ଶ୍ରଦ୍ଧାପୁର ଉପନିର୍ବାଚନରେ ବିଶୃଙ୍ଖଳା ଘଟଣା: କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୧୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା, ଭୋଟବାକ୍ସ ଖୋଲା ଓ ଭାଙ୍ଗିବା ଘଟଣା ଅଭିଯୋଗ ହେବା ପରେ କାର୍ଯ୍ୟରେ ଅବହେଳା କରିଥିବା ୬ଜଣ ଶିକ୍ଷକଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବା ପରେ ଭୋଗରାଇ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷକ ସୋମବାର ଅପରାହ୍ନରୁ ପ୍ରତୀକ ଆନ୍ଦୋଳନ କରିଛନ୍ତି। ଅବିଳମ୍ବେ ସମସ୍ତ ୬ ଶିକ୍ଷକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ନ କଲେ ଶିକ୍ଷକମାନେ ବୃହତ୍ତର ଆନ୍ଦୋଳନ କରିବା ସହିତ ସମସ୍ତ ସ୍କୁଲରେ ତାଲା ପକାଇବେ ବୋଲି ସରକାର ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ସୋମବାର ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କାଯର୍ର୍‌ୟାଳୟରେ ସମସ୍ତ ଶିକ୍ଷକ ସଙ୍ଗଠନର ପ୍ରତିନିଧିମାନେ ମିଳିତ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀ କାଳେନ୍ଦୀ ସୋରେନଙ୍କୁ ଶିକ୍ଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହିତ ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ପୋଲିସର ସୁରକ୍ଷା ଢ଼ିଲା ହେବା ଯୋଗୁ ବ୍ଲକ ପରିସର ରଣାଙ୍ଗନ ପରିସ୍ଥିତି ସୃଷ୍ଟି ହୋଇଥିବା ଶିକ୍ଷକ ସଙ୍ଗଠନ ଦାୟୀ କରିଛନ୍ତି। ଏଭଳି ଅଭାବନୀୟ ଘଟଣାରେ ଜିଲା ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ନ କରି ନୀରିହ ଶିକ୍ଷକଙ୍କ ମୁଣ୍ଡରେ ଅଠାବୋଳି କାର୍ଯ୍ୟାନୁଷ୍ଠାନ ନେବା ଅନ୍ୟାୟ ବୋଲି ଶିକ୍ଷକନେତାମାନେ ପ୍ରକାଶ କରିଛନ୍ତି। ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଶିକ୍ଷକମାନଙ୍କ ଦାବି ସମ୍ବଳିତ ସ୍ମାରକପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରି ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବହୁ ଶିକ୍ଷକ ସେଠାରୁ ଫେରି ସନ୍ଧ୍ୟାରେ ଭୋଗରାଇ ବ୍ଲକ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଘେରିଥିଲେ। ପ୍ରଶାସନ ୬ ଜଣ ଶିକ୍ଷକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ୭ଦିନ ମଧ୍ୟରେ ପ୍ରତ୍ୟାହାର ନ କଲେ ଅନୁରୂପ ଭାବେ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ବିଡ଼ିଓ ଶିକ୍ଷକ ସଂଘର ଦାବିପତ୍ରକୁ ଗ୍ରହଣ କରି ଜିଲାପାଳଙ୍କ ଦପ୍ତରକୁ ପଠାଇବେ ବୋଲି କହିଥିଲେ। ପ୍ରାରମ୍ଭିକ ଶିକ୍ଷକ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ଶିକ୍ଷକନେତା ଶ୍ରୀନିବାସ ପ୍ରଧାନ, ନଟରଞ୍ଜନ ଘରାଇ, ବିଜୟାନନ୍ଦ ପଟ୍ଟନାୟକ, ସୀତାରାମ ପ୍ରଧାନ, ଅଜିତ ସାମଲ, ବେଣୁଚନ୍ଦ୍ର ଜେନା, ପରେଶ ଚନ୍ଦ୍ର ଦାସ, ବାଲଗୋପାଳ ଦାସ, ଗୌତମ ଦତ୍ତ ପ୍ରମୁଖ।

 


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ରୁଟ୍‌ରେ ‘ମୋ ବସ’

ଭୁବନେଶ୍ୱର,୩।୯(ବ୍ୟୁରୋ): ‘ମୋ ବସ’ ସେବା ଆଉ ୩ଟି ନୂଆ ରୁଟ୍‌ରେ ଉପଲବ୍ଧ ହେବ । କ୍ରୁଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇ ଥିବା ବେଳେ ବର୍ତ୍ତମାନର...

କେନ୍ଦ୍ର ଉପରେ ୩ ହଜାର କୋଟି ଜିଏସ୍‌ଟି ବାକି

ଭୁବନେଶ୍ୱର,୧୩।୭(ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ଉପରେ ୨୭୩୯ କୋଟି ଟଙ୍କାର ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ବାକି ରହିଛି। ଚଳିତ ମୌସୁମୀ ଅଧିବେଶନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ...

ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଅ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ) ପକ୍ଷରୁ ଆରମ୍ଭ ହୋଇଥିବା ‘ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟ’କୁ ନେଇ ବୁଧବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର...

ବାଇକ୍‌ରେ ଆସି ଝାମ୍ପିନେଲେ ୧୧ଲକ୍ଷ

ସମ୍ବଲପୁର,୧୨।୧୦(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡ୍‌ର ଏକ ଏସି ମରାମତି ଦୋକାନ ମାଲିକ ମହମ୍ମଦ ଜିସାମଙ୍କଠାରୁ ମଙ୍ଗଳବାର ଲୁଟ୍‌ ହୋଇଛି। ସ୍ପଷ୍ଟ ଦିବାଲୋକରେ...

ରାଜ୍ୟରୁ ପୁଣି ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୬୨୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୩ କୁ ବୃଦ୍ଧି ପାଇଛି। କେବଳ...

ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍‌ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ...

ଅଭିଯୁକ୍ତ ସ୍ବାମୀ ଜେଲ ଗଲେ

କଟକ ଅଫିସ,୧୮ା୧: କଟକ ମଧୁପାଟଣା ଥାନା ଅଧୀନ ଶ୍ରୀରାମ ନଗର ଅଞ୍ଚଳରେ ସୋମବାର ଘଟିଥିବା ମାଆ-ପୁଅ ମୃତ୍ୟୁ ଘଟଣାରେ ପୋଲିସ ମୃତା ମହିଳାଙ୍କ ସ୍ବାମୀ ସନ୍ତୋଷ...

Advertisement
Archives

Model This Week