Posted inଖେଳ

ଶୀଘ୍ର ଅଲିମ୍ପିକ୍ସ ଚାହୁଁଥିଲା ଟ୍ରାଇଥଲନ ପରିଷଦ

ଓ୍ବାଶିଂଟନ, ୩୧।୩(ଏପି)-
ଗ୍ରୀଷ୍ମକାଳୀନ ଉତ୍ତାପକୁ ଏଡ଼ାଇବା ପାଇଁ ଆସନ୍ତା ବର୍ଷ ଅଲିମ୍ପିକ୍ସ ଶୀଘ୍ର ହେଉ ବୋଲି ଟ୍ରାଇଥଲନ ପରିଚାଳନା ପରିଷଦ ଚାହୁଁଥିଲା। ମାତ୍ର ଘୋଷିତ ନୂଆ ତାରିଖକୁ ପରିଷଦ ଗ୍ରହଣ କରିଛି। ”ଉତ୍ତାପ କମ୍‌ ଥିବା ସମୟରେ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ କରାଯାଉ ବୋଲି ଆମେ ଚାହୁଁଥିଲୁ। ମାତ୍ର ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ସେଥିରେ ଆମେ ରାଜି“ ବୋଲି ଓ୍ବାଲର୍‌ଡ ଟ୍ରାଇଥଲନ ସଭାପତି ମାରିସୋଲ କାସାଡୋ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଘୋଷିତ ନୂଆ ତାରିଖ ପ୍ରକ୍ରିୟାରେ ସମସ୍ତ ସ୍ପୋଟର୍‌ସ ଫେଡେରେଶନ ସାମିଲ ହୋଇଥିଲେ। ଆମ ସମସ୍ତଙ୍କ ସହଯୋଗରେ ଆସନ୍ତା ବର୍ଷ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସଫଳ ରହିବା ନେଇ ମୁଁ ଦୃଢ଼ ଆଶାୟୀ ବୋଲି କାସାଡୋ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮କୁ ଅଲିମ୍ପିକ୍ସର ନୂଆ ତାରିଖ ଧାର୍ଯ୍ୟ କରାଯାଇଛି।
ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ପକ୍ଷରୁ ମାରାଥନ ଏବଂ ରେସ୍‌ ଓ୍ବାକିଂ ପ୍ରତିଯୋଗିତାକୁ ଜାପାନର ନର୍ଦନ ସିଟି ସାପୋରୋକୁ ସ୍ଥାନାନ୍ତର କରାଯାଇଥିଲା। ଉତ୍ତାପ ଏଡ଼ାଇବା ପାଇଁ ଅଧିକାଂଶ ପ୍ରତିଯୋଗିତା ଭୋର ସମୟରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଟ୍ରାଇଥଲନରେ ରନିଂ ଥିଲେ ହେଁ ଏହା ଟୋକିଓରେ ଅନୁଷ୍ଠିତ ହେବ। ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖକୁ ଆମେ ସମର୍ଥନ କରୁଛୁ ବୋଲି ଟ୍ରାକ୍‌ ଆଣ୍ଡ ଫିଲ୍ଡ ପରିଚାଳନା ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିସହ ବିଶ୍ୱ ଚାମ୍ପିୟନଶିପ୍‌କୁ ୨୦୨୨କୁ ଘୁଞ୍ଚାଇବା କ୍ଷେତ୍ରରେ ଇଉଜେନି, ଓରେଗନ ଆୟୋଜକଙ୍କ ସହ କାମକରିବୁ ବୋଲି କୁହାଯାଇଛି। ସବୁକିଛି ନମନୀୟ ଏବଂ ସାଲିସ ଭିତ୍ତିରେ ହୋଇଛି ବୋଲି ଓ୍ବାଲର୍‌ଡ ଆଥଲେଟିକ୍ସ ପ୍ରକାଶ କରିଛି। ୨୦୨୧ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଅଗଷ୍ଟ ୬ରୁ ୧୫ ପର୍ଯ୍ୟନ୍ତ ହେବାର ଥିଲା। ଏ ସମ୍ପର୍କରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୟୁରୋପିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜକଙ୍କ ସହିତ ପରାମର୍ଶ ନିଆଯିବ। ଏହି ଦୁଇଟି ବଡ଼ ଟ୍ରାକ୍‌ ଇଭେଣ୍ଟ ୨୦୨୨ରେ ହେବାର କାର୍ଯ୍ୟସୂଚୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ...

‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ...

ଧୋନୀଙ୍କ ୫ ବର୍ଷର ଝିଅକୁ ମିଳିଲା ବଳାତ୍କାର ଧମକ

ଭାରତରେ କ୍ରିକେଟ ଏକ ଲୋକପ୍ରିୟ ଖେଳ। ବର୍ତ୍ତମାନ ୟୁଏଇରେ ଆଇପିଏଲ୍‌ର ୧୩ତମ ସଂସ୍କରଣ ଖେଳ ଚାଲିଛି। ଚଳିତ ସିଜିନ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ନୈରାଶ୍ୟଜନକ ଖେଳ...

ଫେଲ୍‌ ମାରିଲା ତାରକା ଖଚିତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍‌

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍‌ ମାରିଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅଫ୍‌। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...

ଲଡର୍‌ସ ଟେଷ୍ଟ ଜିତିଲା ଇଣ୍ଡିଆ

ଲଡର୍‌ସ,୧୬।୮: ପ୍ରଥମ ଟେଷ୍ଟରେ ବର୍ଷା ଇଂଲଣ୍ଡକୁ ବଞ୍ଚାଇ ଦେଇଥିଲା। କିନ୍ତୁ କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧...

ଆଫ୍ରିଦୀଙ୍କ ଘରେ କିମ୍ବଦନ୍ତୀଙ୍କ ରାତ୍ରଭୋଜନ

ଦୋହା,୩୦।୯: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ କରାଚୀ ସ୍ଥିତ ବାସଭବନରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂଙ୍କ ରାତ୍ରଭୋଜନ କରିଛନ୍ତି। ଏ ନେଇ ଆଫ୍ରିଦୀ...

ଭାରତରେ ଅଟକିଛନ୍ତି ଚେନ୍ନାଇ ସିଟି କୋଚ୍‌

ଚେନ୍ନାଇ, ୯ା୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ବର୍ତ୍ତମାନ ପାଇଁ ବିମାନ ସେବାକୁ ବନ୍ଦ ରଖାଯାଇଥିବାରୁ ଚେନ୍ନାଇନ ସିଟି ଫୁଟ୍‌ବଲ ଟିମ୍‌ର ସିଙ୍ଗାପୋରିଆନ କୋଚ୍‌ ଆକବର...

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ...

Advertisement
Ten Cric Info


Archives

Model This Week