ଶୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ଏହିସବୁ ଅଭିନେତା

ଫିଲ୍ମ ଶୁଟିଂ ସମୟରେ ବଲିଉଡ୍‌ର ଅଭିନେତାମାନେ ଥରେ ନୁହେଁ ବହୁବାର ଆହତ ହୋଇଛନ୍ତି। ତଥାପି ଫିଲ୍ମ ହିଟ୍‌ ହୋଇଛି। ଜାଣନ୍ତୁ କେଉଁ ଅଭିନେତାମାନେ ଶୁଟିଂ ସେଟ୍‌ରେ ଆହତ ହୋଇଥିଲେ।

ଅମିତାଭ ବଚ୍ଚନ : ୧୯୮୩ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ ସମୟରେ ଅମିତାଭ ଆହତ ହୋଇଥିଲେ। ଏକ ଫାଇଟ୍‌ ସିନ୍‌ ଅମିତାଭଙ୍କୁ ମହଙ୍ଗା ପଡ଼ିଥିଲା। ଏହି ସିନ୍‌ରେ ଅମିତାଭ ଆକ୍ଟର ପୁନିତ୍‌ ଇସରଙ୍କ ସହ ଫାଇଟ୍‌ କରୁଥିଲେ। ଏହି ସମୟରେ ଏକ ମୁଥ ଅମିତାଭଙ୍କ ପେଟରେ ବାଜିଥିଲା। ଫଳରେ ଅମିତାଭ ଆହତ ହୋଇଥିଲେ। ଏହା ଦେଖି ପରିବାର ଲୋକଙ୍କ ସହ ଫ୍ୟାନ୍‌ମାନେ ମଧ୍ୟ କାନ୍ଦିବାକୁ ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ଅମିତାଭ କହିଥିଲେ, ଏହି ଫିଲ୍ମ ପରଠାରୁ ସେ ନୂଆ ଜୀବନ ପାଇଥିଲେ।

ଅକ୍ଷୟ କୁମାର : ୨୦୧୨ରେ ଫିଲ୍ମ ‘ରାଓ୍ବଡି ରାଠୋର’ ଶୁଟିଂ ସମୟରେ ଅକ୍ଷୟଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ଶୁଟିଂ ବନ୍ଦ କରି ଦିଆଯାଇଥିଲା।

ହ୍ରିତିକ୍‌ ରୋଶନ : ବଲିଉଡ୍‌ର ସୁପର ହିରୋ ହ୍ରିତିକ୍‌ ରୋଶନ ଇଣ୍ଡଷ୍ଟ୍ରିର ଜଣେ ଦମ୍‌ଦାର ଆକ୍ଟର। ୨୦୧୨ରେ ଫିଲ୍ମ ‘ଅଗ୍ନିପଥ’ର ଶୁଟିଂ ସମୟରେ ଏକ ଷ୍ଟଣ୍ଟ ସିନ୍‌ରେ ହ୍ରିତିକ୍‌ ଆହତ ହୋଇଥିଲେ।

ସଲମାନ୍‌ : ଶୁଟିଂସେଟ୍‌ରେ ଦବଙ୍ଗ ଖାନ୍‌ ସଲମାନ ମଧ୍ୟ ଆହତ ହୋଇଥିଲେ। ଫିଲ୍ମ ‘ଓ୍ବାଣ୍ଟେଡ୍‌’ର ଏକ ସିନ୍‌ରେ ସେ ଆହତ ହୋଇଥିଲେ। କିଛିଦିନ ପାଇଁ ଶୁଟିଂ ବନ୍ଦ କରିଦିଆଗଲା। ସଲମାନ ସୁସ୍ଥ ହେବା ପରେ ଶୁଟିଂ କରାଯାଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

ଶାହରୁଖ୍‌ ଖାନ୍‌ : ୨୦୧୦ରେ ଫିଲ୍ମ ‘ଦୁଲ୍‌ହା ମିଲ୍‌ ଗୟା’ ଶୁଟିଂ ସମୟରେ ଆହତ ହୋଇଥିଲେ ଶାହରୁଖ୍‌। ଏକ ସିନ୍‌ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଆଜି ମଧ୍ୟ କାନ୍ଧରେ ସେ କଷ୍ଟ ଅନୁଭବ କରୁଛନ୍ତି। ସେହିପରି ଅଭିଷେକ ବଚ୍ଚନ, ଜନ୍‌ ଆବ୍ରାହମ୍‌, ବିକି କୌଶଲ, ପଙ୍କଜ ତ୍ରିପାଠୀ ପ୍ରମୁଖ ଶୁଟିଂ ସେଟ୍‌ରେ ଆହତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ...

ଝିଅ ସୋନମଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଆଜି ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ଦିନରେ ପିତା ତଥା ଅଭିନେତା...

ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌...

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ...

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ...

ବଢ଼ିଛି ଆତ୍ମବିଶ୍ୱାସ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଖାତନାମା ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କୁ ଆଉ କୌଣସି ପ୍ରକାର ଅଭିନୟ କରିବାକୁ ଡର ନାହିଁ। ଏକ ସାକ୍ଷାତ୍‌କାରରେ ସେ...

ହଲିଉଡ୍‌ରେ ଡିମ୍ପଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।...

ଡାକ୍ତର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ, କେବଳ ଏହି କାରଣ ପାଇଁ ବାଛିଲେ ଫିଲ୍ମ ଜଗତ

ନିଜ ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ତେଲୁଗୁ...

Advertisement
Archives

Model This Week