Posted inରାଜ୍ୟ

ଶୁକ୍ରବାରଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ: ଶ୍ରମିକ ପରିବହନ ନେଇ ଜିଲାପାଳ ଜାରି କରିବେ ଗାଇଡଲାଇନ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଦୀର୍ଘ ଦେଢ଼ମାସ ହେବ ବନ୍ଦ ହୋଇ ରହିଥିବା ୩ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ କାର୍ଯ୍ୟକ୍ଷମ ହେବ। ଗୁରୁବାର ଭିଡିଓକନ୍‌ଫରେନ୍ସିଂ ମାଧ୍ୟମରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘର କର୍ମକର୍ତ୍ତା ଏବଂ ଏମ୍‌ଏସ୍‌ଏମ୍‌ଇ ସଚିବ, ଶିଳ୍ପ ନିର୍ଦ୍ଦେଶକ ଏବଂ ଇପିକଲ ଏମ୍‌ଡିଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ପରିବହନ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କର୍ମଚାରୀମାନେ ଯେପରି ନିର୍ଦ୍ୱନ୍ଦ୍ୱରେ ଯିବା ଆସିବା କରିପାରିବେ ସେ ନେଇ ଖୁବ୍‌ଶୀଘ୍ର ଏକ ଗାଇଡ ଲାଇନ ଜାରି କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଆଶ୍ୱସ୍ତି ଲାଭ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଅଣ ପଞ୍ଜୀକୃତ ଉଦ୍ୟୋଗ ରହିଥିବା ବେଳେ ୭୫ ହଜାର ପଞ୍ଜୀକୃତ ଉଦ୍ୟୋଗ ରହିଛି। ରାଜ୍ୟ ସରକାର କେବଳ ୭ ହଜାର ପଞ୍ଜୀକୃତ ଉଦ୍ୟୋଗଗୁଡିକୁ ଖୋଲିବାକୁ ଅନୁମତି ଦେଇଥିଲେ। ତେବେ ସମସ୍ତ ଉଦ୍ୟୋଗ ଖୋଲିପାରିବ ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.) ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ...

ଊର୍ମିଳା ମିଶ୍ର ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା

ଭୁବନେଶ୍ୱର, ୧୬।୯:  ଡକ୍ଟର ଉର୍ମିଳା ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ରାଜ୍ୟ...

ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର...

ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ...

ଜରିମାନାରୁ ବଞ୍ଚାଉଛି, ଜୀବନ ନେଉଛି

ଭୁବନେଶ୍ୱର,୫।୧(ବ୍ୟୁରୋ): ବାଇକ୍‌ ଚାଳକଙ୍କ ସୁରକ୍ଷା କବଚ ହେଉଛି ହେଲ୍‌ମେଟ୍‌। ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଇବା ବାଧ୍ୟତାମୂଳକ କରାଯାଇଛି। କିଛିଦିନ ତଳେ ପରିବହନ...

ର଼୍ୟାଗିଂକୁ ନେଇ ଓଏଚ୍‌ଆର୍‌ସିଙ୍କ ଉଦ୍‌ବେଗ: ୫ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ର଼୍ୟାଗିଂ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି। ନିକଟରେ ସମ୍ବଲପୁରଠାରେ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ସହପାଠୀମାନେ ର଼୍ୟାଗିଂ...

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ...

ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ...

Advertisement
Archives

Model This Week