ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତି ମୁସଲମାନ୍‌ ପରିବାର

ଗୁଆହାଟୀ,୩।୩ : ଦେଶରେ ଧର୍ମ, ଜାତି, ସମ୍ପ୍ରଦାୟ ମଧ୍ୟରେ ବାବବିବାଦ ଜାରି ରହିଥିବା ବେଳେ ଆସାମର ଏକ ମୁସଲମାନ୍‌ ପରିବାର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପରିବାର ଦୀର୍ଘ ୫୦୦ ବର୍ଷ ଧରି ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତିି। ପ୍ରାୟ ୮ ପିଢ଼ି ଧରି ଶିବଲିଙ୍ଗ ତଥା ନଟରାଜଙ୍କୁ ଏହି ପରିବାର ପୂଜା କରିଆସୁଛନ୍ତି। ସ୍ଥାନୀୟ ରଙ୍ଗମହଲ ଗାଁରେ ଥିବା ଶିବ ମନ୍ଦିରର ରକ୍ଷାଣବେକ୍ଷଣ ଦାୟିତ୍ୱ ଏହି ମୁସଲମାନ୍‌ ପରିବାର ଉପରେ ରହିଛି। ମନ୍ଦିରର ଦାୟିତ୍ୱ ପିଢ଼ି ପରେ ପିଢ଼ି ବିଭିନ୍ନ ସଦସ୍ୟଙ୍କ ପାଖକୁ ଆସିଛି। ସମ୍ପ୍ରତି ମତିିବୁର୍‌ ରହେମାନ୍‌ ଶିବ ମନ୍ଦିରର ରକ୍ଷାଣବେକ୍ଷଣ କରୁଛନ୍ତି। ପ୍ରତିଦିନ ସକାଳୁ ଉଠି ସେ ନମାଜ୍‌ ପାଠ ପରେ ମନ୍ଦିରରେ ପୂଜା ଆରମ୍ଭ କରନ୍ତି। ମତିିବୁର୍‌ ମହାଦେବଙ୍କୁ ସ୍ନେହରେ ଅଜା ବୋଲି ଡ଼ାକନ୍ତି। ମତିବୁର୍‌ କୁହନ୍ତି ମହାଦେବ ହେଉଛନ୍ତି ତାଙ୍କ ମା’ଙ୍କର ପିତା ଭଳି। ପ୍ରତିଦିନ ମନ୍ଦିରରେ ହିନ୍ଦୁ ଓ ମୁସଲମାନ୍‌ ସମ୍ପ୍ରଦାୟର ଲୋକେ ପୂଜା କରିବାକୁ ଆସିଥାନ୍ତି। ମନ୍ଦିରଟି ସର୍ବଧର୍ମ ସମନ୍ବୟର ଏକ ପୀଠ ଭାବେ ଖ୍ୟାତି ହାସଲ କରିଛି। ପ୍ରତିବର୍ଷ ଜାଗରରେ ସେଠାରେ ବଡ଼ ମେଳାର ଆୟୋଜନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହିଂସା: ଭୟରେ ଘର ଛାଡୁଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ଦେଖାଦେଇଥିବା ହିଂସା ଯୋଗୁ ଭୟରେ ଲୋକ ଘର ଛାଡୁଛନ୍ତି। ବ୍ୟାପକ ସୁରକ୍ଷାକର୍ମୀ ତଥା ପୋଲିସ ମୁତୟନ ପରେ ମଧ୍ୟ ହିଂସା ଥମୁ ନ...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍‌ ଡ. ସୁରେନ୍ଦ୍ର ନାଥ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତନପୁର ଗାଁର ବ୍ରାହ୍ମଣ ଶାସନରେ ମୋ ଜନ୍ମ। ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ...

ପୁଣି ସଫା ହେଲେ ୩ ଆତଙ୍କବାଦୀ

ଶ୍ରୀନଗର,୧।୭: ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଜାରି ରହିଛି। ଟ୍ରାଲ ଅଞ୍ଚଳରେ ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀ...

ବାରମୂଳାରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସେନା ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ବାରାମୂଳା ଜିଲାର ସୋପୋରେର ହାଇଗାମ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବୁଧବାର ସେନାଙ୍କ ଉପରେ...

ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ

ଡେରାଡୁନ,୯ ।୩: ଉତ୍ତରାଖଣ୍ଡରେ ବେଳକୁ ବେଳକୁ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଙ୍ଗଳବାର ଦିଲ୍ଲୀରୁ ଫେରିଛନ୍ତି । କେବଳ...

ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୬: ଘରୋଇ ହସ୍ପିଟାଲରେ କୋଭିଡ-୧୯ର ଚିକିତ୍ସା ପାଇଁ ଦର ନିର୍ଦ୍ଧାରଣକୁ ନେଇ କରାଯାଇଥିବା ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମେକୋର୍ଟ କରିଛନ୍ତି। କୋର୍ଟ ଏ ସମ୍ପର୍କରେ କେନ୍ଦ୍ର...

ଅନନ୍ୟ ଅନୁଭୂତି: ଶ୍ରୀଅରବିନ୍ଦ ଆଶ୍ରମ

ପଣ୍ଡିଚେରୀ ଯାହା ଏବେ ପୁଡୁଚେରୀ ଭାବେ ପରିଚିତ। ଏଠାରେ ରହିଛି ଶ୍ରୀଅରବିନ୍ଦଙ୍କ ଆଶ୍ରମ, ଯାହାକି ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ଏଠାରେ ଆରାଧନା...

ଜମ୍ମୁ-କଶ୍ମୀରର ୪ ଜିଲା ଗସ୍ତ କରିବେ ଗୁଲାମ ନବୀ: ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ ରିପୋର୍ଟ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀର ଗସ୍ତ ପାଇଁ ସୋମବାର କଂଗ୍ରେସ ବରିଷ୍ଠ ସଦସ୍ୟ ଗୁଲାମ ନବୀ ଆଜାଦ୍‌ଙ୍କୁ ସୁପ୍ରିମ୍‌କୋର୍ଟ ପକ୍ଷରୁ ଅନୁମତି ମିଳିଛି। ତେବେ ସେ ଏଠାକାର ୪ଟି...

Advertisement


Archives

Model This Week