ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ ଅନ୍ୟତ୍ର ସ୍ଥାନ ଯୋଗାଇ ଦେବ ବୋଲି ପୂର୍ବରୁ କହି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯୋଗାଇ ପାରିନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସାହି ଲୋକେ ଚଳପ୍ରଚଳ ହେଉଥିବା ନାଳ ଏବଂ ଏହା ପାଖରେ ପୌର ପରିଷଦ ପକ୍ଷରୁ ଅଳିଆ ପକାଯାଉଛି। ତେଣୁ ନାଳ ପାଣି ଆଉ ବ୍ୟବହାର ଉପଯୋଗୀ ହୋଇପାରୁନି। ଏସବୁ ସମସ୍ୟା ନେଇ ଗୁରୁବାର ସାହିବାସିନ୍ଦା ଏକାଠି ହୋଇ ଏକ ବୈଠକ କରିଛନ୍ତି। ତୁରନ୍ତ ସମସ୍ୟା ସମାଧାନ ପାଇଁ ପୌର ପରିଷଦ ପଦକ୍ଷେପ ନ ନେଲେ ଆସନ୍ତା ୧୮ ତାରିଖରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପେଞ୍ଜିସାହି ନଦୀ ତଟରେ ଥିବା ଶ୍ମଶାନରେ ସାହିବାସିନ୍ଦା ପୂର୍ବରୁ ମୃତଦେହ ଦାହ କରି ଆସୁଥିବା ବେଳେ ଏବେ ସେଠାରେ ବାଡ କରାଯାଇ ଉକ୍ତ ସ୍ଥାନକୁ ସଫାସୁତରା କରାଯାଇଛି। ସେଠାରେ ଘର କିମ୍ବା ଅନ୍ୟ ଅନୁଷ୍ଠାନ କରାଗଲେ ସମସ୍ୟା ଦେଖାଦେବ। ସେହିପରି ପାଖରେ ଯାଇଥିବା ନାଳ ନିକଟରେ ଅଳିଆ ଆବର୍ଜନା ଗଦା କରାଯାଉଛି। ଏହା ପାଣିରେ ମିଶୁଛି। ବିକଳ୍ପ କିଛି ନ ଥିବାରୁ ସ୍ଥାନୀୟ ଲୋକେ ସେଠାରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏହି ଅପରିଷ୍କାର ପାଣିରେ ଗାଧୋଇ କେତେଜଣ ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି। ତଥାପି ପୌର ପରିଷଦ କିଛି ଶୁଣୁନାହିଁ। ଆଗାମୀ ଦିନରେ ଏସବୁ ସସମ୍ୟା ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀପତି ମଲ୍ଲିକ, ରବୀନ୍ଦ୍ର କହଁର, ହେମନ୍ତ ମୁଖି, ପ୍ରଦୀପ ମାଝି, ବିଜୟ କହଁର, ଧିର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ମଶାନ ନିକଟରେ ଅନ୍ୟକେହି ବାଡ କରିଥିଲେ। ତହସିଲଦାରଙ୍କୁ କୁହାଯାଇ ତାହାକୁ ଭଙ୍ଗାଯାଇଛି। ସେହିପରି ନାଳ ନିକଟରେ ଆଉ ଆବର୍ଜନା ପଡିବ ନାହିଁ। ଡମ୍ପିଂୟାର୍ଡ ହେଲା ପରେ ସବୁ ଆବର୍ଜନା ସେଠାକୁ ଯିବ ବୋଲି ନିର୍ବାହୀ ଅଧିକାରୀ ବେହେରା କହିଛନ୍ତି। ସୂଚନାଯୋଗ୍ୟ, ପେଞ୍ଜିସାହି ଶଶ୍ମାନ ଉପରେ ଇରିଗେଶନ କଲୋନୀ, ଅରବିନ୍ଦ ନଗର, ଏଫସିଆଇ ଛକ, ପେଞ୍ଜିସାହି, ଗୌଡ ସାହି, ମୁଖି ସାହି, ବିଡାଙ୍ଗି ସାହି, ବାଇଖୋଲ ସାହି, ଶଗଡିଆ ସାହି, ଗୋପାଳ ସାହି, ଅମଲାପଡା, ଓଲେନବେଚ ନଗର, ଓଏନ୍‌ଏସି ସାହିର ଲୋକେ ନିର୍ଭର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ...

ପ୍ରଶାସନ ଶୁଣିଲାନି: ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡା,୭ା୬.(ଡି.ଏନ.ଏ.)- ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନଓ୍ବାଡି, ପଞ୍ଚାୟତ ଗୃହ। ନାଳ ଏପଟେ ରହିଯାଇଛନ୍ତି ଲୋକେ। ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନାହିଁ। ଖରାଦିନେ...

ପିଏମ୍‌ଜିଏସ୍‌ୱାଇ ମହୁ

ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଆରମ୍ଭ କରିଥିଲେ। ଲୋକେ...

ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ପ୍ରକଳ୍ପ ଶୀଘ୍ର କରିବାକୁ ଦାବି

ଫୁଲବାଣୀ ଅଫିସ, ୧୭ା୨: ବହୁ ବର୍ଷର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ପ୍ରସ୍ତାବିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥକୁ ଚଳିତ ବଜେଟରେ ମଞ୍ଜୁର କରାଯାଇଛି। ରାଜ୍ୟ...

ସିସିଏଙ୍କ ମାଡ଼ରେ ଛାତ୍ର ଆହତ

ଫୁଲବାଣୀ ଅଫିସ,୧ା୧୨- ଟିକାବାଲି ବ୍ଲକ ଛତିଝର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢ଼ୁଥିବା ଜଣେ ଛାତ୍ର ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କ ମାଡରେ ଆହତ...

ମାଓବାଦୀଙ୍କ ଶହୀଦ ସପ୍ତାହ : ଲାଗିଲା ମାଓ ପୋଷ୍ଟର, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୩୧।୭(ଡି.ଏନ.ଏ): ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ ଅର୍ଥାତ ବୁଧବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅନ୍ତର୍ଗତ ସିମନବାଡ଼ିର ଏକ ଦୋକାନ ସମ୍ମୁଖରେ ମାଓ ପୋଷ୍ଟର ଦେଖିବାକୁ...

କରୋନା ମୁକାବିଲା: ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ

ଦାରିଙ୍ଗବାଡ଼ି,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ କୋଭିଡ୍‌-୧୯...

ଅଧାରୁ ଛୁଟି ହେଲା ବିଦ୍ୟାଳୟ : ମଧ୍ୟାହ୍ନଭୋଜନ ପରେ ଘରକୁ ଫେରିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୭।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ଏବେ ବର୍ଷା ଲାଗିରହିଛି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଶନିବାର ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଜିଲାପାଳ...

Advertisement


Archives

Model This Week