Posted inଜାତୀୟ

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଖୋଲିଲା ମା’ବୈଷ୍ଣୋଦେବୀଙ୍କ ପୁରୁଣା ଗୁମ୍ଫା

କଟରା,୨୩।୯: ଜମ୍ମୁରେ ଥିବା ମା’ ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ଏକ ଖୁସି ଖବର। ନବରାତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ପୁରୁଣା ଗୁମ୍ପାର ସ୍ବର୍ଣ୍ଣିମ ଦର୍ଶନ କରିପାରିବେ। ମା’ବୈଷ୍ଣୋଦେବୀଙ୍କ ଶ୍ରାଇନ ବୋର୍ଡ ଦ୍ୱାରା ମା’ଙ୍କ ପ୍ରାଚୀନ ଗୁମ୍ଫାର ପ୍ରବେଶ ଦ୍ୱାରକୁ ସୁନାରେ ତିଆରି କରାଯାଇଛି। ୨୯ ସେପ୍ଟେମ୍ବର ପୂର୍ବରୁ ନବରାତ୍ରରେ ଏହି ଦ୍ୱାରର ଦର୍ଶନ କରିପାରିବେ ଭକ୍ତ। ଦ୍ୱାର ତିଆରି ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ୬୫ ଦିନରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଏହି ସ୍ବର୍ଣ୍ଣ ଦ୍ୱାର ୧୬ ଫୁଟ ଚଉଡ଼ା ଓ ୨୫ ଫୁଟ ଉଚ୍ଚତା ରହିଛି। ଏଥିରେ ହଜାରେ କି.ଗ୍ରା. ରୁପା, ହଜାରେ କି.ଗ୍ରା. ତମ୍ବା ଓ ୧୦ କି.ଗ୍ରା.ସୁନା ବ୍ୟବହାର କରାଯାଇଛି। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଦ୍ୱାରରେ ୨୫ କି.ଗ୍ରା.ର ସୁନା ଓ ରୁପାର ଘଣ୍ଟି ଲାଗିଛି। ଅନ୍ୟାନ୍ୟ ଖର୍ଚ୍ଚ ଭକ୍ତମାନେ ଦାନ କରିବା ଅର୍ଥରୁ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି।...

ଡ୍ରଗ୍ସ ସହ ଭାଜପା ନେତ୍ରୀ ଗିରଫ

କୋଲକାତା, ୨୧ା୨ ଯୁବ ଭାଜପା ନେତ୍ରୀ ପାମେଲା ଗୋସ୍ବାମୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ପଶ୍ଚିମବଙ୍ଗ ସାଉଥ୍‌ କୋଲକାତାର ନୂଆ ଆଲିପୋର ଅଞ୍ଚଳରୁ ଶୁକ୍ରବାର ଗିରଫ...

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ

ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ସରକାର କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୯ : ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ...

ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ...

ସେନା ଜାରି କଲା ହୀମମାନବ ପାଦର ଛବି

ନୂଆଦିଲ୍ଲୀ,୩୦।୪: ପିଲାବେଳେ ବହିରେ ପଢିଥିବା ହୀମମାନବକୁ ହୁଏତ କେହି ଆଜି ପର୍ଯ୍ୟନ୍ତ ଦେଖି ନ ଥିବେ। ତେବେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ...

ଜାନୁୟାରୀ ୩୦ ଭିତରେ ହୋଇପାରେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା: ଅଯୋଧ୍ୟାର ଏହି ସନ୍ଥ ହୋଇପାରନ୍ତି ଅଧ୍ୟକ୍ଷ

ଆଯୋଧ୍ୟା,୨୨।୧: ରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ରାମ...

Advertisement
Archives

Model This Week