ଶୀତଦିନେ ଖାଆନ୍ତୁ ମକାରେ ତିଆରି ରୁଟି

ମକା ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ରହିଛି ଫାଇବର, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶୀଘ୍ର ହଜମ ହୋଇଥାଏ। ତେଣୁ ଡାକ୍ତରମାନେ ସବୁବେଳେ ମକା ଖାଇବାକୁ କୁହନ୍ତି।
– ଯେଉଁମାନଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ କମି ଯାଇଥାଏ ସେମାନଙ୍କଠାରେ ଏନିମିଆ ଲକ୍ଷଣ ଦେଖାଦିଏ। ଏହାଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଉପୁଜିଥାଏ। ମକାରେ ଥିବା ଜିଙ୍କ, ଆଇରନ ଓ ବିଟାକ୍ୟାରୋଟିନ୍‌ ଶରୀରରେ ଲୋହିତ ରକ୍ତ କଣିକା ସୃଷ୍ଟି କରିଥାଏ।
-ମାଗ୍ନେସିୟମ ଓ ଆଇରନରେ ଭରପୁର ଥିବା ମକା ଖାଇଲେ ବୋନ୍‌ ଡେନସିଟି ବଢିଥାଏ ବା ହାଡ ମଜଭୁତ ହୋଇଥାଏ। ମକାରେ ରହିଛି ଜିଙ୍କ ଓ ଫସଫରସ୍‌। ଏହା ଅଷ୍ଟିଓ ପୋରୋସିସ୍‌ , ଆର୍ଥାଇଟିସ୍‌ ଆଦି ରୋଗରୁ ଉପଶମ ଦେଇଥାଏ।
-ଗହମ ରୁଟି ଅପେକ୍ଷା ମକା ରୁଟି ଭଲ। ଏହା ଏସିଡିଟି କୋଷ୍ଠ କାଠିନ୍ୟ ଆଦି ସମସ୍ୟାକୁ ଠିକ୍‌ କରିଥାଏ। ମକାରେ ତିଆରି ରୁଟି ଖାଇଲେ ଏହା ଲିଭର ସମସ୍ୟା ହେବାକୁ ଦେଇ ନ ଥାଏ।
-ମକା ମଞ୍ଜିକୁ ସିଝାଇ ଏହାର ପାଣି ମିଶ୍ରି ସହ ମିଶାଇ ପିଇଲେ ପରିସ୍ରା ଜଳାପୋଡାରୁ ମୁକ୍ତି ମିଳିଥାଏ। ଏହି ସିଜା ମକାକୁ ମଧ୍ୟ ଖାଇଲେ କିଡ୍‌ନୀ ଷ୍ଟୋନ ହେବାର ଆଶଙ୍କା ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ସବୁଠାରୁ ବଡ଼ ଅସ୍ତ୍ର କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ।...

ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା...

ଏହି ସମସ୍ୟା ଯୋଗୁ ବି ହୋଇଥାଏ ଡାଇବେଟିସ୍‌…

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ...

ସଙ୍କୋଚ ଛାଡ଼ିଲେ ଏହି ୪ କଥାରେ ହୋଇଯିବେ ମାଲାମାଲ୍‌

ମଣିଷ ଜୀବନକୁ ସୁଗମ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଶହ ଶହ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ସେଥିରେ ସେ ଏପରି ୪ଟି ଜିନିଷ...

ଫ୍ରିଜରେ ରହିଥିବା ତରଭୁଜ ରୋଗର ଗନ୍ତାଘର

ଗ୍ରୀଷ୍ମ ଆସିଗଲେ ଆମେ ଭାବିଥାଉ ସବୁ ଫଳ ପନିପରିବା ଫ୍ରିଜରେ ରଖିଦେଲେ ଏହା ବହୁ ସମୟ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ତାଜା ରହିଥାଏ। ହେଲେ...

ସାଇଲେଣ୍ଟ୍‌ କିଲର୍‌…

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା...

ଏପରି କଥାରେ ନିଜର ହୋଇଥାଏ କ୍ଷତି, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ...

Advertisement
Archives

Model This Week