେ ସାଙ୍ଗରେ ଆଣୁଥିବା ହାତୀ, ଘୋଡା ଇତ୍ୟାଦି ସେତେବେଳେ ଏହି ମଠର ବିଜେସ୍ଥଳୀରେ ଆଶ୍ରୟ ନେଉଥିଲେ। ତେଣୁ ଏହି ମଠ ହାତୀ ଆଖେଡା ମଠ ରୂପେ ପରିଚିତ ହେଲା।

ଦଶାବତାର ମଠ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରାମାନନ୍ଦୀ ସମ୍ପ୍ରଦାୟର ଦଶାବତାର ମଠ ଅବସ୍ଥିତ। ୧୧ ବର୍ଷ ବୟସରେ ଜୟଦେବ ସମସ୍ତ ପାର୍ଥିବ ମୋହ ତୁଟାଇ ପ୍ରଭୁଙ୍କ ଶରଣାଗତ ହୋଇ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲେ। ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚତ୍ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଏକ ଗଛ ମୂଳରେ ଏବଂ ପରେ ଏକ କୁଡ଼ିଆରେ ଅବସ୍ଥାନ କରିଥିଲେ। ଏହିଠାରେ ସେ ଧର୍ମ ଚର୍ଚ୍ଚା ଓ ଭଜନ କୀର୍ତ୍ତନରେ ସମୟ ଅତିବାହିତ କରିଥିଲେ। ଜୟଦେବଙ୍କ ପରବର୍ତ୍ତୀ ଅନୁଗାମୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା କୁଡ଼ିଆକୁ ନୂତନ ଭାବେ ନିର୍ମାଣ କରି ଦଶାବତାର ମଠ ନାମରେ ନାମିତ କରିଥିଲେ। ଦ୍ୱାଦଶ ଶତାବ୍ଦୀର ତଥା ବର୍ତ୍ତମାନର ଦଶାବତାର ମଠ ପ୍ରାଙ୍ଗଣ ଥିଲା ଶ୍ରୀଜୟଦେବଙ୍କ ସାଧନା ପୀଠ।

ବଡ଼ ଓଡ଼ିଆ ମଠ

ପୁରୀ ସହରର ବାସେଳୀ ସାହିରେ ବଡ଼ ଓଡ଼ିଆ ମଠ ଅବସ୍ଥିତ। ଏହାକୁ ଓଡ଼ିଆ ଭାଗବତର ରଚୟିତା ତଥା ପଞ୍ଚଶଖା ଯୁଗର ଅନ୍ୟତମ ରଥୀ ଅତିବଡ଼ି ଜଗନ୍ନାଥ ଦାସ ପ୍ରତିଷ୍ଠା କରିଥିଲେ। ଜନଶ୍ରୁତି ରହିଛି ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଟ୍ଟମହିଷୀ ଗୌରା ପାଟ ମହାଦେଈ ଅତିବଡ଼ିଙ୍କ ପ୍ରତିଭାରେ ବିମୁଗ୍ଧ ହୋଇ ଶ୍ରୀମନ୍ଦିର ବାୟୁକୋଣସ୍ଥିତ ତାଙ୍କର ସାମୟିକ ଅବସ୍ଥାନର ଏହି ଉଆସକୁ ଅତିବଡ଼ିଙ୍କୁ ପ୍ରଦାନ କରିଥିଲେ। ଜଗନ୍ନାଥ ଦାସ ଏହିଠାରେ ରହି ବୈଷ୍ଣବ ଧର୍ମ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରରେ ନିମଗ୍ନ ରହିଥିଲେ। ବଡ଼ ଓଡ଼ିଆ ମଠ ଅତିବଡ଼ିଙ୍କ ସାଧନାପୀଠ। ଭିତର ବେଢାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ତପସ୍ବୀ ମୁଦ୍ରା କଳାମୁଗୁନି ପଥର ବିଗ୍ରହ ରହିଛି।

କୁଞ୍ଜ ମଠ

ଶ୍ରୀ ଗୌଡ଼ୀୟ ସମ୍ପ୍ରଦାୟର କୁଞ୍ଜ ମଠ ପୁରୀ ବାଲିସାହିର ଗଣାମଲ୍ଲ ଲେନ୍‌ରେ ଅବସ୍ଥିତ। ପୂର୍ବେ ମଠସ୍ଥଳୀରେ ଶ୍ରୀଜଗନ୍ନାଥଙ୍କର ଫୁଲ ତୋଟା ଥିଲା। ଏହି ତୋଟାରୁ ମହାପ୍ରଭୁଙ୍କ ପାଇଁ ପ୍ରତ୍ୟହ ଫୁଲ ଆସୁଥିଲା। ଏକଦା ରଥଯାତ୍ରା ସମୟରେ ଶ୍ରୀନରୋତ୍ତମ ଠାକୁରଙ୍କ ସହଚର ଶ୍ରୀଶ୍ୟାମାନନ୍ଦ ଓ ତାଙ୍କ ଶିଷ୍ୟ ଶ୍ରୀରସିକାନନ୍ଦ ଅଠରନଳା ନିକଟରେ ଅଟକି ଯାଇଥିଲେ। ଏଥିପାଇଁ ନନ୍ଦିଘୋଷ ଗଡ଼ି ନ ଥିଲା। ଏନେଇ ମୁଦିରଥଙ୍କୁ ମହାପ୍ରଭୁଙ୍କ ସ୍ବପ୍ନାଦେଶ ପରେ ମହାରାଜାଙ୍କ ପକ୍ଷରୁ ସେମାନଙ୍କୁ ଶ୍ରୀକ୍ଷତ୍ରକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ତା’ପରେ ନନ୍ଦିଘୋଷ ଗଡ଼ିଥିଲା। ଏହାପରେ ଗଜପତି ମହାରାଜା ଦୁଇଜଣଙ୍କ ରହିବା ବ୍ୟବସ୍ଥା ଶ୍ରୀକ୍ଷେତ୍ରରେ କଲେ। ପୂର୍ବରୁ ଥିବା ଶ୍ରୀଜଗନ୍ନାଥଙ୍କ ଫୁଲତୋଟାକୁ ଏମାନଙ୍କୁ ଦାନ କରିଥିଲେ। ଶ୍ରୀ ଶ୍ୟାମାନନ୍ଦ ଏହି ଜାଗାରେ ମଠ ସ୍ଥାପନ କରି ଏହାର ନାମ କୁଞ୍ଜ ମଠ ରଖିଥିଲେ।

