ଶିମିଳିପାଳରେ ପୋଷା ହାତୀ ବବ୍‌ଲୁର ଉତ୍ପାତ

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କେବେ ଘଟିଛି ତାହା ଜଣା ପଡ଼ି ନାହିଁ। ଏନେଇ ବିଭାଗୀୟ ଅଧିକାରୀମାନେ ମୁଁହ ଖୋଲୁ ନ ଥିବାରୁ କିଛି ତଥ୍ୟ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଲୁଲୁଙ୍ଗକୁ ପ୍ରତିଦିନ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ଭାଇରାଲ ଭିଡିଓରେ ପୋଷା ହାତୀ ବବ୍‌ଲୁ ଏଠାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାକୁ ଗୋଡାଇବା ଓ ସେମାନେ ପ୍ରାଣ ବିକଳରେ ଦୌଡୁଥିବା ଦେଖିବାକୁ ମିଳିଛି। ତେବେ ବବ୍‌ଲୁର ଗୋଡ଼ରେ ଲୁହା ଶିକୁଳି ବନ୍ଧା ହୋଇଥିବାରୁ ସେ କାହାର କିଛି କ୍ଷତି କରି ନ ଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ସହ ଖୋଲିବ ଆର୍‌ଟିଓ

କଟକ ଅଫିସ,୧୫।୮: କରୋନା ମହାମାରୀ ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରୁଥିଲେ ମଧ୍ୟ ସଂକ୍ରମଣ ଭୟରେ ସର୍ବସାଧାରଣଙ୍କ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା।...

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ...

ଆମ୍ବୁଲାନ୍ସ ଆସିଲାନି: ବିଡିଓଙ୍କ ସରକାରୀ ଗାଡିରେ ଡାକ୍ତରଖାନା ଗଲେ ମହିଳା

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ସରଶଂଖ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଶନିବାର ମଧ୍ୟରାତ୍ରିରେ ଜଣେ ମହିଳା ଅନ୍ତେବାସିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ...

୧୮ଦଫା ଦାବି ନେଇ ଚାଷୀଙ୍କ ବିକ୍ଷୋଭ

ବାସୁଦେବପୁର, ୨୨ା୧୦(ଡି.ଏନ୍‌.ଏ.)- ଅଖିଳ ଭାରତ କୃଷକ ସଭା ବାସୁଦେବପୁର ଶାଖା ପକ୍ଷରୁ ମଙ୍ଗଳବାର ଚାଷୀଙ୍କ ୧୮ ଦଫା ଦାବି ପୂରଣ ଲାଗି ବିକ୍ଷୋଭ ଶୋଭାଯାତ୍ରା ଓ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟିକିରି, ୨୯।୪(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବାଙ୍କମ୍ବା ପଞ୍ଚାୟତ ମାଙ୍କଡଝୋଲା ଗ୍ରାମସ୍ଥିତ ଏକ ଆମ୍ବ ଗଛରୁ ଟିକିରି ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର...

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର

କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ...

ପାଣିଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ: ପୋଲିସ, ଅଗ୍ନିଶମ କର୍ମଚାରୀ ନାକେଦମ୍‌

ପଦ୍ମପୁର,୩୧ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତର ସାନ କାଳିଦାସପୁର ପାଣିଟାଙ୍କି ଉପରେ ରବିବାର ପୂର୍ବାହ୍ନରେ ଜଣେ ଯୁବକ ଚଢ଼ି ଆତ୍ମହତ୍ୟା ଧମକ...

ପ୍ରସ୍ତାବିତ ଟ୍ରକ ଟର୍ମିନାଲ ବିରୋଧରେ ମହିଳାଙ୍କ ବିକ୍ଷୋଭ

କୁଜଙ୍ଗ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦର ପକ୍ଷରୁ ଭୂତମୁଣ୍ଡାଇଠାରେ ୧୦ହଜାର ଟ୍ରକ୍‌ ରହଣୀ ପାଇଁ ଏକ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ତେବେ ଏକ ଜନବସତି...

Coronavirus Update


Archives

Model This Week

Why Dharitri