ଶ୍ରୀମନ୍ଦିରରେ ପୋଲିସ ଭାଙ୍ଗିଲା ନିୟମ:ନୀତି ବ୍ୟାହତ

ପୁରୀ ଅଫିସ, ୬ା୧୧: ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ସମୟରେ ଏହାକୁ ନିୟନ୍ତ୍ରଣ କରିବା ପୋଲିସର ଦାୟିତ୍ୱ। ହେଲେ ବାଡ଼ ଫସଲ ଖାଇବା ଭଳି ଘଟଣା ଘଟିଛି ଶ୍ରୀମନ୍ଦିରରେ। ଅର୍ଥାତ୍‌ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ନିଜେ ନିୟମ ଭାଙ୍ଗିଛି। ଶ୍ରୀମନ୍ଦିରକୁ ଭକ୍ତମାନେ କେଉଁ ଦ୍ୱାର ଦେଇ ଯିବେ ଓ ବାହାରିବେ ତାହା ସ୍ଥିର କରାଯାଇଛି। ତେବେ ବୁଧବାର ଜଣେ ମହିଳା ହୋମ୍‌ଗାର୍ଡ ଏହି ନିୟମ ଭାଙ୍ଗି ପ୍ରସ୍ଥାନ ଦ୍ୱାର ବେହେରଣ ଦ୍ୱାରରେ ଜୋରଜବରଦସ୍ତି ଭକ୍ତଙ୍କୁ ଭିତରକୁ ଛାଡୁଥିବାରୁ ଏହାକୁ ନେଇ ସେବାୟତମାନେ ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ସହ ନୀତି ପ୍ରଭାବିତ ହୋଇଥିଲା।
ବର୍ତ୍ତମାନ କାର୍ତ୍ତିକ ମାସ ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ହେଉଛି। ଏମିତି କି ଛୁଟିଦିନ କିମ୍ବା ସ୍ବତନ୍ତ୍ର ପର୍ବପର୍ବାଣି ଦିନରେ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି। ବୁଧବାର ସକାଳେ ଅବକାଶ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ବଲ୍ଲଭ ନୀତି ପାଇଁ ଭିତରକାଠରୁ ଭକ୍ତଙ୍କୁ ଖାଲି କରାଯାଉଥିଲା। ଶ୍ରଦ୍ଧାଳୁମାନେ ବେହେରଣ ଦ୍ୱାର ଦେଇ ବାହାରକୁ ବାହାରୁଥିଲେ। ଏହି ସମୟରେ ଜଣେ ମହିଳା ହୋମ୍‌ଗାର୍ଡ କେତେଜଣ ଭକ୍ତଙ୍କୁ ବେହେରଣ ଦ୍ୱାର ଦେଇ ଭିତରକୁ ଛାଡୁଥିଲେ। ଏହାକୁ କେତେଜଣ ସେବାୟତ ଦେଖି ବିରୋଧ କରିଥିଲେ। ସମ୍ପୃକ୍ତ ଭକ୍ତଙ୍କୁ ନ ଛାଡ଼ିବାକୁ କହିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଅଳ୍ପ ସମୟ ଲାଗି ବଲ୍ଲଭ ନୀତି ବ୍ୟାଘାତ ଘଟିଥିଲା। ସମ୍ପୃକ୍ତ ଭକ୍ତ ବାହାରକୁ ଯିବା ପରେ ସ୍ଥିତି ଶାନ୍ତି ପଡ଼ିଥିଲା ଓ ଠାକୁରଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ସୂଚନାଥାଉ କି, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗତ ସୋମବାର ସୁପ୍ରିମ୍‌କୋର୍ଟ ଅନ୍ତରୀଣ ରାୟ ପ୍ରକାଶ


Enter your email to get our daily news in your inbox.

All Right Reserved By Dharitri.Com

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଦଶମ ପରୀକ୍ଷାରେ ଚମକିଲେ ୟୁରୋ ସ୍କୁଲ ଛାତ୍ରୀଛାତ୍ର, ପ୍ରଥମ ଶ୍ରେଣୀରେ ୨୭; ୯୦ ପ୍ରତିଶତରୁ ଅଧିକ…

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ ଛାତ୍ରୀଛାତ୍ରଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ଫଳାଫଳରେ ସଫଳତା ହାସଲ କରିଛନ୍ତି ।…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ସଜେଇ ହେଉଛି ମଦନ ମୋହନ ପୀଠ, ନୌବିହାର ପାଇଁ…

ଗଞ୍ଜାମ,୧୫।୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ…

ଗଛରୁ ଡ଼ାଳ ହାଣୁଥିଲେ, ଅସାବଧାନତା ଯୋଗୁ ଖସି ପଡ଼ି ଚାଲିଗଲା…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ବୁଧବାର ସକାଳେ ଗଛରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି।ମୃତକ…

ସିବିଏସଇ ଦଶମ ପରୀକ୍ଷାଫଳ: ଭଞ୍ଜନଗର କେଭିର ପାସ୍ ହାର ୧୦୦ ପ୍ରତିଶତ; ବ୍ୟୋମକେଶ ୯୭%, ଶ୍ରେୟା ୯୫%…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)-ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପୁର୍ବ ବର୍ଷ ଅପେକ୍ଷା ଚଳିତ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri