ଶୁକ୍ରାଣୁ ଦାନ କରିଥିବା ବ୍ୟକ୍ତିଙ୍କୁ ପିତାର ଅଧିକାର ଦେଲେ କୋର୍ଟ

ସିଡ୍‌ନୀ,୨୦।୬: ଅଷ୍ଟ୍ରେଲିଆର ଏକ କୋର୍ଟ ଶୁକ୍ରାଣୁ ଦାନ କରିଥିବା ବ୍ୟକ୍ତିଙ୍କୁ ଜଣେ ୧୨ ବର୍ଷୀୟା କନ୍ୟାଙ୍କ ପ୍ରକୃତ ପିତା ହେବାର ଅଧିକାର ପ୍ରଦାନ କରିଛନ୍ତି। ପିଲାଟିର ଭବିଷ୍ୟତ ନିଷ୍ପତ୍ତି ମଧ୍ୟ ଏହି ପିତା ନେଇପାରିବେ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ନିଜ ଶୁକ୍ରାଣୁ ଦାନ କରି ପିତାର ଅଧିକାର ହାସଲ କରିବାକୁ ଉକ୍ତ ବ୍ୟକ୍ତିଙ୍କୁ ଦୀର୍ଘ ୫ ବର୍ଷ କାଳ ଅଦାଲତ ଯିବାକୁ ପଡିଛି। ସୂଚତନାଯୋଗ୍ୟ, ୨୦୦୬ରେ ରବର୍ଟ(୪୯) ନାମକ ଉକ୍ତ ବ୍ୟକ୍ତି ବିଶ୍ୱାସର ସହ ନିଜର ଏକ ସମଲିଙ୍ଗି ବନ୍ଧୁଙ୍କୁ ଶୁକ୍ରାଣୁ ଦାନ କରିଥିଲେ। ସେ ବିଶ୍ୱାସ ରଖିଥିଲେ କି ଜନ୍ମିତ ସନ୍ତାନର ଜୀବନରେ ତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏମିତିକି ଝିଅଟିର ଜନ୍ମ ପ୍ରମାଣପତ୍ରରେ ମଧ୍ୟ ରବର୍ଟଙ୍କ ନାଁ ରହିଛି। ହେଲେ ଝିଅଟି ଜନ୍ମ ହେବାର କିଛି ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ତାଙ୍କର ମା’ ତାଙ୍କୁ ନେଇ ନିଜ ସମଲିଙ୍ଗି ବାନ୍ଧବୀଙ୍କ ସହ ନ୍ୟୁଜିଲାଣ୍ଡ ଯିବାପାଇଁ ବାହାରିଥିଲେ। ଏତିକି ବେଳେ ପିତା ହେବାର ଅଧିକାର ଜାହିର କରି ରବର୍ଟ ଝିଅଟିର ମା’ଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାର ଶୁଣାଣି କରି ପିଲାଟି ଉପରେ କେବଳ ମା’ର ଅଧିକାର ଅଛି ବୋଲି କହିଥିଲେ। ହେଲେ ପୁଣି ଥରେ ଏହି ଶୁଣାଣି ବିରୋଧରେ ରବର୍ଟ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ଏବେ ରାୟ ଦେଇଛନ୍ତି କି ଶୁକ୍ରାଣୁ ଦାନ କରିଥିବା ରବର୍ଟଙ୍କର ଉକ୍ତ ଝିଅଟି ଉପରେ ପିତା ହେବାର ସମ୍ପୂର୍ଣ୍ଣ ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri