ଶ୍ରୀମନ୍ଦିର ଟଙ୍କା ଫେରିବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ଭାଜପା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍‌ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ। ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରହିଥିଲା। ୟେସ୍‌ ବ୍ୟାଙ୍କ ସ୍ଥିତି ଖରାପ ହେବା ପରେ ସେହି ଟଙ୍କା କିପରି ଫେରିବ ତାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଥିଲା। ସେହି ଅର୍ଥ ଗୁରୁବାର ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭାଜପା ରାଜ୍ୟ ନେତୃବୃନ୍ଦ ଧନ୍ୟବାଦ ଜଣାଇଛନ୍ତି। ୟେସ୍‌ ବ୍ୟାଙ୍କରୁ ଜଗନ୍ନାଥଙ୍କର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି। ଏହା କେବଳ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ଭବ ହୋଇଛି ବୋଲି ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ପୂର୍ବରୁ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖୁଥିଲେ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଏବଂ ମନ୍ଦିର ପରିଚାଳନା ଅଧିନିୟମକୁ ବେଖାତିର କରି କାହିଁକି ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖାଗଲା ଏବଂ ଏଥିପାଇଁ କିଏ ଦାୟୀ ତାହା ତଦନ୍ତ ପରିସରଭୁକ୍ତ କରାଯାଉ। ଏହା ସହ ଓଡ଼ିଶା ସରକାରଙ୍କ ଓଏମ୍‌ସି, ବିଭିନ୍ନ ସମବାୟ ବ୍ୟାଙ୍କର ଅର୍ଥ ଏବଂ ଅନ୍ୟ ବିଭାଗଗୁଡିକର କୋଟି କୋଟି ଅର୍ଥ ୟେସ୍‌ ବ୍ୟାଙ୍କରେ ରଖାଯାଇଛି। କେଉଁ କେଉଁ ଅଫିସର ଏହି ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୋଧରେ ଦୃଢ କାଯର୍‌ୟାନୁଷ୍ଠାନ ନିଆଯାଉ ବୋଲି ପୃଥ୍ବୀରାଜ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଗ ଭିଡ଼ିଲେଣି ଚାଷୀ : ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ହେବ ଚାଷ

  ବାରିପଦା ଅଫିସ,୧୯ା୫- କରୋନା ପାଇଁ ଲକ୍‌ଡାଉନ ଯୋଗୁ ରବି ଚାଷରେ କ୍ଷତି ସହିଥିବା ମୟୂରଭଞ୍ଜ ଜିଲାର ଚାଷୀ ଏବେ ଖରିଫ ଚାଷ ପାଇଁ ପାଗ...

ଚୋରି ସନ୍ଦେହରେ ଥାନାକୁ ଡାକି ପିଟିଲେ ଏସ୍‌ଆଇ

ବାଲିକୁଦା,୨୪ା୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ହୋଇଥିବା ଚୋରି ଘଟଣା ଭିନ୍ନ ମୋଡ ନେଇଛି। ଏହି ଚୋରି ଘଟଣାରେ ନହରଣା ଗ୍ରାମର ବୀରବର...

ଶଟ୍‌ଡାଉନରେ ରାସ୍ତାରେ ଦେହବେପାର ଡିଲ୍‌

ଭୁବନେଶ୍ୱର,୧୭।୫(ବ୍ୟୁରୋ):୨୫୦୦ ଟଙ୍କା ରେଟ୍‌ ଛିଣ୍ଡିଥିଲା। ରୁମ୍‌କୁ ନେଲା ପରେ ୫୦୦ଟଙ୍କା ଦେଇ ବଡ଼ଗଡ଼ରେ ଛାଡ଼ି ଦେଲେ। ସେଠୁ ଚାଲି ଚାଲି ମାଷ୍ଟରକ୍ୟାଣ୍ଟିନ ଆସିଲି। ଏବେ ମୋ...

ବିଜେଡି ହାତରେ ସବୁ ଜିଲା ପରିଷଦ

ଭୁବନେଶ୍ୱର,୨ା୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳର ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ବିଜେଡି ଚଳିତ ନିର୍ବାଚନରେ ରେକର୍ଡ...

ଆଜି ବି ୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟରେ ସୋମବାର ବି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ରାଜ୍ୟରୁ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ନଗଡ଼ା ହେବ ଇକୋ ଟ୍ୟୁରିଜମ: ଶକ୍ତିମନ୍ତ୍ରୀ

କାଳିଆପାଣି,୧୪ା୧୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ନଗଡାକୁ ଇକୋ ଟ୍ୟୁରିଜମ ବା ପରିବେଶ ପର୍ଯ୍ୟଟନଭାବେ ପରିଣତ କରିବାକୁ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଶୁକ୍ରବାର ମନ୍ତ୍ରୀ...

ଭିମ୍‌ସାର ଡାକ୍ତର କରୋନାରେ ଆକ୍ରାନ୍ତ

ସମ୍ବଲପୁର, ୧୩।୭ (ବ୍ୟୁରୋ) -ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ଜଣେ ପିଜି ଡାକ୍ତର କରୋନା...

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ ଅଫିସ, ୨୪।୨: ବେଆଇନ୍‌ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week