ଶ୍ରୀଜଗନ୍ନାଥ ବଲ୍ଲଭ ମଠ

ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟସ୍ଥଳରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓ ଉଦ୍ୟାନ ଅବସ୍ଥିତ। ମଠ ପୂର୍ବରେ ବଡ଼ଦାଣ୍ଡ, ପଶ୍ଚିମରେ ମାର୍କଣ୍ଡେଶ୍ୱର, ଉତ୍ତରରେ ଚୁଡ଼ଙ୍ଗ ସାହି ଓ ଦକ୍ଷିଣରେ ନରେନ୍ଦ୍ର ପୁଷ୍କରିଣୀ ଅବସ୍ଥିତ। ବଲ୍ଲଭ ଶବ୍ଦର ଅର୍ଥ ହେଉଛି ପ୍ରିୟ। ଏହି ଉଦ୍ୟାନ ମହାପ୍ରଭୁଙ୍କ ଅତି ପ୍ରିୟ ହୋଇଥିବାରୁ ଏହାର ନାମ ଶ୍ରୀଜଗନ୍ନାଥ ବଲ୍ଲଭ ହୋଇଥିବା ମନେ କରାଯାଏ। ପରବର୍ତ୍ତୀ କାଳରେ ଉକ୍ତ ଉଦ୍ୟାନରେ ମଠ ସ୍ଥାପନ ହୋଇ ଏହା ଜଗନ୍ନାଥ ବଲ୍ଲଭ ମଠ ନାମରେ ପରିଚିତ ହେଲା। ଏହାର ପ୍ରତିଷ୍ଠାତା ଓ ପ୍ରତିଷ୍ଠାକାଳ ନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ଜଗନ୍ନାଥ ବଲ୍ଲଭ ଉଦ୍ୟାନରେ ଶ୍ରୀମନ୍ଦିରର ଅଧିକାଂଶ ଯାନିଯାତ୍ରା ତଥା ଉତ୍ସବ ପାଳନ କରାଯାଇଥାଏ। ମଠ ପରିସର ସୁଗ୍ରୀବ ମହାବୀରଙ୍କ ପାଖକୁ ଆଜ୍ଞାମାଳ ଯିବା ପରେ ରଥ ଚାଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ପାଞ୍ଚ କଟକ ପାଠାଗାର

ରବୀନ୍ଦ୍ର ପାଠାଗାର ତିନିକୋଣିଆ ବଗିଚା ଅଞ୍ଚଳରେ ରହିଛି ରବୀନ୍ଦ୍ର ପାଠାଗାର। ୧୯୪୯ ଏପ୍ରିଲ ୧୭ରେ ବ୍ୟବସାୟୀ ନରେନ୍ଦ୍ର କୁମାର ମିତ୍ର ତାଙ୍କ ବଡ଼ପୁଅ ରବୀନ୍ଦ୍ରଙ୍କ ସ୍ମୃତିରେ...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ରସଗୋଲା

ଛପନ ଭୋଗ ବିଭିନ୍ନ ପ୍ରକାର ମିଠା ବିଶେଷକରି ବଙ୍ଗଳା ମିଠା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜୟଦେବ ବିହାର ଛକସ୍ଥିତ ଛପନ ଭୋଗ ସୁଇଟ୍ସ ବିଭିନ୍ନ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୁଳ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

ଶ୍ରେଷ୍ଠ ପାଞ୍ଚ ପୁଷ୍କରିଣୀ

ଚନ୍ଦନେଶ୍ୱର ଜୀଉଙ୍କ ନୀଳ, ମଣ୍ଡନ ଓ ହାକାଣ୍ଡ ପୋଖରୀ ବାଲେଶ୍ୱର ଜିଲା ଭୋଗରାଇରେ ଅବସ୍ଥିତ ଚନ୍ଦନେଶ୍ୱର ଜୀଉଙ୍କ ପ୍ରସିଦ୍ଧ ଶୈବପୀଠ। ମନ୍ଦିର ଇଶାନ କୋଣରେ ଅଛି...

ଶ୍ରେଷ୍ଠ ପାଞ୍ଚ ଜଳବିଦ୍ୟୁତ ପ୍ରକଳ୍ପ

ବାଲିମେଳା ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବାଲିମେଳାଠାରେ ୧୯୭୩ ମସିହାରେ ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପିତ ହୋଇଛି । ଏହାର ଆରମ୍ଭରୁ ୬ଟି ଟର୍ବାଇନ୍‌...

ଶ୍ରେଷ୍ଠ ପାଞ୍ଚ ସଂଗ୍ରହାଳୟ

ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ରିଜିଓନାଲ ମ୍ୟୁଜିୟମ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ)। ଭୁବନେଶ୍ୱରର ସଚିବାଳୟ ମାର୍ଗରେ ଆଚାର୍ଯ୍ୟ ବିହାର ଛକ ନିକଟରେ ଅବସ୍ଥିତ। କେନ୍ଦ୍ର...

Advertisement
Archives

Model This Week