Posted inଜାତୀୟ

ଶିରିଡ଼ି ବନ୍ଦକୁ ଶିବସେନା ଏମ୍‌ପିଙ୍କ ସମର୍ଥନ

ଶିରିଡ଼ି,୨୦ା୧(ପି.ଟି.): ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପରେ ରବିବାର ମହାରାଷ୍ଟ୍ରର ଶିରିଡ଼ି ସହର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ମନ୍ଦିର ଖୋଲାରହିବା ସହ ପୂଜା ନୀତି ଚାଲିଥିଲା। ଶିରିଡ଼ି ବନ୍ଦକୁ ଶିବସେନାର ଜଣେ ଏମ୍‌ପି ସମର୍ଥନ ଜଣାଇଛନ୍ତି। ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ନୁହେଁ ପରଭଣିର ପଥ୍‌ରୀ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିବା ସହ ଉକ୍ତ ସ୍ଥାନର ବିକାଶ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଠାକ୍‌ରେ ତାଙ୍କ ମନ୍ତବ୍ୟ ଫେରାଇନିଅନ୍ତୁ ବୋଲି ଶିରିଡ଼ି ଜନସାଧାରଣ ଓ ସ୍ଥାନୀୟ ନେତାମାନେ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ମୁମ୍ବାଇରେ ଏକ ବୈଠକ ଡାକିଛନ୍ତି। ବନ୍ଦକୁ ସମର୍ଥନ କରି ଶିବସେନାର ଲୋକ ସଭା ସଦସ୍ୟ ସଦାଶିବ ଲୋଖଣ୍ଡେ କହିଛନ୍ତି, ସେ ପ୍ରଥମେ ସାଇଭକ୍ତ ଓ ପରେ ଏମ୍‌ପି। ସାଇବାବାଙ୍କୁ ୧୬ ବର୍ଷ ହୋଇଥିବାବେଳେ ସେ ଶିରିଡ଼ି ଆସିଥିଲେ। ସେ ତାଙ୍କର ଜାତି କି ଧର୍ମ ସମ୍ପର୍କରେ କାହାକୁ କହିନାହାନ୍ତି। ତେଣୁ ତାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି କରାଯିବା ଠିକ୍‌ ନୁହେଁ ବୋଲି ସଦାଶିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ କହିଲେ ‘ମୁଁ ଶିବଙ୍କର ଜଣେ ବଡ଼ ଭକ୍ତ’

ବାରାଣସୀ, ୨୮।୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ ପାୟଲ ନାଥ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଛନ୍ତି। ପୁଅ ଜାହିର ଅବଦୁଲ୍ଲା...

ଆସନ୍ତା କାଲି ହେବ ସିଡିଏସ୍‌ଙ୍କ ଶେଷ କୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୯ ।୧୨: ତାମିଲନାଡୁର କନ୍ନୁରରେ ବୁଧବାର ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ...

ନକଲି ଇଞ୍ଜେକଶନ୍‌, ମିଛ ଆର୍‌ଟି-ପିସିଆର୍‌ ରିପୋର୍ଟ ଯୋଗୁ ବଢୁଛି ସଙ୍କଟ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବଜାରରେ କରୋନାର ନକଲି ଇଞ୍ଜେକଶନ କାରବାର କରୁଥିବା ଲାଭଖୋର୍‌ ବେପାରୀଙ୍କ ସହିତ ନକଲି ଆର୍‌ଟି-ପିସିଆର୍‌...

୩୨ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ, ୨୫।୧(ପି.ଟି.): ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସାମାଜିକ ସେବା ଓ ସାହସିକତା ଆଦି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବା ୩୨ ଜଣ...

କଣ୍ଟ୍ରାକ୍ଟର ଆତ୍ମହତ୍ୟା ଘଟଣା: କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବେଙ୍ଗାଲୁରୁ,୧୩।୪: କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ମୃତ୍ୟୁ ଘଟଣାରେ କର୍ନାଟକ କ୍ୟାବିନେଟ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୃତକଙ୍କ ଭାଇ ପ୍ରଶାନ୍ତ...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ କଙ୍ଗନା

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର...

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ...

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ...

Advertisement
Archives

Model This Week