ଶ୍ରମିକ ଦିବସ ପାଳିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ

ବାରିପଦା ଅଫିସ, ୩ା୫- ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ବାରିପଦା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବିଶ୍ୱବ୍ୟାପୀ କରୋନା ମହାମାରୀ ହେତୁ ସରକାରଙ୍କ ସମସ୍ତ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ମାସ୍କ ଏବଂ ଗ୍ଲୋଭସ ବ୍ୟବହାର କରି ସ୍ବଳ୍ପ ବିଦ୍ୟୁତ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଥିଲା। ପରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଜିଲା ସଭାପତି ସୁବ୍ରମଣ୍ୟମ ମହାନ୍ତିି ପତାକା ଉତ୍ତୋଳନ କରିଥିଲେ। ବାରିପଦା ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଦଣ୍ଡପାଟ, ସତ୍ୟବ୍ରତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ନେସ୍କୋରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଲକ୍‌ ଡାଉନ ସମୟରେ ନିରବିଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଆସୁଥିତ୍ବା ସତ୍ତ୍ୱେ ବୈମାତୃକ ମନୋଭାବର ସମ୍ମୁଖୀନ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଆଲୋଚନା ହୋଇଥିଲା। ଆବଶ୍ୟକୀୟ ମରାମତି ସରଞ୍ଜାମ ଯୋଗାଇ ନ ଦେବା ହେତୁ କାର୍ଯ୍ୟରତ କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଦେଖାଦେଉଥିବା ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ଗଞ୍ଜାମ ପାଇଁ ଖୁସି ଖବର :ତାରାତାରିଣୀ କଲେଜରେ ଖୋଲିଲା ପିଜି ପାଠ୍ୟକ୍ରମ

ପୁରୁଷୋତ୍ତମପୁର, ୨୪।୫ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଓଡ଼ିଆ ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲାଯାଇଛି। ସେହିପରି ସାଇକୋଲୋଜି ଓ ହୋମ…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri