ଶ୍ରୀଲିଙ୍ଗରାଜଙ୍କ ନାମଫଳକ ଫିଙ୍ଗି ନିର୍ମାଣ କଲେ ଘର

ପୁରୁଣା ଭୁବନେଶ୍ୱର,୨୬ା୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନା ଲିଖିତ ଫଳକ ଫିଙ୍ଗି ଦେଇ ସେହି ସ୍ଥାନରେ ବେଆଇନ ଭାବେ ଗୃହ ନିର୍ମାଣ କାମ ଜୋରସୋର ଚାଲିଛି। ଏଥିରେ ଭୋଗ ଦଖଲ ନ ଥିବା ଜବରଦଖଲକାରୀମାନେ ମନ୍ଦିର ପ୍ରଶାସନକୁ ଚକମା ଦେଇ କେତେଜଣ ଅଧିକାରୀଙ୍କୁ ହାତବାରିଶ କରି ଠାକୁରଙ୍କର ଜମି ହଡପରେ ଲାଗି ପଡିଛନ୍ତି। ବିଶେଷ ଭାବେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏହି ପ୍ରତିଯୋଗିତା ଚାଲିଛି। ସାମନ୍ତରାପୁର ଗ୍ୟାରେଜ ଛକ ରାସ୍ତାରେ ମହାବୀର ମନ୍ଦିର ପାର୍ଶ୍ୱକୁ ଲାଗି ରହିଛି ଠାକୁରଙ୍କ ପ୍ରାୟ ଏ୦.୮୦ ଡିସିମିଲ ଜମି ରହିଛି। ତେବେ ଠାକୁରଙ୍କ ଏହି ଜାଗାରେ ମନ୍ଦିର ପ୍ରଶାସନ ପକ୍ଷରୁ ମକଦମା ପରେ ଏଠାରେ ଫଳକ ଲଗାଯାଇଥିଲା। ଘଟଣା ମନରୁ ଲିଭିଯିବା ପରେ ଠାକୁରଙ୍କ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ଜୋରସୋର ଆଗେଇ ଚାଲିଛି। ଜବରଦଖଲକାରୀମାନେ ଚାଲାକି ସହ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋର୍ଡଟି ଫିଙ୍ଗି ଦେଇ ସେଠାରେ ବାଲିଗୋଡି ପକାଇ କାମ ଆରମ୍ଭ କରିଛନ୍ତି। ସେହିଭଳି ମହତାବ ରୋଡ ନାରାୟଣ କ୍ଲବ ଆଖପାଖରେ ୫ ଏକରରୁ ଊର୍ଦ୍ଧ୍ୱ ଠାକୁରଙ୍କ ଜମି ରହିଛି। ଏଠାରେ ମଧ୍ୟ ଅନୁରୂପ ଅବସ୍ଥା। ଠାକୁରଙ୍କ ନାମରେ ଥିବା ଫଳକ ଫିଙ୍ଗି ଦେଇ ଜବରଦଖଲକାରୀ ନିଜର ସ୍ଥାବର ଜମି ଭଳି ଏଠାରେ ଗୃହ ନିର୍ମାଣ କରିବା ସମସ୍ତଙ୍କୁ ଚକିତ କରିଛି। ତେଣୁ ଏସବୁ ବେଆଇନ ନିର୍ମାଣ ପାଇଁ ରାଜନେତାମାନେ ମୁଖ୍ୟ ପୃଷ୍ଠପୋଷକ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। କେବଳ ଏତିକି ନୁହେଁ ଠାକୁରଙ୍କ କୋଟି କୋଟି ଟଙ୍କାର ଜମି ଲୁଟପାଟ କରିବାକୁ ଜବରଦଖଲକାରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଫଳରେ ଠାକୁରଙ୍କର ମୂଲ୍ୟବାନ ସମ୍ପତ୍ତି ଉଦ୍ଧାର କାର୍ଯ୍ୟ ସଙ୍କଟରେ ପଡ଼ିଛି। ଜମି ହଡପ ତାଲିକାରେ ରାଜନେତା, ପ୍ରଭାବଶାଳୀ ବ୍ୟକ୍ତି, ପୂର୍ବତନ କର୍ପୋରେଟରମାନଙ୍କ ନାମ ଆଗଧାଡିରେ ରହିଛି। ଅନେକ ସେବା ନ ଥିବା ବ୍ୟକ୍ତିବିଶେଷଙ୍କୁ ବାରମ୍ବାର ନୋଟିସ୍‌ ଦିଆଯିବା ପରେ ମଧ୍ୟ ନୀରବ ରହିବା ଏମାନଙ୍କର ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ କେବେ ବି କୌଣସି ପ୍ରକାରେ ଶାଗ ମାଛ ଦରରେ ଠାକୁରଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲକାରୀଙ୍କ ହାତକୁ ଟେକି ଦିଆଯିବନାହିଁ। ବରଂ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟବସ୍ଥା ଚାଲିଛି। ପର୍ଯ୍ୟାୟକ୍ରମେ ଠାକୁରଙ୍କ ଜମି ଜବରଦଖଲ ମୁକ୍ତ କାମ ଚାଲିଛି। ଦୁଇଟି ଜାଗା ଉପରେ ମକଦ୍ଦମା ରହିଛି। ତେବେ ଠାକୁରଙ୍କ କୌଣସି ସମ୍ପତ୍ତି ଜବରଦଖଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri