ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ

ପୁରୀ ଅଫିସ, ୧୮ା୮: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲେ। ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମ ଭଦ୍ରମଣ୍ଡଳ ଲେଖିଥିଲେ। ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ କରିବା ପରେ ବରୁଣ ପୂଜା ହୋଇଥିଲା। ଚିତ୍ରକର ସେବକ ଦେଇଥିବା ଶ୍ରୀକୃଷ୍ଣ ଜନ୍ମପଟି ଓ ବଣିଆଙ୍କଠାରୁ ଆସିଥିବା ୯ ପାଖୁଡ଼ା ବିଶିଷ୍ଟ ରୁପାପଦ୍ମକୁ ପୂଜାପଣ୍ଡା ମଣ୍ଡଳ ଉପରେ ରଖିଥିଲେ। ପଦ୍ମ ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ୍‌, ବଳଭଦ୍ର, ଗାର୍ଗବ ଋଷି ଏବଂ କୃଷ୍ଣ ଲେଖା ଥିଲା। ଏକ ସୁନା କୃଷ୍ଣମୂର୍ତ୍ତି ମଣ୍ଡଳ ଉପରେ ରଖାଯାଇ ୯ଟି ପନ୍ତିିଭୋଗ ବଢ଼ାଯାଇଥିଲା। ପଞ୍ଚ ଉପଚାର ପୂଜା ଓ ଭୋଗ ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ସିଂହାସନ ଉପରେ ବିଜେ କରାଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଧଣ୍ଡି ପ୍ରସାଦ ଆଜ୍ଞାମାଳ ଶ୍ରୀମଦନମୋହନଙ୍କୁ ଲାଗି କରାଇଥିଲେ। ମହାଜନ ସେବକମାନେ ଶ୍ରୀମଦନମୋହନଙ୍କୁ ଆଣି ଜନ୍ମଚକଡ଼ାରେ ବିଜେ କରାଇଥିଲେ। ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ ମଣୋହୀ କରିଥିଲେ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକର ୧୧ କେନ୍ଦ୍ରରେ କପିକରି ଧରାପଡ଼ିଲେ ୧୦ ଛାତ୍ରୀଛାତ୍ର

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୧୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଶୁକ୍ରବାର ଦୁଇଟି କେନ୍ଦ୍ରରେ ୧୦ ଛାତ୍ରୀଛାତ୍ର କପିକରି ଧରା ପଡ଼ିଛନ୍ତି।...

ସିଙ୍ଗାପୁରରେ ଚାକିରି ନାଁରେ ଠକେଇ ମାମଲା: ଅଧିକାରୀଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ...

ଜାମକାନୀ ଖଣି ବିସ୍ଥାପିତଙ୍କୁ ସମର୍ଥନ କଲେ ବିଧାୟିକା

ସୁନ୍ଦରଗଡ,୭।୧୧(ଡି.ଏନ୍‌.ଏ.): ବେଦାନ୍ତକୁ ମିଳିଥିବା ଜାମକାନୀ କୋଇଲା ଖଣି ଭୂମିପୂଜନ ଆରମ୍ଭ ଦିନଠାରୁ ବିସ୍ଥାପିତଙ୍କ ଧାରଣା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ବିସ୍ଥାପିତମାନେ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ...

ଶହୀଦ ଚନ୍ଦ୍ରକାନ୍ତଙ୍କ ସ୍ମୃତିରେ ଶୋକସଭା

ରାଇକିଆ,୨୪ା୬(ଡି.ଏନ.ଏ)-ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଶହୀଦ ହୋଇଥିବା କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସ୍ମୃତିରେ ଶୋକ ସଭା (ଆଦିବାସୀ ସଂସ୍କୃତିରେ ମାଡ଼ା)...

ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ...

ରେକର୍ଡ ଡ୍ୟାନ୍ସରେ ଯୁବକଙ୍କୁ ହାଣିଲେ

କୋକସରା,୧୮।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମାଝିଗୁଡା ଗ୍ରାମରେ ଚାଳିଥିବା ରେକର୍ଡ ଡ୍ୟାନ୍ସ ଦେଖିବାକୁ ଯାଇଥିବା କୋକସରା ଗ୍ରାମର ମୁରଲୀ ଖମାରି(୨୨)ଙ୍କୁ ସୋମବାର କିଛି ଯୁବକ...

ବୌଦ୍ଧରେ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟର

ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍‌-୧୯ ହେଲ୍‌ଥ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର...

ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୮ା୪(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାଟି ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନରେ ଥିଲାବେଳେ ୨...

Advertisement
Archives

Model This Week