Posted inଜାତୀୟ

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ ବୋଲି ଜଣାପଡିଛି। ଶ୍ରୀଲଙ୍କାରେ ଜଣାଶୁଣା ମସଲା ବ୍ୟବସାୟୀ ତଥା ବାମପନ୍ଥୀ ଜନତା ବିମୁକ୍ତି ପେରାମୁନା ପାର୍ଟିର ବରିଷ୍ଠ ନେତା ଇବ୍ରାହିମଙ୍କ ବଡପୁଅ ଇମ୍‌ସାତ ଅହମ୍ମଦ ଇବ୍ରାହିମ(୩୩) ଓ ଇହ୍ଲାମ ଅହମ୍ମଦ ଇବ୍ରାହିମ(୩୧) ଏଥିରେ ସମ୍ପୃକ୍ତ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡିଛି। ଦେମାତାଗୋଡାରେ ପରିବାର ସହ ତିନି ମହଲା ବିଳାସପୂର୍ଣ୍ଣ ଘରେ ରହୁଥିବା ଏହି ଦୁଇଭାଇ ଚିନ୍ନାମୋନ ଗ୍ରାଣ୍ଡ ଓ ଶାଙ୍ଗରୀ-ଲା ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ବୋଲି ଜଣାପଡିଛି। ବିସ୍ଫୋରକ ବୋଝେଇ ବ୍ୟାଗ୍‌ ସହ ସେମାନେ ପ୍ରଥମେ ହୋଟେଲର ବ୍ରେକ୍‌ଫାଷ୍ଟ ବଫେଟରେ ପଶିଥିଲେ ବୋଲି ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟରେ ଦର୍ଶାଯାଇଛି। ଏହି ଗୋଷ୍ଠୀର ତୃତୀୟ ବ୍ୟକ୍ତି କିଙ୍ଗ୍ସବରୀ ହୋଟେଲରେ ବିସ୍ଫୋରଣ କରିଥିଲେ। ଚତୁର୍ଥ ଆତ୍ମଘାତୀ ବିସ୍ଫୋରକ ପୋଲିସ ସହ ଯୁକ୍ତିତର୍କ କରିବା ପରେ ସାଙ୍ଗ୍ରି-ଲା ହୋଟେଲରେ ବିସ୍ଫୋରଣ କରିଥିଲା। ପ୍ରକାଶଥାଉ କି ଶ୍ରୀଲଙ୍କା ରାଷ୍ଟ୍ରପତି ଓ ଶିଳ୍ପମନ୍ତ୍ରୀଙ୍କ ସହ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ଭଲ ସମ୍ପର୍କ ଥିଲା। ଏତେବଡ କୋଟିପତି ବ୍ୟବସାୟୀଙ୍କ ପୁଅ ହୋଇ ଏଭଳି ବିସ୍ଫୋରଣ କରିବା ପଛରେ କ’ଣ ରହସ୍ୟ ରହିଛି, ତାହା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୪ରୁ ବିଶ୍ୱ ଦେଖିଲାଣି ବଡ଼ ବଡ଼ ଦେଶର ନେତୃତ୍ୱ ପରିବର୍ତ୍ତନ, ହେଲେ ମୋଦିଙ୍କ ମ୍ୟାଜିକ ରହିଛି…

ନୂଆଦିଲ୍ଲୀ,୭।୧୧: ୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ହେବା ପରଠାରୁ ବିଶ୍ୱର ସାତୋଟି ପ୍ରମୁଖ ଦେଶ ନେତୃତ୍ୱ ପରିବର୍ତ୍ତନକୁ ଦେଖିଛନ୍ତି। ଏହି ସମୟରେ...

ସ୍ବାମୀ-ସ୍ତ୍ରୀଙ୍କ ଝଗଡା, ଭାରତୀୟ ରେଲଓ୍ବେ ସହିଲା ୩କୋଟି ଟଙ୍କାର କ୍ଷତି

ବିଶାଖପାଟଣା,୭।୧୧: ଯେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ତାହା ପ୍ରାୟ ପିଲାମାନଙ୍କ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ବିଶାଖାପାଟଣାରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ...

ପ୍ରଥମେ ବଳାତ୍କାର ପରେ ବୁଝାମଣା…ଯୌନ ଉତ୍ପିଡନ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୧: ରାଜସ୍ଥାନ ହାଇକୋର୍ଟଙ୍କ ସେହି ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି ଯେଉଁଥିରେ ଆପୋଷ ବୁଝାମଣା ଆଧାରରେ ଯୌନ ଉତ୍ପୀଡ଼ନ ମାମଲା ରଦ୍ଦ ହୋଇଯାଇଥିଲା। କୋର୍ଟ କହିଛନ୍ତି...

ଶାହରୁଖ ଖାଁଙ୍କୁ ମିଳିଲା ହତ୍ୟା ଧମକ, ଆଗରୁ ଟାର୍ଗେଟରେ ଅଛନ୍ତି ସଲମାନ

ମୁମ୍ବାଇ,୭ା୧୧: ବଲିଉଡ ବାଦଶାହ ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର...

ମନ ଇଚ୍ଛା ବଦଳାଇ ପାରିବେନି ସରକାରୀ ଚାକିରିର ନିୟମ, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୧: ସରକାରୀ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟାର ନିୟମରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରି ପ୍ରକ୍ରିୟା ଆରମ୍ଭ ହେବା ପରେ ନିୟମ...

ଭାରତର ଗୋଟିଏ ରାଜ୍ୟ ଚାହୁଁଥିଲା ଟ୍ରମ୍ପ୍‌ଙ୍କ ପରାଜୟ, ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୧: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ହୋଇଛି ପଟ୍ଟ ପରିବର୍ତ୍ତନ। ହ୍ବାଇଟ ହାଉସ ଉପରେ କବଜା କରିଛନ୍ତି ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟକି କମଲା...

ପୁଣି ୩୭୦କୁ ନେଇ ଜମ୍ମୁ କଶ୍ମୀର ବିଧାନସଭାରେ ବଡ଼ ହଙ୍ଗାମା, ବିଧାୟକ ମୁହାଁମୁହିଁ

ନୂଆଦିଲ୍ଲୀ, ୭।୧୧: ଗୁରୁବାର ଜମ୍ମୁ କଶ୍ମୀର ବିଧାନସଭାରେ ବହୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ବିଧାନସଭାରେ ଧାରା ୩୭୦ ସମ୍ବନ୍ଧରେ ସରକାରୀ ଦଳର ବିଧାୟକ ଏବଂ...

ବିଜୟ ପରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ; କହିଲେ ସମଗ୍ର ବିଶ୍ୱ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ କଲ୍ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଚମତ୍କାର ବିଜୟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri