ଶିଶୁକୁ କିଛି ସମୟ କାନ୍ଦିବାକୁ ଦିଅନ୍ତୁ, ଜାଣନ୍ତୁ କାରଣ

ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ ପକାଇବ। ବ୍ରିଟେନ୍‌ର ଓ୍ବାର୍‌ଓ୍ବିକ୍‌ ୟୁନିଭର୍‌ସିଟିର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି। ରିପୋର୍ଟ ଅନୁଯାୟୀ, ଜନ୍ମରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଶିଶୁ କାନ୍ଦିଲେ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ କିଛି ସମୟ କାନ୍ଦିବା ପାଇଁ ଛାଡ଼ିଦିଅନ୍ତୁ। କାରଣ ଏହା ଦ୍ୱାରା ପିଲାର ମାନସିକ, ଶାରୀରିକ କ୍ଷମତା ବୃଦ୍ଧି ପାଇବ। ଏହା ସହିତ ଧୀରେ ଧୀରେ ଅନୁଶାସନ ମଧ୍ୟ ଶିଖିଯିବ। ଅନୁସନ୍ଧାନ ସମୟରେ, ପିଲାମାନଙ୍କର ଲାଳନପାଳନ, କାନ୍ଦିବାର ବିଭିନ୍ନ ଉପାୟ ଏବଂ ମାତାପିତାଙ୍କ ଆଚରଣ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ଡକ୍ଟର ଆୟଟନ ବିଲଗିନ୍‌ କହିଛନ୍ତି, ୩ରୁ ୧୮ମାସ ବୟସର ୭୦୦୦ରୁ ଅଧିକ ଶିଶୁଙ୍କ ମା’ଙ୍କ ଆଚରଣ ଉପରେ ନଜର ରଖାଯାଇଥିଲା। ସେମାନେ କେତେ ସମ୍ବେଦନଶୀଳ ଏବଂ ଶିଶୁ ଉପରେ ଏହାର ପ୍ରଭାବ ଦେଖିବାକୁ ଏହି ଅଧ୍ୟୟନ କରିଥିଲେ। ସମଗ୍ର ପ୍ରକ୍ରିୟାର ଭିଡିଓଗୁଡ଼ିକ ମଧ୍ୟ ରେକର୍ଡ କରାଯାଇଥିଲା ଏବଂ ଗଭୀର ଭାବରେ ଅଧ୍ୟୟନ କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରାଙ୍କନକୁ ନିଶା ଏବଂ ପେସା ଭାବେ ଗ୍ରହଣ କରିଛି

ଇଚ୍ଛା ଏବଂ ଆଗ୍ରହ ବଳରେ ଜଣେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବା ସହ ସଫଳତା ର ଶିର୍ଷ ପହଁଞ୍ଚିପାରିଥାଏ। ଠିକ୍‌ ସେହିପରି ମିନର୍ଭା ସାହୁ ନିଜକୁ...

ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ

ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍‌ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି...

ଗୁଣକାରୀ ବେଲପତ୍ର

ବେଲପତ୍ର କେବଳ ଦେବ ଦେବ ମହାଦେବଙ୍କ ପୂଜା ପାଇଁ ଉଦ୍ଦିଷ୍ଟ ହୋଇଥାଏ ତାହା ନୁହେଁ ଏହାକୁ ସେବନ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ସହଜରେ...

ସଚେତନତା ସବୁଠାରୁ ବଡ କଥା

”ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ...

ନେକ୍‌ ଡିଜାଇନ୍‌ ଓ ନେକଲେସ୍‌

ଶାଢି, ଡ୍ରେସ୍‌ ହେଉ ଅବା ଲେହେଙ୍ଗା ଏସବୁ ସହ କେଉଁ ନେକ୍‌ଲେସ୍‌ ପିନ୍ଧିଲେ ପରଫେକ୍ଟ ଲୁକ୍‌ ମିଳିବ ଅନେକ ସମୟରେ ଜାଣି ହୁଏନା। ତେବେ ଯଦି...

ଚିନ୍ତା କମ୍‌ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ...

ଏସବୁ ସ୍ଥାନରେ ମନଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା...

କଞ୍ଚାଲଙ୍କା ଚଟଣି

ଆବଶ୍ୟକ ସାମଗ୍ରୀ- କଞ୍ଚା ଲଙ୍କା- ୨୦ଟି, ରସୁଣ- ୪ପାଖୁଡ଼ା, ଲେମ୍ବୁ ରସ-୧ ଚାମଚ, ସୋରିଷ- ୧ ଚାମଚ, ଜୀରା-୧ ଚାମଚ, ଧନିଆ ପତ୍ର- ଅଳ୍ପ (କଟା),...

Advertisement
Archives

Model This Week