ଶିଶୁଙ୍କୁ ବାହାରେ ଖେଳିବାକୁ ଛାଡନ୍ତୁ

ବର୍ତ୍ତମାନର କମ୍ପ୍ୟୁଟର ଯୁଗରେ ପିଲାଙ୍କ ପାଇଁ ଘରୁ ବାହାରି ପଡୋଶୀ ଶିଶୁଙ୍କ ସହ ଖେଳିବା ବହୁତ ଜରୁରୀ ହୋଇପଡ଼ିଛି। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ ଏବଂ ସ୍କୁଲ୍‌ ପରେ କେବଳ ଘର ଭିତରେ ଭିଡିଓ ଗେମ୍‌, କମ୍ପ୍ୟୁଟର ଏବଂ ମୋବାଇଲ୍‌ ଆଦିରେ ଖେଳିବାକୁ ଛାଡ଼ି ଦେଉଛନ୍ତି, ସେଭଳି ଶିଶୁଙ୍କ ମସ୍ତିଷ୍କ ସକ୍ରିୟ ହେବା ପରିବର୍ତ୍ତେ ସଙ୍କୁଚିତ ହୋଇଯାଉଛି। ଯୁବପିଢ଼ିଙ୍କ ତୁଳନାରେ ଛୋଟ ପିଲାମାନଙ୍କ ଶାରୀରିକ ଗତିବିଧିରେ ସକ୍ରିୟତା ଆସୁନାହଁି। ଏଣୁ ଏମାନଙ୍କୁ ବାହାରେ ଖେଳକୁଦ କରିବାକୁ ଅଧିକ ସମୟ ଦେବା ଉଚିତ୍‌। ଗବେଷକଙ୍କ ମତରେ, ଅଭିଭାବକଙ୍କୁ ବୁଝିବା ଦରକାର ପିଲାମାନେ ବାହାରେ ଖେଳକୁଦ କଲେ, ସେମାନଙ୍କ ଶରୀରରୁ ପ୍ରବଳ ଝାଳ ନିର୍ଗତ ହୋଇଥାଏ। ଏହାଦ୍ୱାରା ସେମାନଙ୍କ ଶାରୀରିକ ପରିଶ୍ରମ ସ୍ବାସ୍ଥ୍ୟକୁ ସୁସ୍ଥ ରଖିଥାଏ। କିନ୍ତୁ ଘର ଭିତରେ ମୋବାଇଲ୍‌ ଭିଡିଓଗେମ୍‌ରେ ସମୟ ଅତିବାହିତ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ବଢ଼ିଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ଗବେଷଣାକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଜର୍ଣ୍ଣାଲ୍‌ ଅଫ୍‌ ଫଙ୍କସନାଲ୍‌ ମୋଫେରେଲୋଜି ଆଣ୍ଡ୍‌ କିନ୍‌ସିଓଲଜିରେ ପ୍ରକାଶିତ ଏହି ଗବେଷଣା ପାଇଁ ଗବେଷକମାନେ ଘରେ ସମୟ ବିତାଉଥିବା ୧୦-୧୭ ବର୍ଷ ବୟସର ପ୍ରାୟ ୧୦୦ ଜଣ ପିଲାଙ୍କୁ ସାମିଲ କରି ଏହି ତଥ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

ପିଏଙ୍କ ହତ୍ୟା ପରେ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ, ସିଧା କହିଦେଲେ ହତ୍ୟାକାରୀ…ପଶ୍ଚିମବଙ୍ଗରେ ଚହଳ

କୋଲକାତା,୭।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri