ଶ୍ମଶାନ ରାସ୍ତାରେ ରହସ୍ୟଜନକ ସମାଧି

ପାରାଦୀପ, ୭।୩ (ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅଧୀନ ମଧୁବନ ଶ୍ମଶାନ ରାସ୍ତା ନଦୀ ପଠାଠାରେ ଏକ ରହସ୍ୟଜନକ ସମାଧିକୁ ନେଇ ଶୁକ୍ରବାର ଅପରାହ୍ନରେ ହଟଚମଟ ସୃଷ୍ଟି ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ବି ସମାଧିକୁ ଖୋଳି ନ ଥିବା ଜଣାପଡ଼ିଛି। କୌଣସି ଅଭିଯୋଗ ନ ଥିବାରୁ ପୋଲିସ ନିଜ ଆଡୁ କିଛି ପଦକ୍ଷେପ ନେଇନାହିଁ। ଶନିବାର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସମାଧି ଖୋଳାଯିବ ବୋଲି ଥାନାଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତ ୪ ତାରିଖ ରାତି ପ୍ରାୟ୧୧ଟା ବେଳେ ୪-୫ଜଣ ଲୋକ ମଶାଣୀକୁ ସଂଯୋଗ ରାସ୍ତା ପାର୍ଶ୍ୱରେ ଏକ ବସ୍ତାରେ କିଛି ପୁରାଇ ପୋତି ଦେଇଥିଲେ। ଏହାପରେ ସେହି ସ୍ଥାନରେ ନଡ଼ିଆ ଗଛ ଗଣ୍ଡିଗୁଡ଼ିକୁ ପକାଇ ଦେଇଥିଲେ। ଏହାକୁ ଶ୍ମଶାନର ରାତ୍ର ଜଗୁଆଳି ମୃତ୍ୟୁଞ୍ଜୟ ମଣ୍ଡଳ ଓ ତାଙ୍କ ସ୍ତ୍ରୀ ମାନସୀ ମଣ୍ଡଳ ଦେଖିଥିଲେ ବି ସେମାନଙ୍କୁ କିଛି କହି ନ ଥିଲେ। ତେବେ ସେମାନେ ଏ ସମ୍ପର୍କରେ ବଙ୍ଗାଳିପଡ଼ା ବସ୍ତିର କେତେଜଣଙ୍କୁ କହିବା ପରେ କଥା ପ୍ରଘଟ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ କରିଫେରିଛି। ତେବେ ମାଟି ତଳେ କ’ଣ ପୋତା ଯାଇଛି, ତାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri