Posted inଖେଳ

ଶ୍ରୀଲଙ୍କାର ଦ୍ୱିତୀୟ ଟ୍ରେନିଂ କ୍ୟାମ୍ପରୁ ମାଲିଙ୍ଗା ବାଦ୍‌

କଲମ୍ବୋ, ୧୯।୬(ପି.ଟି.)-ଶ୍ରୀଲଙ୍କା କ୍ରିକେଟ ଦଳର ଦ୍ୱିତୀୟ ଆବାସିକ ଟ୍ରେନିଂ କ୍ୟାମ୍ପରୁ ଟି୨୦ ଅଧିନାୟକ ଲସିଥ ମାଲିଙ୍ଗାଙ୍କୁ ବାଦ୍‌ ଦିଆଯାଇଛି। କାଣ୍ଡିଠାରେ ଚଳିତମାସ ୨୨ରୁ ଆରମ୍ଭ ହେବାକୁ ଯାଉଥିବା କ୍ୟାମ୍ପ ପାଇଁ ଗୁରୁବାର ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ମାତ୍ର ଏଥିରେ ମାଲିଙ୍ଗାଙ୍କ ନାମ ନାହିଁ। ୬ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ଗଠିତ ୟୁନିଟ ପାଲିକେଲେ ଷ୍ଟାଡିୟମରେ ପିଲାମାନଙ୍କୁ ଟ୍ରେନିଂ ଦେବେ। କୋଭିଡ-୧୯ ପରେ କ୍ରିକେଟ ଆରମ୍ଭ ହେଲେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ଟିମ୍‌ ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟ କୋଚ୍‌ ମିକି ଆର୍ଥର ପ୍ରକାଶ କରିଛନ୍ତି। ୨୪ଜଣିଆ ତାଲିକାରେ ସ୍ଥାନ ପାଇଥିବା ଖେଳାଳିମାନେ ସ୍ବାସ୍ଥ୍ୟ ସମ୍ପର୍କୀୟ ସମସ୍ତ ନିୟମ ମାନିବେ। ଚଳିତ ମାସ ପ୍ରାରମ୍ଭରେ କଲମ୍ବୋରେ ଶ୍ରୀଲଙ୍କା ଖେଳାଳିଙ୍କୁ ନେଇ ପ୍ରଥମ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ଶେଷ ଭାଗରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା। ମାତ୍ର ତାହା ବାତିଲ ହୋଇ ଯାଇଛି। ଜୁଲାଇ ଶେଷରେ ଦଳର ବାଂଲାଦେଶ ଗସ୍ତ ମଧ୍ୟ ସନ୍ଦେହ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଜନର ପ୍ରଥମ ଘରୋଇ ମ୍ୟାଚ୍‌ ହାରିଲା ଯୋଦ୍ଧା

ଗ୍ରେଟର୍‌ ନୋଏଡା, ୧୦।୧୦ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ତେଲଗୁ ଟାଇଟନ୍ସ ୪୧-୩୬ ପଏଣ୍ଟରେ ଘରୋଇ ୟୁପି ଯୋଦ୍ଧାକୁ...

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି)- ଚାଇନାର ୟୁହାଙ୍ଗ ହାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି...

ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ହରାଇଲା ଆୟର୍ଲାଣ୍ଡ

ବ୍ରେଡି (ଆୟର୍ଲାଣ୍ଡ), ୨।୭- ସୀମିତ ଓଭର ସିରିଜ ଖେଳିବା ଲାଗି ଆୟର୍ଲାଣ୍ଡ ଗସ୍ତରେ ଯାଇଥିବା ଜିମ୍ବାଓ୍ବେ କ୍ରିକେଟ୍‌ ଦଳ ପରାଜୟରୁ ଏହାର ଅଭିଯାନ ଆରମ୍ଭ କରିଛି।...

ମାଇକେଲ ହୋଲ୍‌ଡିଂଙ୍କ ଅଭିଯୋଗ

ଲଣ୍ଡନ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦାନ ଆକାରରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ସିଡବ୍ଲ୍ୟୁଆଇ)କୁ ଦେଇଥିବା ଅଧା ନିୟୁତ ଡଲାରର ଠିକଣା ଉପଯୋଗ...

ଅରୁଣାଚଳ ପ୍ରଦେଶର ଏକତରଫା ବିଜୟ

କଟକ ଅଫିସ,୧୫ା୬- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶେନ (ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଅରୁଣାଚଳପ୍ରଦେଶ...

ଜିସିଏ ସଭାପତି ପଦରୁ ଅମିତ ଶାହାଙ୍କ ଇସ୍ତଫା

ମୁମ୍ବାଇ,୨୮।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଜିସିଏ ସଭାପତି ପଦ ଖାଲି...

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌...

ଏଟିପି ଫାଇନାଲ୍ସ ଖେଳିବେ ନାଡାଲ

ମାଡ୍ରିଡ, ୬ା୧୧ (ଏଏଫ୍‌ପି)-ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଆଘାତ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ନଭେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଲଣ୍ଡନରେ...

Coronavirus Update


Archives

Model This Week

Why Dharitri