ଶୋଭାବର୍ଦ୍ଧନ କରୁଛି ଗୋଷାଣୀ ଓ ନାଗା

ପୁରୀ ଅଫିସ,୮।୧୦: ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ଚାଲିଛି। ପୁରପଲ୍ଳୀଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ମା’ ଦୁର୍ଗତିନାଶିନୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ ପୁରୀରେ ଗୋଷାଣୀ ପୂଜା ପରମ୍ପରା ରହିଛି। ଏଥିସହିତ ନାଗା ମୂର୍ତ୍ତି ପୂଜାର ବିଶେଷତା ରହିଛି। ଗୁଡିଆ ସାହିର ଗେଲବାଇ, ଜମକୋଟ, ବାସେଳି ସାହିର ପଣାପିୟା, ହରଚଣ୍ଡୀ ସାହିର ସଙ୍କଟ ତାରିଣୀଙ୍କ ମହିଷମର୍ଦ୍ଦିନୀ, ବାଟବାଟୀ ଗୋଷାଣୀ, ତିିଆଡି ସାହିର ମା’ ହାଡବାଇ, ଶୀତଳପିଣ୍ଡା ସାହିର କୃଷ୍ଣବଳରାମ, ମଣିକର୍ଣ୍ଣିକା ସାହିର ମା’ ବନଦୁର୍ଗା, ମାଟିମଣ୍ଡପ ସାହିର ଶିବ ପାର୍ବତୀ, ମା ଜହ୍ନିଖାଇ, କୁଣ୍ଢେଇବେଣ୍ଟ ସାହିର ବଡଦ୍ୱାର ଠାକୁରାଣୀ, ଦୁର୍ଗାବାଡିର ମା’ ଦୁର୍ଗା, ବଡଶଙ୍ଖରେ ମା’ ଦୁର୍ଗା ପୂଜା ପାଉଛନ୍ତି।
ପୌରୁଷ ଓ ବୀରତ୍ୱର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗୋଷାଣୀ ଏବଂ ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ ନିଆରା ପରମ୍ପରା। ନାଗାକୁ ଯୋଦ୍ଧା ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଏ। ବାଘ ଛାଲ, ବନ୍ଧୁକ, ଢାଲ, ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କରାଯାଇଛି। ଲୋକଶ୍ରୁତି ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷା ଲାଗି ନାଗାମାନଙ୍କ ବିଶେଷ ଭୂମିକା ରହିଛି। ବିଭିନ୍ନ ଜାଗା ଆଖଡା ସାହିଯାତ ପରମ୍ପରାରେ ନାଗା ସ୍ଥାନ ପାଇଥାଏ। ବାଲିସାହି, ମାର୍କଣ୍ଡେଶ୍ୱର ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ହେରାଗୋହିରୀ ସାହି, ନରେନ୍ଦ୍ରକୋଣ, ବଳଗଣ୍ଡି ଛକ ଆଦିରେ ବିଶାଳକାୟ ନାଗା ମୂର୍ତ୍ତି ପୂଜା ପାଇଥାଏ। ଭସାଣି ଦିନ ସିଂହଦ୍ୱାର ନିକଟରେ ନାଗା ମୂର୍ତ୍ତି ପ୍ରଦର୍ଶିତ କରାଯାଇଥାଏ। ଏହି ଅପୂର୍ବ ଦୃଶ୍ୟ ବର୍ଣ୍ଣନା ଅବର୍ଣ୍ଣନୀୟ। ଏ ସମ୍ପର୍କରେ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କୁହନ୍ତି ଶ୍ରୀକ୍ଷେତ୍ରରେ ନାଗା ସଂସ୍କୃତି ଅତି ପ୍ରାଚୀନ। ସାହିଯାତରେ ଭେଣ୍ଡିଆ ଯୁବକମାନେ ନାଗା ବେଶ ଧାରଣ କରି ମନୋରଞ୍ଜନ କରନ୍ତି। ଉତ୍କଳୀୟ ସଂସ୍କୃତିରେ ଗୋଷାଣୀ ସହିତ ନାଗା ଉପାସନା ବହୁ ପ୍ରାଚୀନ। ବିଭିନ୍ନ ଜାଗା ଆଖଡାରେ ଗୋଷାଣୀ ସହିତ ନାଗା ପୂଜା ଭକ୍ତ ଏବଂ ପଯ୍ୟଟକଙ୍କୁ ବିଶେଷ ଆକର୍ଷିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?