ଶ୍ରଦ୍ଧାପୁର ଉପନିର୍ବାଚନରେ ବିଶୃଙ୍ଖଳା ଘଟଣା: କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୧୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା, ଭୋଟବାକ୍ସ ଖୋଲା ଓ ଭାଙ୍ଗିବା ଘଟଣା ଅଭିଯୋଗ ହେବା ପରେ କାର୍ଯ୍ୟରେ ଅବହେଳା କରିଥିବା ୬ଜଣ ଶିକ୍ଷକଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବା ପରେ ଭୋଗରାଇ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷକ ସୋମବାର ଅପରାହ୍ନରୁ ପ୍ରତୀକ ଆନ୍ଦୋଳନ କରିଛନ୍ତି। ଅବିଳମ୍ବେ ସମସ୍ତ ୬ ଶିକ୍ଷକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ନ କଲେ ଶିକ୍ଷକମାନେ ବୃହତ୍ତର ଆନ୍ଦୋଳନ କରିବା ସହିତ ସମସ୍ତ ସ୍କୁଲରେ ତାଲା ପକାଇବେ ବୋଲି ସରକାର ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ସୋମବାର ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କାଯର୍ର୍‌ୟାଳୟରେ ସମସ୍ତ ଶିକ୍ଷକ ସଙ୍ଗଠନର ପ୍ରତିନିଧିମାନେ ମିଳିତ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀ କାଳେନ୍ଦୀ ସୋରେନଙ୍କୁ ଶିକ୍ଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହିତ ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ପୋଲିସର ସୁରକ୍ଷା ଢ଼ିଲା ହେବା ଯୋଗୁ ବ୍ଲକ ପରିସର ରଣାଙ୍ଗନ ପରିସ୍ଥିତି ସୃଷ୍ଟି ହୋଇଥିବା ଶିକ୍ଷକ ସଙ୍ଗଠନ ଦାୟୀ କରିଛନ୍ତି। ଏଭଳି ଅଭାବନୀୟ ଘଟଣାରେ ଜିଲା ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ନ କରି ନୀରିହ ଶିକ୍ଷକଙ୍କ ମୁଣ୍ଡରେ ଅଠାବୋଳି କାର୍ଯ୍ୟାନୁଷ୍ଠାନ ନେବା ଅନ୍ୟାୟ ବୋଲି ଶିକ୍ଷକନେତାମାନେ ପ୍ରକାଶ କରିଛନ୍ତି। ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଶିକ୍ଷକମାନଙ୍କ ଦାବି ସମ୍ବଳିତ ସ୍ମାରକପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରି ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବହୁ ଶିକ୍ଷକ ସେଠାରୁ ଫେରି ସନ୍ଧ୍ୟାରେ ଭୋଗରାଇ ବ୍ଲକ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଘେରିଥିଲେ। ପ୍ରଶାସନ ୬ ଜଣ ଶିକ୍ଷକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ୭ଦିନ ମଧ୍ୟରେ ପ୍ରତ୍ୟାହାର ନ କଲେ ଅନୁରୂପ ଭାବେ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ବିଡ଼ିଓ ଶିକ୍ଷକ ସଂଘର ଦାବିପତ୍ରକୁ ଗ୍ରହଣ କରି ଜିଲାପାଳଙ୍କ ଦପ୍ତରକୁ ପଠାଇବେ ବୋଲି କହିଥିଲେ। ପ୍ରାରମ୍ଭିକ ଶିକ୍ଷକ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ଶିକ୍ଷକନେତା ଶ୍ରୀନିବାସ ପ୍ରଧାନ, ନଟରଞ୍ଜନ ଘରାଇ, ବିଜୟାନନ୍ଦ ପଟ୍ଟନାୟକ, ସୀତାରାମ ପ୍ରଧାନ, ଅଜିତ ସାମଲ, ବେଣୁଚନ୍ଦ୍ର ଜେନା, ପରେଶ ଚନ୍ଦ୍ର ଦାସ, ବାଲଗୋପାଳ ଦାସ, ଗୌତମ ଦତ୍ତ ପ୍ରମୁଖ।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri